Advertisment

ଆସିଲା ଧୋନିଙ୍କ କରୋନା ରିପୋର୍ଟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଶଂସକଙ୍କ ପାଇଁ ବଡ଼ ଖବର। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ୍ ଆସିଛି। ଏବେ ସେ ୟୁଏଇରେ ହେବାକୁଥିବା ଆଇପିଏଲର ୧୩ଶ ସଂସ୍କରଣର ପ୍ରସ୍ତୁତି ପାଇଁ ଶୀଘ୍ର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ। ଧୋନି ବର୍ତ୍ତମାନ ରାଞ୍ଚିରେ ଅଛନ୍ତି ଏବଂ ସେ ନିୟମ ଅନୁଯାୟୀ ଏକ ବେସରକାରୀ ହସ୍ପିଟାଲରେ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଆସିଲା ଧୋନିଙ୍କ କରୋନା ରିପୋର୍ଟ

msd

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଶଂସକଙ୍କ ପାଇଁ ବଡ଼ ଖବର। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ୍ ଆସିଛି। ଏବେ ସେ ୟୁଏଇରେ ହେବାକୁଥିବା ଆଇପିଏଲର ୧୩ଶ ସଂସ୍କରଣର ପ୍ରସ୍ତୁତି ପାଇଁ ଶୀଘ୍ର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ।

Advertisment

ଧୋନି ବର୍ତ୍ତମାନ ରାଞ୍ଚିରେ ଅଛନ୍ତି ଏବଂ ସେ ନିୟମ ଅନୁଯାୟୀ ଏକ ବେସରକାରୀ ହସ୍ପିଟାଲରେ କୋଭିଡ୍-୧୯ ଟେଷ୍ଟ କରାଇଥିଲେ, ଯାହାର ରେଜଲ୍ଟ ନେଗେଟିଭ୍ ଆସିଛି। ୨୦୦୮ରୁ ହିଁ ଧୋନି ଚେନ୍ନାଇ ଟିମର କ୍ୟାପଟେନ୍ ଅଛନ୍ତି। ତାଙ୍କ ନେତୃତ୍ୱରେ ଟିମ୍ ତିନିଥର ଆଇପିଏଲ୍ ଏବଂ ଦୁଇଥର ଚାମ୍ପିୟନ୍ସ ଲିଗ୍ ଟାଇଟଲ୍‌ ଜିତିଛି।

ଗତମାସରେ ନିଜର ୩୯ତମ ଜନ୍ମଦିନ ପାଳନ କରିଥିବା ଧୋନି ବର୍ଷକରୁ ଅଧିକ ହେବ କ୍ରିକେଟରୁ ଦୂରରେ ଅଛନ୍ତି। କିନ୍ତୁ ଏବେ ତାଙ୍କ ପ୍ରଶଂସକଙ୍କ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। କାରଣ ଧୋନି ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ହେବାକୁଥିବା ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

Advertisment

ଧୋନି ଓ ତାଙ୍କ ଟିମର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ୧୪ ତାରିଖ ସୁଦ୍ଧା ଚେନ୍ନାଇରେ ପହଞ୍ଚିପାରନ୍ତି ଏବଂ ଏହା ପରେ ଅଗଷ୍ଟ ୨୧ ତାରିଖରେ ୟୁଏଇ ଅଭିମୁଖେ ଯାତ୍ରା କରିବେ। ଲକଡାଉନ୍ ପୂର୍ବରୁ ଚେନ୍ନାଇ ଟିମ୍ ମାର୍ଚ୍ଚରେ ପ୍ରଥମ କ୍ୟାମ୍ପ୍ କରିଥିଲା ଏବଂ ଆସନ୍ତା ୧୬ ତାରିଖରୁ ଚେନ୍ନାଇରେ ଏଭଳି ଏକ କ୍ୟାମ୍ପର ଆୟୋଜନ ହୋଇପାରେ।

ଅନ୍ୟପକ୍ଷରେ ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଚେନ୍ନାଇ ସୁପର୍ କିଙ୍ଗସର ୬ ଦିନିଆ ଆଇପିଏଲ୍ କଣ୍ଡିସନିଙ୍ଗ୍ କ୍ୟାମ୍ପରେ ଭାଗ ନେବେ ନାହିଁ। ଏହି କ୍ୟାମ୍ପ୍ ଅଗଷ୍ଟ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇରେ ହେବ। ଜାଡେଜାଙ୍କୁ ଛାଡ଼ି ଦେଲେ ଭାରତର କିଛି ନାମୀ ଖେଳାଳି ଯଥା ଧୋନି, ରାଇନା, ହରଭଜନ ସିଂହ, ଅମ୍ବାତି ରାୟୁଡୁ ଏହି କ୍ୟାମ୍ପରେ ଭାଗ ନେବେ।

Advertisment
Advertisment