/odishatv-khabar/media/post_attachments/uploadimage/library/16_9/16_9_0/IPL-12_1626759286.jpg)
IPL
ନୂଆଦିଲ୍ଲୀ: ଚଳିତ ସିଜିନ୍ର ଆଇପିଏଲ୍ରେ କୋଲକାତା ନାଇଟ ରାଇଡର ଆଉ ଏକ ବିଜୟ ହାସଲ କରିଛି। କିଙ୍ଗସ୍ ଇଲେଭେନ ପଞ୍ଜାବକୁ ୨୮ରନରେ ହରାଇ କୋଲକାତା ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୨୧୮ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରବିନ ଉଥାପା ସର୍ବାଧିକ ୬୭ ରନ୍ କରିଥିବା ବେଳେ ନୀତିଶ ରାଣା ସର୍ବାଧିକ ୬୩ ରନ୍ କରିଥିଲେ।
Advertisment
ତେବେ ଆଣ୍ଡ୍ୟୁ ରସେଲ ପୁଣି ଥରେ ଏକ ବିସ୍ଫୋରକ ପାଳି ଖେଳି ଥିଲେ। ସେ ୧୭ଟି ବଲରୁ ୪୮ ରନ୍ ସଂଗ୍ରହ କରିଥିଲେ। ୨୧୯ ରନର ବିଶାଳ ସ୍କୋରକୁ ପିଛା କରୁଥିବା ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୧୯୦ ରନ୍ କରିଥିଲା। ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରଓ୍ୱାଲ ୫୮ ରନ୍ ଓ ଡେଭିଡ ମିଲର ୫୯ ରନ ସ୍କୋର କରିଥିଲେ। ରସେଲ ବ୍ୟାଟିଂ ପରେ ବୋଲିଂର ମଧ୍ୟ କମାଲ ଦେଖାଇଥିଲେ। ସେ ୩ ଓଭର ବୋଲିଂ ୨ ଓ୍ୱିକେଟ ଅକ୍ତିଆର କରିଥିଲେ। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)