Advertisment

Pakistan Softens Stance After ICC Questions: ନରମିଲା ପାକିସ୍ତାନ କ୍ରିକେଟ ବୋର୍ଡ, ଟି-୨୦ ବିଶ୍ୱକପ ମୁକାବିଲା

ନରମିଲା ପାକିସ୍ତାନ କ୍ରିକେଟ ବୋର୍ଡ। ଟି-୨୦ ବିଶ୍ୱକପ ମୁକାବିଲା। ଭାରତ ବିପକ୍ଷରେ ପାକିସ୍ତାନ ଖେଳିବାକୁ ମନା କରିବା ପ୍ରସଙ୍ଗ। ICCର କଠୋର ସ୍ପଷ୍ଟୀକରଣ ପରେ ନରମିଲା ପାକିସ୍ତାନ। ICC ସହ ଆଲୋଚନା କରିବାକୁ PCBର ଆଗ୍ରହ ପ୍ରକାଶ।

author-image
Pramod Behera
Pakistan Softens Stance After ICC Questions

ନରମିଲା ପାକିସ୍ତାନ କ୍ରିକେଟ ବୋର୍ଡ Photograph: (OTV)

ଟି-୨୦ ବିଶ୍ବକପ୍ ର ଭାରତ ବିପକ୍ଷ ହାଇଭୋଲ୍ ଟେଜ୍ ମୁକାବିଲାକୁ ପାକିସ୍ତାନ ବର୍ଜନ କରିବା ଘଟଣାରେ ଆସିଲା ନୂଆ ତଥ୍ୟ। ଆଇସିସିକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ପିସିବି ଚିଠି ଲେଖିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ତାର ମତ ପରିବର୍ତ୍ତନ କରିଛି। ପିସିବି ଆଇସିସି ସହିତ ଆନୁଷ୍ଠାନିକ ଆଲୋଚନା ପାଇଁ ଅନୁରୋଧ କରିଛି। 

Advertisment

ପାକିସ୍ତାନ କ୍ରିକେଟ୍ ବୋର୍ଡ ICCର କଠୋରତା ଆଗରେ ମୁଣ୍ଡ ନୁଆଁଇଥିବା ପରି ମନେ ହେଉଛି। ICCର ଜଣେ ନିର୍ଦ୍ଦେଶକଙ୍କ ଅନୁଯାୟୀ PCB ଆଲୋଚନା ପାଇଁ ICC ସହିତ ଯୋଗାଯୋଗ କରିଛି। ICC ସମ୍ଭାବ୍ୟ ସମାଧାନ ପାଇଁ ବୋର୍ଡ ସହିତ ଆଲୋଚନା ଜାରି ରଖିଛି। ପୂର୍ବରୁ ଭାରତ ସହ ନଖେଳିବାକୁ ପାକିସ୍ତାନ ICCକୁ ଚିଠି ଲେଖି ଫୋର୍ସ ମେଜ୍ୟୋର ଧାରାକୁ ଉପଯୋଗ କରିବାକୁ ଚାହିଁଥିବା ସୂଚନା ଦେଇଥିଲା। 

ଫୋର୍ସ ମେଜ୍ୟୋର ହେଉଛି ଏମିତି ଏକ ଧାରା ଯେଉଁଥିରେ କୌଣସି ଚୁକ୍ତି ସ୍ବାକ୍ଷର କରିଥିବା ଦୁଇ ପକ୍ଷ ଅସାଧାରଣ କାରଣ ଯଥା ଯୁଦ୍ଧ, ଦଙ୍ଗା, ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ଓ ସରକାରଙ୍କ ନିର୍ଦ୍ଦେଶ ପାଇଁ ଏଥିରୁ ଓହରି ଯାଇପାରିବେ। ତେବେ ପ୍ରତିଯୋଗିତା ଖେଳିବାକୁ ରାଜି ଥିଲେ ମଧ୍ୟ କେବଳ ଭାରତ ବିପକ୍ଷ ମ୍ୟାଚରେ କାହିଁକି ଏହି ଫୋର୍ସ ମେଜ୍ୟୋର ଧାରା ଉପଯୋଗ କରିବାକୁ ଚାହୁଁଛ ବୋଲି ପିସିବିକୁ ଆଇସିସି ପାଲଟା ପ୍ରଶ୍ନ କରିଛି। 

Advertisment

ସେହିଭଳି ପାକିସ୍ତାନ ସରକାର ଟ୍ବିଟ୍ କରି ଭାରତ ବିପକ୍ଷ ମ୍ୟାଚ୍ ନଖେଳିବାକୁ ଘୋଷଣା କରିବା ପରେ ଏହି ମାମଲାର ସମାଧାନ ଲାଗି କଣସବୁ ପଦକ୍ଷେପ ନିଆଯାଇଛି ତାର ପୂରା ବିବରଣୀ ଦେବାକୁ ପିସିବିକୁ କହିଥିଲାି ଆଇସିସି। କେବଳ ସ୍ପଷ୍ଟୀକରଣ ନୁହେଁ ଏହାର ପ୍ରମାଣ ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲା। 

କେଉଁ ପରିସ୍ଥିତିରେ ଫୋର୍ସ ମେଜ୍ୟୋର ଧାରା ଉପଯୋଗ କରାଯାଇ ପାରିବ ତାର ସଂପୂର୍ଣ୍ଣ ବିବରଣୀ ବି ପିସିବି ପାଖକୁ ପଠାଇ ଦେଇଛି ଆଇସିସି। ଆଇସିସିର କଠୋରତା ପରେ ପାକିସ୍ତାନ ଏବେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ରାଜି ହୋଇଛି। ଆସନ୍ତା ୧୫ ଫେବୃଆରୀରେ କଲମ୍ବୋରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ। ଏହି ମ୍ୟାଚକୁ ନଖେଳିବାକୁ ପୂର୍ବରୁ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ।

  • ଭାରତ ବିପକ୍ଷରେ ପାକିସ୍ତାନ ଖେଳିବାକୁ ମନା କରିବା ପ୍ରସଙ୍ଗ 
  • ICCର କଠୋର ସ୍ପଷ୍ଟୀକରଣ ପରେ ନରମିଲା ପାକିସ୍ତାନ
  • ICC ସହ ଆଲୋଚନା କରିବାକୁ PCBର ଆଗ୍ରହ ପ୍ରକାଶ
  • ପୂର୍ବରୁ ଭାରତ ବିପକ୍ଷରେ ଖେଳିବାକୁ ମନା କରିଥିଲା
  • 'ଫୋର୍ସ ମେଜ୍ୟୋର' ଧାରା ଅନୁସାରେ ଖେଳିବନି କହିଥିଲା
  • କଲମ୍ବୋରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚ ଖେଳିବନି କହିଥିଲା
  • ସରକାରଙ୍କ ନିଷ୍ପତ୍ତି ଅନୁସାରେ ଖେଳିବନି କହିଥିଲା
  • ତେବେ ସ୍ପଷ୍ଟୀକରଣ ମାଗିଥିଲା ଆଇସିସି
  • କେବଳ ଭାରତ ବିପକ୍ଷରେ କାହିଁକି ଖେଳିବନି ପଚାରିଥିଲା ICC
  • ICC କଠୋର ହେବା ପରେ ଆଲୋଚନା ପାଇଁ ରାଜି PCB
Cricket India Pakistan
Advertisment
Advertisment