/odishatv-khabar/media/media_files/2026/02/09/controversy-on-mahaprasad-2026-02-09-18-19-36.jpg)
ପୁଣି ମହାପ୍ରସାଦକୁ ଅପମାନ Photograph: (OTV)
ପୁଣି ମହାପ୍ରସାଦକୁ ଅପମାନ। ଡାଇନିଂ ଟେବୁଲ୍ ରେ ବସି ମହାପ୍ରଭୁଙ୍କ ମହାପ୍ରସାଦ ସେବନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। ପୁରୀର ଏକ ହୋଟେଲରେ ବଙ୍ଗୀୟ ଯାତ୍ରୀ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ କରୁଥିବା ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀଙ୍କୁ ଘୋର ଆଘାତ ଦେଇଛି। କେବଳ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ ନୁହେଁ ଚପଲ ପିନ୍ଧି ଏହାକୁ ସେବନ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
Advertisment
ମହାପ୍ରସାଦ ସେବନ ସମୟରେ ଖାଲି ପାଦରେ ତଳେ ବସି ଏହାକୁ ସେବନ କରିବାର ପରମ୍ପରା ରହିଛି। ମହାପ୍ରସାଦକୁ ଏଭଳି ଅସମ୍ମାନ କରିବା ଆଦୋୖ ଉଚିତ ନୁହେଁ ବୋଲି ଜଗନ୍ନାଥ ପ୍ରେମୀ କହିଛନ୍ତି। ମହାପ୍ରସାଦକୁ ସମ୍ମାନ ଦେଇ କିଭଳି ସେବନ କରିବା କଥା ସେନେଇ ହୋଟେଲ ପକ୍ଷରୁ ଯାତ୍ରୀ ମାନଙ୍କୁ ସଚେତନ କରାଗଲେ ଏଭଳି ଘଟଣା ବାରମ୍ବାର ଘଟନ୍ତା ନାହିଁ ବୋଲି ସେବାୟତ ମତ ରଖିଛନ୍ତି।
- ପୁଣି ମହାପ୍ରସାଦକୁ ଅପମାନ
- ଡାଇନିଂ ଟେବୁଲରେ ବସି ମହାପ୍ରଭୁଙ୍କ ମହାପ୍ରସାଦ ସେବନ
- ପୁରୀର ଏକ ହୋଟେଲରେ ମହାପ୍ରସାଦ ସେବନର ଭିଡିଓ ଭାଇରାଲ୍
- ଡାଇନିଂ ଟେବୁଲରେ ବସି, ଚପଲ ପିନ୍ଧି ମହାପ୍ରସାଦ ସେବନ
- ବଙ୍ଗୀୟ ପର୍ଯ୍ୟଟକଙ୍କ ଏଭଳି ମହାପ୍ରସାଦ ସେବନକୁ ନେଇ ଅସନ୍ତୋଷ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)