/odishatv-khabar/media/post_attachments/uploadimage/library/16_9/16_9_0/ipl_1625142062.jpg)
ipl
ନୂଆଦିଲ୍ଲୀ: ଆଇପିଏଲ୍ରେ କ୍ୱାଲିଫାୟର -୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ହାଇଦ୍ରାବାଦ। ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ବେଙ୍ଗାଲୁରୁକୁ ୬ ଓ୍ୱିକେଟରେ ପରାସ୍ତ କରିଛି ହାଇଦ୍ରାବାଦ । ହାରିବା ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲରୁ ବାହାରି ଯାଇଛି।
ଚକେନ ଓ୍ୱିଲିମସନଙ୍କ ଦମଦାର ୫୦ ରନ ବଳରେ ହାଇଦ୍ରାବଦ ବିଜୟ ହାସଲ କରିଛି । ପ୍ରଥମେ ଟସ୍ ଜିତି ବାଙ୍ଗାଲରକୁ ବ୍ୟାଟିଂ ପାଇଁ ଆହ୍ୱାନ କରିଥିଲା ହାଇଦ୍ରବାଦ। ନିର୍ଦ୍ଧାରିତ ଓଭରରେ ବାଙ୍ଗାଲୋର ୧୩୧ ରନ କରିଥିଲ॥ ୧୩୨ ରନର ଟାର୍ଗେଟକୁ ପିଛା କରି ୨ଟି ବଲ୍ ଥାଇ ଲକ୍ଷ୍ୟ ହାସଲ କରି ନେଇଥିଲା ହାଇଦ୍ରାବାଦ ।
କ୍ୱାଲିଫାୟର ୨ରେ ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସ ସହ ଖେଳିବ ହାଇଦ୍ରାବାଦ । ଜିତିଲେ ମଙ୍ଗଳବାର ମୁମ୍ବାଇ ସହ ଫାଇନାଲ ମୁକାବିଲା ହେବ। ସେପଟେ ଏହି ପରାଜୟ ସହ ବେଙ୍ଗାଲୁରର ଆଇପିଏଲ ଟ୍ରଫି ସ୍ୱପ୍ନ ଫସର ଫାଟିଛି । ଦୀର୍ଘ ୪ ବର୍ଷ ବ୍ୟବଧାନ ପରେ ପ୍ଲେ ଅଫ୍ ଆସିଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ବାଟରେ ପୂର୍ବରୁ ୩ ଥର ବାଟ ଓଗାଳିଥିଲା ହାଇଦ୍ରବାଦ । ଏଥର ମଧ୍ୟ ହାଇଦ୍ରାବାଦ ଠାରୁ ହାରିବା ପରେ ଆଇପିଏଲରୁ ବାହାରି ଯାଇଛି ବେଙ୍ଗାଲୁରୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)