/odishatv-khabar/media/post_attachments/uploadimage/library/16_9/16_9_0/t20-trophy-e1596811557567_1625120836.jpg)
T20-trophy
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଉପରେ ବିରାମ ଲାଗିଛି । ଭାରତରୁ ୟୁଏଇକୁ ସ୍ଥାନାନ୍ତର ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍ । କରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି । ଆଇସିସିକୁ ମଧ୍ୟ ଏ ସଂପର୍କରେ ଜଣାଇ ଦିଆଯାଇଛି । ସୌରଭ ଗାଙ୍ଗୁଲି କହିଛନ୍ତି, କ୍ରିକେଟର ଓ ଅଧିକାରୀଙ୍କ ସ୍ୱାସ୍ଥ୍ୟ ହେଉଛି ମୂଲ୍ୟବାନ । ଟୁର୍ଣ୍ଣାମେଣ୍ଟ କେବେଠାରୁ ଆରମ୍ଭ ହେବ ଏନେଇ ଆଇସିସି ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ଆସନ୍ତା ଅକ୍ଟୋବର-ନଭେମ୍ବରରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ହୋଇପାରେ । ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ହେବାର ଥିଲା । ସମସ୍ତ ମ୍ୟାଚ ମୁମ୍ବାଇ, ପୁଣେ ଏବଂ ଅହମ୍ମଦାବାଦରେ ହେବାର ଥିଲା । କିନ୍ତୁ କରୋନା ପାଇଁ ଏବେ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ହେବ ବୋଲି ଆନୁଷ୍ଠାନିକ ଭାବେ କହିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ।
ଅନ୍ୟପଟେ ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇପିଏଲର ବାକି ୩୧ ମ୍ୟାଚ୍ ମଧ୍ୟ ୟୁଏଇରେ ହେବ । ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ମୁତାବକ, ଜୟ ଶାହ କହିଛନ୍ତି ଯେ ‘ଆମେ ଆଇସିସିକୁ ଆଜି ଆନୁଷ୍ଠାନିକ ଭାବେ ଟି-୨୦ ବିଶ୍ୱକପକୁ ୟୁଏଇ ସ୍ଥାନାନ୍ତର କରିବା ସମ୍ବନ୍ଧରେ ସୂଚନା ଦେଇ ସାରିଛୁ । ଟୁର୍ଣ୍ଣାମେଣ୍ଟର କେବେ ହେବ ସେନେଇ ଆଇସିସି ନିଷ୍ପତ୍ତି ନେବ ।’ ଆଇସିସି ଚଳିତ ମାସ ପ୍ରଥମରୁ ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜନ ଉପରେ ନିଷ୍ପତ୍ତି ନେବା ପାଇଁ ବିସିସିଆଇକୁ ୨୮ ଦିନ ସମୟ ଦେଇଥିଲା । କିନ୍ତୁ କରୋନାର ତୃତୀୟ ଲହର ଆଶଙ୍କା ମଧ୍ୟରେ ଭାରତରେ ବିଶ୍ୱକପ୍ ଆୟୋଜନ କରିବା କଷ୍ଟକର ।
ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ତାରିଖ ଭିତରେ ୟୁଏଇରେ ଖେଳାଯିବ । ଏହାର ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୭ ତାରିଖରୁ ଟି-୨୦ ବିଶ୍ୱକପ୍ ଆୟୋଜନ ହୋଇପାରେ । ରିପୋର୍ଟ ମୁତାବକ, ୟୁଏଇର ଆବୁ ଧାବି, ଶାରଜା ଓ ଦୁବାଇରେ ଟି-୨୦ ମ୍ୟାଚର ଆୟୋଜନ କରାଯିବ । ଅନ୍ୟପକ୍ଷରେ ରାଉଣ୍ଡ-୧ର ମୁକାବିଲା ଓମାନରେ କରାଯିବ । ଗତବର୍ଷ କରୋନା ମହାମାରୀ ଯୋଗୁ ଆଇସିସି ଅଷ୍ଟ୍ରେଲିଆରେ ପ୍ରସ୍ତାବିତ ୨୦୨୦ର ଟି-୨୦ ବିଶ୍ୱକପକୁ ସ୍ଥଗିତ କରିଦେଇଥିଲା । ପରେ ଆଇସିସି ଭାରତରେ ୨୦୨୧ ଏବଂ ଅଷ୍ଟ୍ରେଲିଆରେ ୨୦୨୨ରେ ଟି-୨୦ ବିଶ୍ୱକପ୍ କରାଇବାକୁ ନିଷ୍ପତ୍ତି ନେଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)