/odishatv-khabar/media/post_attachments/uploadimage/library/16_9/16_9_0/sddrtruyioo_1619972009.jpg)
sddrtruyioo
ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ଚଳିତ ଆଇପିଏଲ ସିଜିନର ଷ୍ଟାର କ୍ରିକେଟର୍ ଲୋକେଶ ରାହୁଲ । ପେଟରେ ଆପେଣ୍ଡିସାଇଟସ୍ ହୋଇଥିବା କାରଣରୁ ସେ ଭର୍ତ୍ତି ହୋଇଥିବା ଜଣାଯାଇଛି । ହଠାତ୍ ତାଙ୍କର ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କର।।ଇଥିଲା । ଏନେଇ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସହ ପୋଷ୍ଟ କରି ରାହୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛି ପଞ୍ଜାବ କିଙ୍ଗସ୍ । ଏହା ପରେ ସେ ରବିବାର ହେବାକୁ ଥିବା ଦିଲ୍ଲୀ ବିପକ୍ଷ ମ୍ୟାଚରେ ଖେଳିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି ।
ପଂଜାପ କିଙ୍ଗସ୍ ଟ୍ୱିଟରରେ ଲେଖିଛି ଯେ କେଏଲ୍ ରାହୁଲ୍ ଗତ ରାତିରେ ପେଟରେ ଯନ୍ତ୍ରଣା ଅନୁଭୂତ କରିଥିଲେ ଏବଂ ଔଷଧରୁ କୌଣସି ଫାଇଦା ନମିଳିବାରୁ ତାଙ୍କର ପରୀକ୍ଷା ପାଇଁ ଏମରଜେନ୍ସି ୱାର୍ଡକୁ ନିଆଯାଇଥିଲା । ପରୀକ୍ଷାକୁ ଜଣାପଡ଼ିଛି ଯେ ତାଙ୍କୁ ତୀବ୍ର ଆପେଣ୍ଡିସାଇଟିସ୍ ଅଛି । ଏହା ସର୍ଜରୀ ଦ୍ୱାରା ହିଁ ସଫଳ ହୋଇପାରିବ ଏବଂ ସୁରକ୍ଷା କାରଣରୁ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।
ରାହୁଲ ବର୍ତ୍ତମାନ ଆଇପିଏଲ୍-୨୦୨୧ରେ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳିଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି । ଏଭଳି ସ୍ଥିତିରେ ତାଙ୍କର ଚୂଡ଼ାନ୍ତ ଏକାଦଶରେ ନରହିବ, ଟିମ୍ ପାଇଁ ବଡ଼ ଝଟକା ହେବ । ଏପରିକି ରାହୁଲଙ୍କ ସ୍ଥାନରେ ଏବେ ଟିମର କ୍ୟାପଟେନ୍ କିଏ ହେବ, ତାହା ମଧ୍ୟ ବଡ଼ ପ୍ରଶ୍ନ । ଟିମରେ କ୍ରିସ୍ ଗେଲଙ୍କ ଭଳି ଅଭିଜ୍ଞ ଖେଳାଳି ଅଛନ୍ତି, କିନ୍ତୁ ପଞ୍ଜାବ ଟିମ୍ କାହାକୁ କ୍ୟାପଟେନ୍ କରୁଛି, ତାହା ଦେଖିବାକୁ ବାକି ରହିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)