/odishatv-khabar/media/post_attachments/uploadimage/library/16_9/16_9_0/kohli_1624108018.jpg)
kohli
ସାଉଥମ୍ପଟନ: ଇଂଲଣ୍ଡର ସାଉଥମ୍ପଟନ୍ରେ ଚାଲିଛି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ର ଫାଇନାଲ ମ୍ୟାଚ। ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଦୁଇ ଓପନ୍ର ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ଭଲ ଆରମ୍ଭ କରିଥିବା ସତ୍ତ୍ୱେ ଅଧିକ ସମୟ ତିଷ୍ଠି ପାରିନଥିଲେ। ରୋହିତ ୩୮ ରନ୍, ଗିଲ୍ ୨୮ ରନ୍ ଓ ଚେତେଶ୍ୱର ୮ ରନ୍ରେ ଆଉଟ୍ ହୋଇଛନ୍ତି। ବର୍ଷା ଯୋଗୁଁ ଗତକାଲି ପ୍ରଥମ ଦିନର ଖେଳ ପୂରା ଧୋଇ ଯାଇଥିଲା। ଆଜି ଦ୍ୱିତୀୟ ଦିନରେ ଭଲ ପାଗ ପରେ ଖେଳ ଆରମ୍ଭ ହୋଇଛି।
୨୨ ବର୍ଷ ପରେ ଇଂଲଣ୍ଡକୁ ଘରୋଇ ମାଟିରେ ହରାଇ ନ୍ୟୁଜିଲାଣ୍ଡ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୧-୦ରେ ଜିତିବା ସହ ଭାରତକୁ ବିତାଡିତ କରି ଟେବୁଲର ଶୀର୍ଷରେ ପହଞ୍ଚିଛି। ସେ ଦୃଷ୍ଟିରୁ ନ୍ୟୁଜିଲାଣ୍ଡର ବିଜୟ ସମ୍ଭାବନା ଅଧିକ ଥିବା କୁହାଯାଉଥିଲେ ମଧ୍ୟ ଶକ୍ତିଶାଳୀ ଭାରତୀୟ ଟିମ୍ ଆଗରେ ତିଷ୍ଠିବା କଷ୍ଟ ହେବ।
ଉଭୟ ଟିମ୍ ଦମଦାର ଫର୍ମରେ ଥିବାରୁ ମ୍ୟାଚ ବେଶ୍ ରୋମାଞ୍ଚକର ହେବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ। ମିଲଖା ସିଂହଙ୍କ ସ୍ମୃତିରେ ଆଜି ଟିମ୍ ଇଣ୍ଡିଆର ଖେଳାଳି କଳା ବ୍ୟାଜ ପିନ୍ଧି ପଡିଆକୁ ଓହ୍ଲାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)