/odishatv-khabar/media/post_attachments/uploadimage/library/16_9/16_9_0/Capture-17_1623476096.jpg)
Turkey vs Italy
ରୋମ୍: ଆରମ୍ଭ ହେଲା ଫୁଟବଲର ମିନି ମହାକୁମ୍ଭ କୁହାଯାଉଥିବା ୟୁରୋ କପ୍ ୨୦୨୦ । ବିଜୟରୁ ଯାତ୍ରା ଆରମ୍ଭ କଲା ଇଟାଲୀ । ଶୁକ୍ରବାର ଉଦ୍ଘାଟନୀ ମ୍ୟାଚରେ ତୁର୍କୀକୁ ୩-୦ ଗୋଲରେ ପରାସ୍ତା କରିଛି ଇଟାଲୀ । ପ୍ରଥମଥର ପାଇଁ ୟୁରୋ କପ୍ରେ ୩ଟି ଗୋଲ ମାରି କୌଣସି ଦଳକୁ ପରାସ୍ତ କରିଛି ଇଟାଲୀ । ପୂର୍ବରୁ ଇଟାଲୀ ଓ ତୁର୍କୀ ମଧ୍ୟରେ ଖେଳାଯାଇଥିବା ଶେଷ ୧୧ଟି ମ୍ୟାଚ୍ ମଧ୍ୟରୁ ଏହା ଇଟାଲୀର ଅଷ୍ଟମ ବିଜୟ । ବାକି ତିନୋଟି ମ୍ୟାଚ୍ ଡ୍ର ରହିଥିଲା । ଦେଖିବାକୁ ଗଲେ ଇଟାଲୀ ସବୁବେଳେ ତୁର୍କୀ ବିପକ୍ଷରେ ଭଲ ପ୍ରଦର୍ଶନ କରି ଆସିଛି । ଅନ୍ୟପଟେ ଏହି ମଇଦାନରେ ଇଟାଲୀ ଖେଳିଥିବା ଗତ ୮ଟି ମ୍ୟାଚ୍ରେ ବିପକ୍ଷ ଦଳକୁ ଗୋଟିଏ ବି ଗୋଲ କରିବାର ସୁଯୋଗ ଦେଇନାହିଁ । ଟୁର୍ଣ୍ଣାମେଣ୍ଟରେ ଇଟାଲୀ ନାଁରେ ଆଉ ଏକ ରେକର୍ଡ ରହିଛି ଯେ, ଏହି ଦଳରେ ସବୁଠାରୁ ଅଧିକ ମ୍ୟାଚ୍ ଡ୍ର ରଖିଛି ।
ତେବେ ଗତକାଲି ମ୍ୟାଚ୍ର ଫାଷ୍ଟ ହାଫ୍ରେ ତୁର୍କୀର ଡେମିରାଲ ନିଜ ଗୋଲପୋଷ୍ଟରେ ଗୋଲ ମାରି ଇଟାଲୀକୁ ୧-୦ରେ ଆଗୁଆ କରିଥିଲେ । ଏହାପରେ ଇଟାଲୀର ଇନସାଇନ୍ ଏବଂ ଇମୋବାଇଲ ଦୁଇଟି ଗୋଲ ମାରି ଦଳକୁ ୩-୦ରେ ବିଜୟୀ କରାଇଥିଲେ ।
କରୋନା ମହାମାରୀ ପାଇଁ ୟୁରୋ କପ୍ ଇତିହାସରେ ପ୍ରଥମ ଥର ପାଇଁ ଖେଳ ସ୍ଥଗିତ ରଖାଯାଇଥିଲା । ୨୦୨୦ରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୨୦୨୧ରେ କରାଯାଉଛି । ପ୍ରଥମ ଥର ପାଇଁ ଚଳିତ ଥରର ୟୁରୋ କପ୍ ବିଭିନ୍ନ ଦେଶର ଷ୍ଟାଡିୟମରେ ଖେଳାଯାଉଛି । ଇଟାଲୀ ଓ ତୁର୍କି ମଧ୍ୟରେ ମ୍ୟାଚ୍ ଗତକାଲି ରୋମ୍ରେ ଖେଳାଯାଇଥିଲା । ବିଭିନ୍ନ ଦେଶର ୧୧ ସହରରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ଲଣ୍ଡନ, ଗ୍ଲାସଗୋ, କୋପେନହେଗେନ, ସେବିଲ, ବୁଦାପେଷ୍ଟ, ଆମଷ୍ଟର୍ଡମ୍, ରୋମ୍, ମ୍ୟୁନିକ୍, ବାକୁ, ବୁଖାରେଷ୍ଟ ଏବଂ ସେଣ୍ଟ ପିଟର୍ସବର୍ଗରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ।
୧୨ ଜୁଲାଇରେ ୟୁରୋ କପ୍ ୨୦୨୦ର ଫାଇନାଲ ମ୍ୟାଚ ଖେଳାଯିବ । ଲଣ୍ଡନର ୱେମ୍ବଲି ଷ୍ଟାଡିୟମରେ ଏହି ଫାଇନାଲ ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ୨୪ଟି ଟିମ୍ ରହିଛନ୍ତି । ପ୍ରତି ଗ୍ରୁପରେ ୪ଟି ଲେଖାଏଁ ଦଳ ରହିଥିବା ବେଳେ ମୋଟ୍ ୬ଟି ଗ୍ରୁପ କରାଯାଇଛି । ଆଜି ଯାଏ ୧୫ ଥର ୟୁରୋକପ୍ର ଆୟୋଜନ ହୋଇଥିବା ବୋଳେ ୧୦ଟି ଟିମ୍ ବିଜୟୀ ହୋଇଛନ୍ତି । ଜର୍ମାନୀ ଏବଂ ସ୍ପେନ୍ ସବୁଠାରୁ ଅଧିକ ତିନି-ତିନି ଥର କପ୍ ହାତେଇଛନ୍ତି । ଫ୍ରାନ୍ସ ଦୁଇ ଥର କପ୍ ହାସଲ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)