/odishatv-khabar/media/post_attachments/uploadimage/library/16_9/16_9_0/twenty-world_1624945230.jpg)
twenty world
ନୂଆଦିଲ୍ଲୀ: ଭାରତରୁ ୟୁଏଇକୁ ସ୍ଥାନାନ୍ତର ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍। କରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ଆଇସିସିକୁ ମଧ୍ୟ ଏ ସଂପର୍କରେ ଜଣାଇ ଦିଆଯାଇଛି। ସୌରଭ ଗାଙ୍ଗୁଲି କହିଛନ୍ତି, କ୍ରିକେଟର ଓ ଅଧିକାରୀଙ୍କ ସ୍ୱାସ୍ଥ୍ୟ ହେଉଛି ମୂଲ୍ୟବାନ। ଟୁର୍ଣ୍ଣାମେଣ୍ଟ କେବେଠାରୁ ଆରମ୍ଭ ହେବ ଏ ନେଇ ଆଇସିସି ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ଆସନ୍ତା ଅକ୍ଟୋବର-ନଭେମ୍ବରରେ ଟି ଟ୍ୱେଣ୍ଟି ବିଶ୍ୱକପ୍ ହୋଇପାରେ। ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ହେବାର ଥିଲା। ସମସ୍ତ ମ୍ୟାଚ ମୁମ୍ବାଇ, ପୁଣେ ଏବଂ ଅହମ୍ମଦାବାଦରେ ହେବାର ଥିଲା। କିନ୍ତୁ କରୋନା ପାଇଁ ଏବେ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ହେବ।
ସେହିପରି କରୋନା ଭାଇରସ୍ କାରଣରୁ ୨୯ ମ୍ୟାଚ୍ ପରେ ସ୍ଥଗିତ ରଖାଯାଇଥିବା ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ ଏବେ ୟୁଏଇରେ ଖେଳାଯିବ। ସେପ୍ଟେମ୍ବର-ଅକ୍ଟୋବରରେ ଅବଶିଷ୍ଟ ୩୧ଟି ଯାକ ମ୍ୟାଚ୍ ବିସିସିଆଇ ୟୁଏଇରେ ଆୟୋଜନ କରିବାକୁ ଯାଉଛି । ତେବେ ନିର୍ଦ୍ଧିଷ୍ଟ ଭାବେ କେବେ ଆରମ୍ଭ ହେବ ସେନେଇ ତାରିଖ ଘୋଷଣା ହୋଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)