Advertisment

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ନେତାଙ୍କ ମୃତଦେହ

ବିଜେପି ନେତା ଗଣାନେନ୍ଦ୍ର ପ୍ରସାଦଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବରପାଇ ପୋଲିସ୍‌ ତାଙ୍କ ବାସଭବନରେ ପହଞ୍ଚି ସୋମବାର ଦିନ ମୃତଦେହ ଉଦ୍ଧାର କରିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Telangana BJP Leader Found Dead

Telangana BJP Leader Found Dead

ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ନେତାଙ୍କ ମୃତଦେହ। ତେଲେଙ୍ଗାନାରେ ବିଜେପି ନେତା ଗଣାନେନ୍ଦ୍ର ପ୍ରସାଦଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବରପାଇ ପୋଲିସ୍‌ ତାଙ୍କ ବାସଭବନରେ ପହଞ୍ଚି ସୋମବାର ଦିନ ମୃତଦେହ ଉଦ୍ଧାର କରିଥିଲା। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିବାବେଳେ ଗଣାନେନ୍ଦ୍ର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

ନ୍ୟୁଜ୍‌ ଏଜେନ୍ସି ANIର ରିପୋର୍ଟ ଅନୁସାରେ, ଗଣାନେନ୍ଦ୍ର ପ୍ରସାଦ ସରଲିଙ୍ଗମପଲ୍ଲୀ ନିର୍ବାଚନ ମଣ୍ଡଳୀରୁ ବିଜେପିର ରାଜ୍ୟ କାର୍ଯ୍ୟକାରୀ ସମିତି ସଦସ୍ୟ ଥିଲେ। ସୋମବାର ଦିନ ତାଙ୍କ ପର୍ସନାଲ ଆସିଷ୍ଟାଣ୍ଟ ପେଣ୍ଟହାଉସ୍‌ର ଏକ ରୁମ୍‌ ଭିତରୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଗଣାନେନ୍ଦ୍ରଙ୍କୁ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ। ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠା ଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। କୌଣସି ସୁଇସାଇଡ୍‌ ନୋଟ୍‌ ଜବତ ହୋଇନାହିଁ। ତେବେ ସେ ଦୁର୍ଘଟଣାର ଶିକାର ହୋଇଥିଲେ ଓ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା ବୋଲି ପୋଲିସ୍‌ ସୂଚନା ଦେଇଛି। 

ପୋଲିସ୍‌ ସୂଚନା ଅନୁସାରେ, ସୋମବାର ସକାଳେ ଗଣାନେନ୍ଦ୍ର ତାଙ୍କ ପିଏଙ୍କୁ କହିଥିଲେ, ସେ ଶୋଇବା ପାଇଁ ଯାଉଛନ୍ତି। ତେଣୁ ତାଙ୍କୁ ଯେପରି କେହି ହଇରାଣ ନକରନ୍ତି। ପରେ ପିଏ ତାଙ୍କୁ ଜଳିଖିଆ ଦେବା ପାଇଁ ରୁମ୍‌ର କବାଟ ବାଡ଼େଇ ଥିଲେ। ହେଲେ କୌଣସି ଉତ୍ତର ମିଳି ନଥିଲା। ଏହାପରେ ଗଣାନେନ୍ଦ୍ରଙ୍କ ପିଏ ଝରକା କାଚ ଭାଙ୍ଗି ଥିଲେ ଓ ଫଙ୍ଖାରେ ଝୁଲନ୍ତା ଅବସ୍ଥାରେ ଗଣାନେନ୍ଦ୍ରଙ୍କୁ ସେ ଦେଖିବାକୁ ପାଇଥିଲେ। ସମ୍ପର୍କୀୟଙ୍କ ଅଭିଯୋଗ ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। 

Advertisment
BJP Leader Found Dead BJP Leader Gnanendra Prasad BJP Leader Death
Advertisment
Advertisment