Advertisment

ଅବଶିଷ୍ଟ IPL ମ୍ୟାଚ୍‌କୁ ନେଇ ଗାଙ୍ଗୁଲିଙ୍କ ବଡ଼ ବୟାନ, କହିଲେ ୨୫୦୦ କୋଟି କ୍ଷତି ହୋଇପାରେ

ଅବଶିଷ୍ଟ ମ୍ୟାଚ୍‌ ଖେଳା ନଗଲେ ୨୫୦୦ କୋଟି ଟଙ୍କା କ୍ଷତି ହେବ

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ଅବଶିଷ୍ଟ IPL ମ୍ୟାଚ୍‌କୁ ନେଇ ଗାଙ୍ଗୁଲିଙ୍କ ବଡ଼ ବୟାନ, କହିଲେ ୨୫୦୦ କୋଟି କ୍ଷତି ହୋଇପାରେ

sourav ganguly

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧କୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ବାକି ଥିବା ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଭାରତରେ ଆୟୋଜନ ହେବ ନାହିଁ । ତେବେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ଗୁଡ଼ିକ କେବେ ଓ କେଉଁଠି ଖେଳାଯିବ, ସେନେଇ ବର୍ତ୍ତମାନ ପରିସ୍ଥିତିରେ କହିବା ଠିକ୍‌ ହେବ ନାହିଁ । କରୋନା କାରଣରୁ ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ସ୍ଥଗିତ ରଖାଯାଇଛି । ୬୦ଟି ମ୍ୟାଚ୍‌ ମଧ୍ୟରୁ ମୋଟ ୨୯ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ୩୧ଟି ମ୍ୟାଚ୍‌ ବାକି ରହିଛି । ଯଦି ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ଖେଳା ନଯିବ ତେବେ ବୋର୍ଡର ପାଖାପାଖି ୨୫୦୦ କୋଟି ଟଙ୍କା କ୍ଷତି ହେବ ।

Advertisment

ସ୍ପୋର୍ଟ ଷ୍ଟାର ସହ ଆଲୋଚନା ବେଳେ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ୧୪ ଦିନିଆ କ୍ୱାରେଣ୍ଟାଇନ୍‌ କାରଣରୁଖେଳାଳିଙ୍କପାଇଁ ସମସ୍ୟାହେଉଛି । ଏହାକୁସମ୍ଭାଳିବା କଷ୍ଟକର । ଅନ୍ୟପଟେ ବର୍ତ୍ତମାନ ପରିସ୍ଥିତିରେ ଏହା କହିବା ମଧ୍ୟ କଷ୍ଟ ଯେ, ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ କେବେ ଆୟୋଜନ କରାଯିବ । ତେବେ ଇଂଲଣ୍ଡ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଏବଂ ୟୁଏଇ ଅବଶିଷ୍ଟ ଲିଗ୍ମ୍ୟାଚ୍‌ ଆୟୋଜନ କରିବାକୁ ଆଗେଇ ଆସିଛନ୍ତି ।

ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଗତ ଏକ ବର୍ଷ ଧରି  ଆମେ କରୋନାକାରଣରୁଚିନ୍ତିତ ଅଛୁ ।ଡିସେମ୍ବର ୨୦୨୦ ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଆମେ ସଂଘର୍ଷ କରୁଛୁ ପ୍ରତ୍ୟେକ ଲୋକ ଏହାସହ ସଂଘର୍ଷ କରୁଛନ୍ତିତେଣୁ କ୍ରିକେଟରମାନେ ଏଥିରୁଭିନ୍ନ ନୁହଁନ୍ତି ସେ ଆହୁରି କହିଛନ୍ତି, ଆଇପିଏଲ୍୨୦୨୦ ଦୁବାଇରେ ଆୟୋଜନ କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ଥିଲା ।କାରୋନାର ଦ୍ୱିତୀୟ ଲହର ଯୋଗୁଁ ସବୁକିଛି ଏପଟ ସେପଟ ହୋଇଯାଇଛିଏଭଳି ପରିସ୍ଥିତିରେ କ୍ରିକେଟ୍ ଆୟୋଜନ କରିବା କେତେ କଷ୍ଟକର ତାହାସହଜର ଅନୁମେୟ ।

Advertisment

ଜୁନିଅର କ୍ରିକେଟ୍ ଆୟୋଜନ ହୋଇପାରିଲା ନାହିଁ

ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଆମେବାୟୋ ବବୁଲ ପ୍ରସ୍ତୁତ କଲୁ ଏବଂ ସବୁ ନିୟମ କାନୁନ ପାଳନ କଲୁ ।ମକୁ ସମସ୍ତଙ୍କର ସମର୍ଥନ ମଧ୍ୟ ପ୍ରାପ୍ତ ହେଲା । ଡିସେମ୍ବର-ଫେବୃଆରୀରେ କରୋନାସଂକ୍ରମଣମାମଲା କମ୍ରହିଥିଲାଏହି କାରଣରୁ ଆମେ ମହିଳା କ୍ରିକେଟ୍, ସୟଦ ମୁସତାକ୍ ଅଲ୍ଲୀ, ବିଜୟ ହାଜାରେ ଟ୍ରଫିଆୟୋଜନ କରିବାରେ ସଫଳ ହୋଇଥିଲୁ ଆମେ ଜୁନିଅର କ୍ରିକେଟ୍ ପାଇଁମଧ୍ୟ ଯୋଜନା କରୁଥିଲୁ, କିନ୍ତୁ କରୋନାର ଦ୍ୱିତୀୟ ଲହର ଯୋଗୁଁ ଆମପାଖରେସୁଯୋଗକମ ରହିଥିଲା । ଏହି କାରଣରୁ ଆମକୁ ଜୁନିଅର କ୍ରିକେଟ୍‌ ବାତିଲ କରିବାକୁ ପଡ଼ିଥିଲା । ଆମେ ପ୍ରାଣପଣେ ଚେଷ୍ଟା କରୁଥିଲୁ ଯେ, ପରିସ୍ଥିତି କିଭଳି ସୁଧୁରିଯାଉ ।

Advertisment
Advertisment