Advertisment

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା କ୍ରିକେଟରଙ୍କ ମୃତଦେହ

ଅଗରତାଲା: ନିକଟରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ଘଟଣା ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ଏକ ପ୍ରକାର ଝଟ୍‌କା ଦେଇଥିବାବେଳେ ଏବେ କ୍ରିକେଟ ଜଗତକୁ ଏକ ଝଟ୍‌କା ଲାଗିଛି। ତ୍ରିପୁରାର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ ଟିମ୍‌ର ଜଣେ କ୍ରିକେଟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଏହି ମହିଳା କ୍ରିକେଟର୍‌ଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ, ମଙ୍ଗବାଳ ରାତିରେ ୧୬ ବର୍ଷୀୟ ମହିଳା କ୍ରିକେଟର ଆୟନ୍ତି ରିଅଙ୍ଗଙ୍କ ମୃତଦେହ […]

author-image
Rajalaxmi Sahoo
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା କ୍ରିକେଟରଙ୍କ ମୃତଦେହ

cricket

ଅଗରତାଲା: ନିକଟରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ଘଟଣା ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ଏକ ପ୍ରକାର ଝଟ୍‌କା ଦେଇଥିବାବେଳେ ଏବେ କ୍ରିକେଟ ଜଗତକୁ ଏକ ଝଟ୍‌କା ଲାଗିଛି। ତ୍ରିପୁରାର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ ଟିମ୍‌ର ଜଣେ କ୍ରିକେଟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଏହି ମହିଳା କ୍ରିକେଟର୍‌ଙ୍କ ମୃତଦେହ ଉଦ୍ଧାର ହୋଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ମଙ୍ଗବାଳ ରାତିରେ ୧୬ ବର୍ଷୀୟ ମହିଳା କ୍ରିକେଟର ଆୟନ୍ତି ରିଅଙ୍ଗଙ୍କ ମୃତଦେହ ନିଜ ରୁମ୍‌ରୁ ଉଦ୍ଧାର ହୋଇଥିଲା। ସେଲିଂ ଫ୍ୟାନ୍‌ରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଥିଲା। ତେବେ ମୃତ୍ୟୁ କାରଣ ସମ୍ପର୍କରେ କୌଣସି ବିଧିବଦ୍ଧ ଭାବେ ସୂଚନା ଦିଆଯାଇନାହିଁ।

ଗତ ବର୍ଷ ସେ ତ୍ରିପୁରାର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ ଟିମ୍‌ରେ ସାମିଲ ହୋଇଥିଲେ। ୨୩ ବର୍ଷରୁ କମ୍‌ ରାଜ୍ୟ ଦଳ ଟିମ୍‌ T20 ଟୁର୍ଣ୍ଣାମେଣ୍ଟ୍‌ ମଧ୍ୟ ଖେଳିଥିଲେ।

Advertisment

ଆଦିବାସୀ ଝିଅ ଆୟନ୍ତିଙ୍କ ଘର ତ୍ରିପୁରା ରାଜଧାନୀ ଅଗରତାଲାଠୁ ୯୦ କି.ମି. ଦୂର ଉଦୟପୁର ସବ୍‌ ଡିଭିଜନ୍‌ ଅନ୍ତର୍ଗତ ତାଇନାନୀ ଗାଁରେ।

ଆୟନ୍ତିଙ୍କ ମୃତ୍ୟୁରେ ତ୍ରିପୁରା କ୍ରିକେଟ ଆସୋସିଏସନ୍‌ ସେକ୍ରେଟାରୀ ତିମିର ଚନ୍ଦା ଶୋକ ପ୍ରକାଶ କରିଛନ୍ତି। ରାଜ୍ୟ ଜଣେ ପ୍ରତିଭାବାନ କ୍ରିକେଟରଙ୍କୁ ହରାଇଲା ବୋଲି ସେ କହିଛନ୍ତି।

ଆୟନ୍ତି କୌଣସି ମାନସିକ ଅବସାଦର ଶିକାର ହୋଇଥିଲେ କି  ? ଏହି ପ୍ରଶ୍ନରେ ପ୍ରତିକ୍ରିୟା ରଖି ତିମିର  ଚନ୍ଦା କହିଛନ୍ତି- ‘ଶେଷ ସିଜନ୍‌ ପର୍ଯ୍ୟନ୍ତ ସେ ଠିକ୍‌ଠାକ୍ ଥିଲେ ଓ ଏହାପରେ ଲକ୍‌ଡାଉନ୍‌ ଯୋଗୁ ସବୁକିଛି ବନ୍ଦ ହୋଇଯାଇଥିଲା। ଆମେ କିଛି ଅନ୍‌ଲାଇନ୍‌ କ୍ଲାସ୍‌ କରିଥିଲୁ। ହେଲେ ତାଙ୍କର ପାରିବାରିକ ସମସ୍ୟା ସମ୍ପର୍କରେ ଆମକୁ ଜଣାନଥିଲା।’

ସୂଚନାଥାଉ କି,

Tripura Woman Cricketer Found Dead
Advertisment
Advertisment