/odishatv-khabar/media/post_attachments/uploadimage/library/16_9/16_9_0/ipl-3_1625181587.jpg)
ipl
ନୂଆଦିଲ୍ଲୀ: କ୍ରିସ ଗେଲ୍ ଓ ମନଦୀପ ସିଂଙ୍କ ଅର୍ଦ୍ଧଶତକ ବଳରେ ସହଜ ବିଜୟ ହାସଲ କଲା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ।କୋଲକାତା ଠାରୁ ୮ ଓ୍ୱିକେଟରେ ଜିତି ପଞ୍ଜାବ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ୧୪୯ ରନର ଟାର୍ଗେଟକୁ ପିଛା କରୁଥିବା ପଞ୍ଜାବ ୭ଟି ବଲ ପୂର୍ବରୁ ମ୍ୟାଚକୁ ଜିତି ନେଇଥିଲା ।
ଦଳ ପକ୍ଷରୁ କ୍ରିସ୍ ଗେଲ୍ ୨୯ଟି ବଲ୍ରୁ ୫୧ ରନ ଓ ମନଦୀପ ସିଂ ୫୬ଟି ବଲ୍ରୁ ୬୬ ରନ ସଂଗ୍ରହ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତଥାପି ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଥିଲା। ଓପନର ଶୁଭମନ ଗିଲ୍ ସର୍ବାଧିକ ୫୭ ରନ କରିଥିଲେ।
ସେପଟେ ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ହାଇଦ୍ରାବାଦ । କ୍ୱାଲିଫାୟରରୁ ବାଦ ପଡ଼ିଥିବା ବେଳେ ଏହି ମ୍ୟାଚ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ ହାଇ ତେବେ ହାଇଦ୍ରାବାଦକୁ ହରାଇ ପୁଣି ଥରେ ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିବାକୁ ଲକ୍ଷ୍ୟ ରଖିଛି ଦିଲ୍ଲୀ .
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)