/odishatv-khabar/media/post_attachments/uploadimage/library/16_9/16_9_0/ipl-123_1626760284.jpg)
ipl
ନୂଆଦିଲ୍ଲୀ: ଆଇପିଏଲ୍ରେ ଜାରି ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପରାଜୟ ଧାରା। ରବିବାର ଆଇପିଏଲରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆରସିବିକୁ ୪ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରୟାଲ୍ସ ଚାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରିଥଲା।
ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ୬ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ୨୧ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା କିସୋଗୋ ରାବାଡା ଏହି ମ୍ୟାଚରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ। ଆଇପିଏଲରେ ଆରସିବି ଲଗାତାର ୬ଟି ମ୍ୟାଚରେ ପରାଜୟ ବରଣ କରିଛି।
ସେହପରି ଜୟପୁରରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ୱିକେଟରେ ପରାସ୍ତ କରି କୋଲକାତା ନାଇଟ୍ ରାଇଡର୍ସ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୩ ୱିକେଟ୍ ହରାଇ ୧୩୯ ରନ୍ ସଂଗ୍ରହ କରିଥିଲା।
ଜବାବରେ କୋଲକାତା ନାଇଟ୍ ରାଇଡର୍ସ ୧୪ ଓଭରରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଏହି ମ୍ୟାଚରେ କେକେଆର ପକ୍ଷରୁ ଡେବ୍ୟୁ କରିଥିବା କେରି କର୍ଣ୍ଣିଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ ବିବେଚିତ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)