Advertisment

ଜେମିସନଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆ ଧରାଶାୟୀ

ସାଉଥମଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୧୭ ରନ୍‌ରେ ଅଲଆଉଟ୍। କାଇଲ୍ ଜେମିସନଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠିପାରିନଥିଲେ। ଜେମିସନ୍ ଏକାକୀ ୫ଟି…

author-image
Chandan Shishu
ଜେମିସନଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆ ଧରାଶାୟୀ

wtc-final

ସାଉଥମଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୧୭ ରନ୍‌ରେ ଅଲଆଉଟ୍। କାଇଲ୍ ଜେମିସନଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠିପାରିନଥିଲେ। ଜେମିସନ୍ ଏକାକୀ ୫ଟି ଓ୍ୱିକେଟ୍ ନେଇଥିଲେ। ଗତକାଲିର ଓଭରନାଇଟ ସ୍କୋର ୩ ଓ୍ୱିକେଟ୍‌ରେ ୧୪୬ ରନ୍‌ରୁ ଖେଳ ଆରମ୍ଭ କରିଥିଲା ଟିମ୍‌ ଇଣ୍ଡିଆ।

Advertisment

ତେବେ ତୃତୀୟ ଦିନରେ ୭୧ ରନ୍ ଭିତରେ ବାକି ୭ ଓ୍ୱିକେଟ୍ ହରାଇଛି। ଭାରତ ପକ୍ଷରୁ ଭାଇସ୍ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ସର୍ବାଧିକ ୪୯ ରନ୍ କରିଥିବା ବେଳେ କ୍ୟାପଟେନ୍ ବିରାଟ କୋହଲି ୪୪ ରନ୍ କରିଛନ୍ତି।

ଶେଷ ଓ୍ୱିକେଟ୍ ଭାବେ ରବୀନ୍ଦ୍ର ଜାଡେଜା ମାତ୍ର ୧୫ ରନ୍ କରି ଆଉଟ୍ ହୋଇଥିବା ବେଳେ ମହମ୍ମଦ ଶାମି ୪ ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଜି ଋଷଭ ପନ୍ତ (୪) ନିରାଶ କରିଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ (୨୨) ବଲ୍ ଷ୍ଟାର୍ଟକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ଈଶାନ୍ତ ଶର୍ମା ୪ ଓ ଯଶପ୍ରୀତ ବୁମ୍ରା ଖାତା ଖୋଲିପାରିନାହାନ୍ତି। ଜବାବରେ ନ୍ୟୁଜିଲାଣ୍ଡ ତାର ପ୍ରଥମ ଇନିଂସ ଆରମ୍ଭ କରି ଦୃଢ ବ୍ୟାଟିଂ ଜାରି ରଖିଛି।

Advertisment
Advertisment
Advertisment