/odishatv-khabar/media/post_attachments/uploadimage/library/16_9/16_9_0/213313_1625211198.jpg)
213313
ଆବୁଧାବି:IPL-2020 ମୁମ୍ବାଇ ଇଣ୍ଡିଆନ୍ସ ଭର୍ସେସ କିଙ୍ଗସ ଇଲେଭେନ ପଞ୍ଜାବ (MI Vs KXIP) ମଧ୍ୟରେ ଗତକାଲିର ମ୍ୟାଚ ଥିଲା ବେଶ ରୋମାଞ୍ଚକର। ଗୋଟିଏ ମ୍ୟାଚ୍ରେ ୨ଟି ସୁପରଓଭର ଖେଳିବାକୁ ପଡ଼ିଥିଲା। ୨ୟ ସୁପର ଓଭରରେ ପଞ୍ଜାବ ମୁମ୍ବାଇକୁ ହରାଇବାରେ ସଫଳ ହୋଇଥିଲା।
ତେବେ ଉଭୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲେ। ହେଲେ ସୁପର ଓଭରରେ ମୟଙ୍କ ଅଗ୍ରୱାଲଙ୍କ ଫିଲ୍ଡିଂକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆକାଶରେ ଉଡି ଉଡ଼ି ମୟଙ୍କ ଯେପରି ଏକ ଛକାକୁ ବଞ୍ଚାଇଥିଲେ ତାହାକୁ ଦର୍ଶକ ବେଶ ଉପଭୋଗ କରିଥିଲେ। ଆଉ ସେଥିପାଇଁ ମୁମ୍ବାଇ ବଡ ସ୍କୋର କରି ପାରି ନ ଥିଲା ଏବଂ ମ୍ୟାଚ୍ ପଞ୍ଜାବ ହାତକୁ ଚାଲି ଯାଇଥିଲା। ମୟଙ୍କ ଅଗ୍ରୱାଲଙ୍କ ଏହି କ୍ୟାଚ୍ ଧରିବାର ଭିଡିଓ ସୋଶାଲ ମିଡିଆରେ ବେଶ ଭାଇରାଲ ହୋଇଛି।
୨ୟ ସୁପର ଓଭରରେ ହାର୍ଦ୍ଦିକ ଫାଣ୍ଡ୍ୟା ଏବଂ କୀରାନ ପୋଲାର୍ଡ ବ୍ୟାଟିଂ ପାଇଁ ଆସିଥିଲେ। ପୋଲାର୍ଡ ଗୋଟିଏ ୪ ମାରିଥିଲେ। ଶେଷ ଓଭରର ଶେଷ ବଲ୍ରେ ପୁଣି ଏକ ବଡ ଶର୍ଟ ଖେଳିଥିଲେ। ବଲ ବାଉଣ୍ଡରୀ ପାର୍ କରିବାକୁ ଯାଉଥିଲା। ହେଲେ ମୟଙ୍କ ଏହା କରିବାକୁ ଦେଇ ନ ଥିଲେ। ଯେମିତି ପବନରେ ଉଡି ଏହାକୁ ଅଟକାଇ ଥିଲେ। ପୋଲାର୍ଡଙ୍କୁ ୨ ରନ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଯଦି ପୋଲାର୍ଡ ଏଥିରେ ୬ ରନ୍ ପାଇଥାନ୍ତେ ତେବେ ହୁଏତ ପଞ୍ଜାବ ପାଇଁ ମ୍ୟାଚ୍ ଜିତିବା ମୁସ୍କିଲ ହୋଇଥାନ୍ତା। .
#IPL2020#MIvKXIP#KXIPvsMI : Mayank Agarwal's basketball save in #SuperOverpic.twitter.com/Rw1UsVuJM9
— IPL 2020 HIGHLIGHT (@ipl2020highlite) October 18, 2020
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)