Advertisment

ଏହି ଭେଟେରାନ୍‌ ଖେଳାଳି କହିଲେ, କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବା କ୍ରିକେଟ୍ ବିରୋଧରେ ଅପରାଧ ହେବ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ପରାଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ଏବେ ଟାର୍ଗେଟରେ । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବାକୁ ଦାବି କରୁଛନ୍ତି । କୋହଲି ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ । କିନ୍ତୁ ତାଙ୍କ…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ଏହି ଭେଟେରାନ୍‌ ଖେଳାଳି କହିଲେ, କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବା କ୍ରିକେଟ୍ ବିରୋଧରେ ଅପରାଧ ହେବ

virat

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ପରାଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ଏବେ ଟାର୍ଗେଟରେ । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବାକୁ ଦାବି କରୁଛନ୍ତି । କୋହଲି ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ । କିନ୍ତୁ ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଗୋଟିଏ ହେଲେ ବି ଆଇସିସି ଟ୍ରଫି ଜିତିପାରି ନାହିଁ । ଅଧିନାୟକତ୍ୱ ପାଇଁ ଟାର୍ଗେଟ୍‌କୁ ଆସିଥିବା ବିରାଟ କୋହଲିଙ୍କୁ ଇଂଲଣ୍ଡର ପୂର୍ବତନ ସ୍ପିନର ଗ୍ରୀମ୍‌ ସ୍ୱାନ୍‌ଙ୍କ ସମର୍ଥନ ମିଳିଛି । ସେ କହିଛନ୍ତି ଯେ, କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବା କ୍ରିକେଟ୍ ବିରୋଧରେ ଅପରାଧ ହେବ । ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତକୁ ୮ ୱିକେଟରେ ପରାସ୍ତ କରିଛି । ତୃତୀୟ ଥର ପାଇଁ କୋହଲି ଆଇସିସି ଟ୍ରଫି ହାସଲ କରିବାରୁ ବଞ୍ଚିତ ହେଲେ ।

Advertisment

ଏହାପୂର୍ବରୁ, ୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ଏବଂ ୨୦୧୯ ବିଶ୍ୱକପ୍‌ର ସେମିଫାଇନାଲରେ ଟିମ୍ ଇଣ୍ଡିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ସ୍ୱାନ୍‌ କହିଛନ୍ତି ଯେ, ଅଧିନାୟକତ୍ୱ ପାଇଁ ଭାରତ ପାଖରେ କୋହଲିଙ୍କ ଭଳି ଭଲ ବିକଳ୍ପ ନାହିଁ । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘ବିରାଟ କୋହଲି ଜଣେ ଚାମ୍ପିଅନ ଏବଂ ସୁପରଷ୍ଟାର । ସେ ଟିମ୍ ଇଣ୍ଡିଆକୁ ମଜବୁତ କରିଛନ୍ତି । ଅପଣ ତାଙ୍କର ଉତ୍ସାହ ଏବଂ ଆତ୍ମବଳକୁ ଦେଖନ୍ତୁ । ଯେତେବେଳେ ମଇଦାନରେ କୌଣସି ବଲ୍‌ ମିସ୍‌ ଫିଲ୍ଡ ହୁଏ, ସେତେବେଳେ ତାଙ୍କ ଚେହେରାକୁ ଟିକେ ଲକ୍ଷ କରିବେ, ସେ କେତେ ବିଚଳିତ ହୁଅନ୍ତି । ସେ ମଇଦାନରେ ସବୁବେଳେ ନିଜର ଶତପ୍ରତିଶତ ଦେଇଥାନ୍ତି । ବର୍ତ୍ତମାନ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବା କ୍ରିକେଟ୍ ବିରୋଧରେ ଅପରାଧ ହେବ । ସେ ଜଣେ ବହୁତ ଭଲ ଅଧିନାୟକ ।’

ଅନ୍ୟପଟେ କୋହଲି କେବଳ ଅଧିନାୟକତ୍ୱ ପାଇଁ ନୁହେଁ ବରଂ ତାଙ୍କ ବ୍ୟାଟିଂ ପାଇଁ ମଧ୍ୟ ଟାର୍ଗେଟରେ ଅଛନ୍ତି । ସେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲରେ କେବଳ ୪୪ ଓ ୧୩ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି । କୋହଲି ୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୧୯ ବିଶ୍ୱକପ୍‌ର ସେମିଫାଇନାଲରେ ମଧ୍ୟ ଫ୍ଲପ୍ ହୋଇଥିଲେ । କେବଳ ଏତିକି ନୁହେଁ, କୋହଲିଙ୍କ ବ୍ୟାଟ୍‌ରୁ ଶତକ ହାସଲ କରିବାର ଦୀର୍ଘ ସମୟ ବିତିଗଲାଣି । ସେ ନଭେମ୍ବର ୨୦୧୯ରେ ବାଂଲାଦେଶ ବିପକ୍ଷ ଦିନିକିଆ ଟେଷ୍ଟରେ ଶେଷଥର ପାଇଁ ଶତକ ହାସଲ କରିଥିଲେ ।

Advertisment
India Test Match OdishaCricket
Advertisment
Advertisment