/odishatv-khabar/media/media_files/2026/02/15/t20-2026-02-15-21-11-31.jpg)
T20 Photograph: (OTV)
ଟି ଟ୍ବେଣ୍ଟି ବିଶ୍ବକପରେ ଭାରତ ରଖିଲା ୧୭୬ ରନର ଟାର୍ଗେଟ୍ । ପାକିସ୍ତାନ ବିପକ୍ଷରେ ଭାରତର ସ୍କୋର ୧୭୫/୭ । ଇଶାନଙ୍କ ଦୁର୍ଦ୍ଧର୍ଷ ୪୦ଟି ବଲରୁ ୭୭ ରନର ଇନିଂସ । ତେବେ ୨ ଓଭର ମଧ୍ୟରେ ଦୁଇ ଓପନରଙ୍କ ୱିକେଟ ହରାଇ ସଙ୍କଟରେ ପଡିଛି ପାକିସ୍ତାନ। ପରେ ପାକିସ୍ତାନ କ୍ୟାପଟେନ ମଧ୍ୟ ପାଭିଲିୟନକୁ ଫେରିଛନ୍ତି । ପ୍ରଥମ ଓଭରରେ ବିପଜ୍ଜନକ ସାହିବଜାଦା ଫରହାନଙ୍କୁ ଆଉଟ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ପରବର୍ତ୍ତୀ ଓଭରରେ ସାଇମ ଆୟୁବଙ୍କୁ ପ୍ୟାଭିଲିୟନ ଫେରାଇଥିଲେ ଯଶପ୍ରୀତ ବୁମରା।
ରୋମାଞ୍ଚ ଭରିଛି ସନଡେ ସୁପରହିଟ୍ ଲଢ଼େଇ। T20 ବିଶ୍ବକପ ମହାସଂଗ୍ରାମରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ। କଲମ୍ବୋରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ। ଆଜି ବି ହ୍ୟାଣ୍ଡସେକ୍ କଲେନି ଦୁଇ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ଓ ସଲମାନ୍ ଆଘା। ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭେନରେ ୨ଟି ପରିବର୍ତ୍ତନ କରିଛି। ସୁସ୍ଥ ହୋଇ ଟିମକୁ ଫେରିଛନ୍ତି ଓପନର ଅଭିଷେକ ଶର୍ମା।
ସେହିପରି ଅର୍ଶଦୀପଙ୍କ ସ୍ଥାନରେ କୁଳଦୀପ ଯାଦବଙ୍କୁ ସୁଯୋଗ ମିଳିଛି। ଆଜି ପାକିସ୍ତାନ ପାଇଁ ସ୍ପିନ୍ ବ୍ୟୂହ ରଚିଛନ୍ତି ସୂର୍ଯ୍ୟକୁମାର। ଅକ୍ଷର, କୁଳଦୀପ ଓ ବରୁଣଙ୍କ ଯାଦୁଗରୀ ସ୍ପିନରେ ଘାଇଲା ହେବେ ପାକିସ୍ତାନ ବ୍ୟାଟର। ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ଦୁଇ ଚିର ପ୍ରଦିଦ୍ବନ୍ଦ୍ବୀ ମୈଦାନକୁ ଓହ୍ଲାଇଛନ୍ତି। ଏହି ମ୍ୟାଚ୍ ଉପରେ କେବଳ ଭାରତ-ପାକିସ୍ତାନ ନୁହେଁ, ସାରା ବିଶ୍ବର ନଜର ଅଟକିଛି। ....
ଟିମ୍ ଇଣ୍ଡିଆର ବ୍ୟାଟିଂ ପାୱାର ଦେଖି ପାକିସ୍ତାନ ଥରହର ହୋଇଛି। ବିସ୍ଫୋରକ ଓପନର ଇଶାନ କିଷନଙ୍କ ବ୍ୟାଟ୍ ଗର୍ଜିଛି । ଏଯାଏଁ ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ୨ଟି ଲେଖାଏଁ ମ୍ୟାଚ୍ ଜିତି ଅପରାଜେୟ ରହିଛନ୍ତି। ଆଜି ଯିଏ ଜିତିବ ଟେବୁଲ୍ ଟପ୍ ହେବ। କିନ୍ତୁ T-20 ରେକର୍ଡ କହୁଛି ସବୁବେଳେ ପାକିସ୍ତାନ ଉପରେ ଭାରୀ ପଡ଼ିଛି ଟିମ୍ ଇଣ୍ଡିଆ। ଏଯାଏ T20ରେ ଦୁହେଁ ଖେଳିଥିବା ୧୬ଟି ମୁକାବିଲାରୁ ଭାରତ ୧୩ ଓ ପାକିସ୍ତାନ ମାତ୍ର ୩ଟି ଜିତିଛି। ସେହିପରି ଟି-ଟ୍ବେଣ୍ଟି ବିଶ୍ବକପରେ ୮ଟି ମ୍ୟାଚରୁ ଟିମ୍ ଇଣ୍ଡିଆ ୭ ଓ ପାକିସ୍ତାନ ଜିତିଛି ମାତ୍ର ଗୋଟିଏ।
Supreme Court’s Tough Stand: ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ ପରେ ରିୟଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣକୁ ନେଇ ଉଠିଛି ଅନେକ ପ୍ରଶ୍ନ, ବିଲଡରଙ୍କ ସ୍ବାର୍ଥରେ...

Stormy Budget Session Expected: ଦିନକ ପରେ ବିଧାନସଭାର ବଜେଟ ଅଧିବେଶନ, ଧାନ କିଣା ଓ ମହାନଦୀ ପ୍ରସଙ୍ଗକୁ ଅସ୍ତ୍ର କରିବେ ବିରୋଧୀ

Night Party Chaos: ଭାଲେଣ୍ଟାଇନ୍ ଡେ'ରେ ନାଇଟ୍ ପାର୍ଟି, ରାଜଧାନୀରେ ନିୟମର ଉଡ଼ାଇଲେ ଧଜିଆ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)