/odishatv-khabar/media/post_attachments/uploadimage/library/16_9/16_9_0/ld_1627111377.jpg)
ld
ଲୌସାନେ: ଭାରତୀୟ ପୁରୁଷ ହକି ଟିମ୍ ବିଶ୍ୱ ରାଙ୍କିଙ୍ଗର ନୂତନ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି କ୍ୟାରିୟରର ସର୍ବଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ୨୦୦୩ରେ ଏଫଆଇଏଚ୍ ବିଶ୍ୱ ରାଙ୍କିଙ୍ଗ୍ ଆରମ୍ଭ ହେବା ପରଠାରୁ ଭାରତର ଏହା ସର୍ବୋଚ୍ଚ ରାଙ୍କିଙ୍ଗ୍। ଏଫଆଇଏଚ୍ ପ୍ରୋ ହକି ଲିଗର ପ୍ରଥମ ତିନୋଟି ପର୍ଯ୍ୟାୟରେ ଜବରଦସ୍ତ ଫର୍ମ ବଳରେ ଭାରତ ପଞ୍ଚମରୁ ଚତୁର୍ଥକୁ ଉଠିବାରେ ସଫଳ ହୋଇଛି।
ଭାରତର ଆଗକୁ ବଢ଼ିବା ଦ୍ୱାରା ଏବେ ଅଲିମ୍ପିକ୍ ଚାମ୍ପିୟନ୍ ଆର୍ଜେଣ୍ଟିନା ଗୋଟିଏ ସ୍ଥାନ ଅର୍ଥାତ୍ ପଞ୍ଚମକୁ ଖସି ଆସିଛି। ବିଶ୍ୱକପ୍ ବିଜେତା ବେଲଜିୟମ ଶୀର୍ଷ ସ୍ଥାନ ବଜାୟ ରଖିଛି। ଏହା ପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଏବଂ ନେଦରଲ୍ୟାଣ୍ଡ ଦଳ ତୃତୀୟ ସ୍ଥାନରେ ରହିଛନ୍ତି। ଜର୍ମାନୀ ଓ ଇଂଲଣ୍ଡ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନ ବଜାୟ ରଖିଥିବା ବେଳେ ଏଫଆଇଏଚ୍ ହକି ପ୍ରୋ ଲିଗରେ ଶେଷ ତିନୋଟି ମ୍ୟାଚରେ ଦୁଇଟି ବିଜୟ ହାସଲ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ଅଷ୍ଟମ ସ୍ଥାନରେ ରହିଛି।
ମହିଳା ବର୍ଗରେ ଭାରତ ନବମ ସ୍ଥାନରେ ସୁରକ୍ଷିତ ରହିଛି। ନେଦରଲ୍ୟାଣ୍ଡ୍ ଶୀର୍ଷ ସ୍ଥାନ କବଜା କରିଥିବା ବେଳେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଜର୍ମାନୀ ଏବଂ ଇଂଲଣ୍ଡ ଯଥାକ୍ରମେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)