/odishatv-khabar/media/media_files/2025/11/09/amiya-2025-11-09-20-14-35.jpeg)
amiya Photograph: (OTV)
ହାତକୁ ଦି ହାତ ହେବେ କ୍ରୀଡାବିତ ଅମୀୟ ମଲ୍ଲିକ। ସେ ତାଙ୍କ ଦୀର୍ଘ ଦିନର ବାନ୍ଧବୀ ତଥା ଫିଜିଓ ଥେରାପିଷ୍ଟ ଶ୍ବେତା ଭେଙ୍କଟ ଅଟିଲଙ୍କୁ ବାହା ହେବେ। ନଭେମ୍ବର ୨୨ ତାରିଖରେ ଉଭୟଙ୍କ ପଡିବ ହାତଗଣ୍ଠି। ମୁମ୍ବାଇରେ ହେବ ବାହାଘର।
ଶ୍ବେତାଙ୍କ ଘର ମୁମ୍ବାଇରେ। କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ସ୍ପୋର୍ଟସ ସାଇନ୍ସ ସେଣ୍ଟର ସେ ଲିଡ ଫିଜିଓ ଥେରାପିଷ୍ଟ ଭାବେ କାମ କରନ୍ତି। ଷ୍ଟାଡିୟମରେ ଅଭ୍ୟାସ କରିବା ସମୟରେ ଅମିୟଙ୍କ ତାଙ୍କ ସହ ଦେଖା ସାକ୍ଷାତ ହୋଇଥିଲା। ପ୍ରଥମେ ବନ୍ଧୁତା ଅଉ ପରେ ଉଭୟ ପରସ୍ପର ପ୍ରେମରେ ପଡିଥିଲେ।
କଳିଙ୍ଗ ଷ୍ଟାଡିୟମ ଟ୍ରାକରେ ଆଥଲେଟ ଭାବେ ଜନ୍ମ ନେଇଥିଲେ SPRINTAR ଅମିୟ ମଲ୍ଲିକ। ସେ ଭାରତ ପାଇଁ ଶହେ ଏବଂ ଦୁଇ ଶହ ମିଟର ଦୌଡ ଇଭେଣ୍ଟରେ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗୀତାରେ ଦେଶ ଓ ରାଜ୍ୟ ପାଇଁ ଅନେକ ମେଡାଲ ଆଣିଛନ୍ତି।
ବାହା ହେବେ କ୍ରୀଡାବିତ୍ ଅମୀୟ ମଲ୍ଲିକ
ବାନ୍ଧବୀ ଶ୍ବେତାଙ୍କ ହାତ ଧରିବେ ଧାବକ ଅମୀୟ ମଲ୍ଲିକ
ମୁମ୍ବାଇରେ ଉଭୟଙ୍କ ପଡ଼ିବ ହାତଗଣ୍ଠି
ନଭେମ୍ବର ୨୨ରେ ବିବାହ
ଦୀର୍ଘ ଦିନ ଧରି ଶ୍ବେତାଙ୍କୁ ଡେଟ୍ କରୁଥିଲେ ଅମୀୟ
Terrifying Night Attack: ଜେଜେମାଆଙ୍କ ସହ ଶୋଇଥିବା ୪ ବର୍ଷର ଝିଅକୁ ମଶାରୀ କାଟି ନେଇଗଲା ଦୁର୍ବୃତ୍ତ, ଦେଲା ଯୌନ ନିର୍ଯାତନା

Gujarat ATS: ଧରାପଡ଼ିଲେ ଦୁର୍ଦ୍ଦାନ୍ତ ଅଲ୍ କାଏଦା ଆତଙ୍କବାଦୀ , ଗାଜାରୁ ଟ୍ରେନିଂ ନେଇ ଆସିଥିଲେ ଗୁଜରାଟ

Countdown Begins: ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଅଢ଼େଇ ଲକ୍ଷ ଭୋଟର, ଦିନେ ପରେ ଭୋଟ୍ ଦେବ ନୂଆପଡ଼ା

Fake Foreign Liquor: ମାର୍କେଟରେ ନକଲି ବିଦେଶୀ ମଦ, ଦୁଇ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)