Advertisment

କରୋନା ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ସମ୍ପର୍କରେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ସଚିନ। ଏଥିସହିତ ଲୋକଙ୍କୁ ସତର୍କ ରହିବା ପାଇଁ ତଥା ଯଥା ସମ୍ଭବ ଘରେ ରହିବା ପାଇଁ ଚେଷ୍ଟା କରିବାକୁ କହିଛନ୍ତି। ଏଠି କହିରଖିବୁ, ସଚିନ ତେନ୍ଦୁଲକର ମାର୍ଚ୍ଚ ୨୨ ତାରିଖ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ସେ କ୍ୱାରେଣ୍ଟିନରେ ଥିବା କହିଥିଲେ। ସେ […]

author-image
Minati Mishra
କରୋନା ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲକର

sachin

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ସମ୍ପର୍କରେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ସଚିନ। ଏଥିସହିତ ଲୋକଙ୍କୁ ସତର୍କ ରହିବା ପାଇଁ ତଥା ଯଥା ସମ୍ଭବ ଘରେ ରହିବା ପାଇଁ ଚେଷ୍ଟା କରିବାକୁ କହିଛନ୍ତି।

Advertisment

ଏଠି କହିରଖିବୁ, ସଚିନ ତେନ୍ଦୁଲକର ମାର୍ଚ୍ଚ ୨୨ ତାରିଖ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ସେ କ୍ୱାରେଣ୍ଟିନରେ ଥିବା କହିଥିଲେ।

ସେ ଟୁଇଟରେ ଲେଖିଛନ୍ତି, ‘ ମୋର ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଥିବାରୁ ଧନ୍ୟବାଦ। ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଫେରିବି ବୋଲି ଆଶା ରଖିଛି। ସମସ୍ତେ ନିଜର ଯତ୍ନ ନିଅ ଏବଂ ସୁସ୍ଥ ରୁହ।’

Advertisment

ଏହାବ୍ୟତୀତ ସେ ୱାର୍ଲଡ କପ୍‌ ବିଜୟର ୧୦ ବର୍ଷ ପୂର୍ତ୍ତି ଅବସରରେ ସେ ସମସ୍ତ ଭାରତୀୟ ଏବଂ ତାଙ୍କ ଟିମ୍‌ମେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Sachin Tendulkar
Advertisment
Advertisment