/odishatv-khabar/media/post_attachments/uploadimage/library/16_9/16_9_0/222222222-1_1625922763.jpg)
222222222
ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଉ ଏକ ସମ୍ମାନରେ ଅଧିକାରୀ ହୋଇଛନ୍ତି। ‘କ୍ରିକେଟର ଭଗବାନ’ କୁହାଯାଉଥିବା ଏହି ପୂର୍ବତନ କ୍ରିକେଟ ଖେଳାଳି ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ଆଲନ ଡୋନାଲ୍ଡ ଆଇସିସିର ‘ହଲ୍ ଅଫ୍ ଫେମ୍’ରେ ସ୍ଥାନ ପାଇଛନ୍ତି।
Advertisment
ଗତକାଲି ଲଣ୍ଡନରେ ଆଇସିସି ପକ୍ଷରୁ ଆୟୋଜିତ ଏକ ଉତ୍ସବ ଅବସରରେ ସଚିନ କହିଥିଲେ ସେ “ହଲ୍ ଅଫ୍ ଫେମ୍’ରେ ସ୍ଥାନ ପାଇଥିବାରୁ ବହୁତ ଖୁସି। ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନ ବୋଲି ସେ କହିଛନ୍ତି।
୪୬ ବର୍ଷୀୟ ଏହି କ୍ରିକେଟର ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇବାରେ ଷଷ୍ଠ ଭାରତୀୟ। ଏହା ପୂର୍ବରୁ ୨୦୧୮ରେ ରାହୁଲ ଦ୍ରାବିଡ୍ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ।
Advertisment
ସୂଚନାଯୋଗ୍ୟ, ସଚିନ ତେନ୍ଦୁଲକର କ୍ରିକେଟ ଜଗତର ଏମିତି ଜଣେ ଖେଳାଳି ଯିଏକି ବ୍ୟାଟିଂରେ ଅନେକ ରେକର୍ଡ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ଶତକ କରିଥିବା ଖେଳାଳି ଭାବେ ସଚିନଙ୍କ ନାଁ ଶୀର୍ଷରେ ରହିଛି। ସଚିନ ୨୦୦ଟି ଟେଷ୍ଟରେ ୫୩.୭୮ ହାରରେ ୧୫ ହଜାର ୯୨୧ ରନ ସଂଗ୍ରହ କରିଛନ୍ତି। ଏଥିରେ ୫୧ଟି ଶତକ ରହିଛି।
ସେହିପରି ୪୬୩ ଦିନିକିଆ ମ୍ୟାଚରେ ୪୪.୮୩ ହାରରେ ସେ ୧୮ ହଜାର ୪୨୬ ରନ କରିଛନ୍ତି। ଯେଉଁଥିରେ ୪୯ଟି ଶତକ ସାମିଲ ରହିଛି। ସେହିପରି ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟକୁ ମିଶାଇଲେ ଶହେଟି ଶତକ ମାରିଛନ୍ତି ସଚିନ୍।
୨୦୧୫ରେ ଏହି ସମ୍ମାନ ଅନୀଲ କୁମ୍ୱଲେଙ୍କୁ ମିଳିଥିଲା। ବିଶନ ସିଂହ ବେଦୀ ଏବଂ ସୁନୀଲ ଗାଭାସ୍କାରଙ୍କୁ ୨୦୦୯ରେ ଓ ୨୦୧୦ରେ କପିଲ୍ ଦେବ ଆଇସିସି ହଲ୍ ଅଫ୍ ଫେମରେ ସ୍ଥାନ ପାଇଥିଲେ। ଭାରତ ବ୍ୟତୀତ ଅନ୍ୟ ଦେଶର ଖେଳାଳି ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)