/odishatv-khabar/media/media_files/2026/02/27/india-vs-west-indies-2026-02-27-20-49-22.jpg)
ଜିମ୍ବାୱେ ବିପକ୍ଷରେ ଦମଦାର ବିଜୟ ପରେ ବି ଆଶଙ୍କା Photograph: (OTV)
ଜିମ୍ବାୱେ ପରେ ଏବେ ମିଶନ୍ ୱେଷ୍ଟଇଣ୍ଡିଜ। ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ୍ ଆଉ ଗୋଟିଏ ପାଦ ଦୂର। ରବିବାର ରୋମାଞ୍ଚକର ମୁକାବିଲାରେ ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜକୁ ଭେଟିବ ସୂର୍ଯ୍ୟସେନା। କୋଲକାତାର ଇଡେନ୍ ଗାର୍ଡେନରେ ହେବ ହାଇଭୋଲଟେଜ ଟକ୍କର। ଉଭୟ ଦଳ ପାଇଁ ଏହା କର ବା ମର ମ୍ୟାଚ୍ ହେବ। ଏହି ମ୍ୟାଚରେ କାହିଁକି ୱେଷ୍ଟଇଣ୍ଡିଜର ପଲ୍ଲା ଭାରି, ଆସନ୍ତୁ ଜାଣିବା।
ଟିମ୍ ଇଣ୍ଡିଆ ମୁଣ୍ଡରୁ ଟଳିନି ସଙ୍କଟ। ସେମିକୁ ରାସ୍ତା ଏବେବି ହୋଇନି ସହଜ। ବର୍ଷା ହେଲେ ବିଶ୍ୱକପରୁ ବିଦା ହେବ ଭାରତ। କୋଲକାତାରେ ‘କର ବା ମର’ ମ୍ୟାଚ୍। ଇଡେନରେ ଯେମିତି ହେଲେ ଜିତିବାକୁ ପଡ଼ିବ।
ଜିମ୍ବାୱେ ବିପକ୍ଷରେ ଜବରଦସ୍ତ କମବ୍ୟାକ୍ ସହ ବଡ଼ ବଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଫର୍ମକୁ ଫେରିଛନ୍ତି ଅଭିଷେକ । ହାର୍ଦ୍ଦିକ ଓ ତିଲକଙ୍କ ବ୍ୟାଟରୁ ରନର ବର୍ଷା ବି ହୋଇଛି । କିନ୍ତୁ ଏବେବି ଟି-୨୦ ବିଶ୍ୱକପ ସେମିଫାଇନାଲକୁ ଯିବା ଭାରତ ପାଇଁ ଏତେ ସହଜ ନୁହେଁ। କାରଣ ସୁପର-8ର ଅନ୍ତିମ ମ୍ୟାଚରେ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନରେ ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜକୁ ଭେଟିବ ସୂର୍ଯ୍ୟସେନା। ଆଉ ରେକର୍ଡ କହୁଛି, ଟି-20 ବିଶ୍ୱକପରେ ଇଡେନଗାର୍ଡେନରେ କେବେ ବି ହାରିନି ୱେଷ୍ଟଇଣ୍ଡିଜ୍।
୨୦୧୬ ମସିହାରେ ଏହି ଷ୍ଟାଡିୟମରେ ହିଁ ଇତିହାସ ରଚି ଦ୍ୱିତୀୟ ଥର ଟି-20 ବିଶ୍ୱକପ ଜିତିଥିଲା କାରବୀୟନ ଟିମ୍। ଚଳିତ ବିଶ୍ବକପରେ ମଧ୍ୟ ଗ୍ରୁପ୍ ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜ ଇଡେନ୍ ଗାର୍ଡେନରେ ସ୍କଟଲାଣ୍ଡକୁ ହରାଇଥିଲା । ତେଣୁ ଏଥର କୋଲକତାର ପିଚକୁ ଭଲ ଭାବେ ପରଖିଛି ୱେଷ୍ଟ ଇଣ୍ଡିଜ । ସେପଟେ ଭାରତ ଚଳିତ ବିଶ୍ୱକପରେ ଇଡେନରେ ପ୍ରଥମ ଥର ଖେଳିବ। ଯଦିଓ ବର୍ଷା ନେଇ କୌଣସି ଆକଳନ ନାହିଁ, କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ ନ ହେଲେ, ନେଟ୍ ରନ୍ ରେଟ୍ ଦୃଷ୍ଟିରୁ ଆଗରେ ଥିବା ୱେଷ୍ଟଇଣ୍ଡିଜ ଖେଳିବ ସେମିଫାଇନାଲ୍।
ତେବେ ୱେଷ୍ଟଇଣ୍ଡିଜ୍ ପାଇଁ ସବୁବେଳେ ଲକି ସାବ୍ୟସ୍ତ ହୋଇଛି ଇଡେନ ଗାର୍ଡେନ୍ । ଏହି ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ଇତିହାସ ଲେଖିଛି, ବିଶ୍ୱବିଜେତା ବନିଛି । ଟି-20 ବିଶ୍ୱକପରେ ଆଜି ପର୍ଯ୍ୟନ୍ତ କୋଲକାତାରେ କେବେ ବି ହାରିନି ୱେଷ୍ଟଇଣ୍ଡିଜ। ସେଥିପାଇଁ ଅଧିକ ରୋମାଞ୍ଚକର ହେବାକୁ ଯାଉଛି ରବିବାରର ବଡ଼ ଲଢେଇ।
ରବିବାର ମ୍ୟାଚର ବିଜୟୀ ଦଳ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିବ। ଯଦି, ଇତିହାସ ଉପରେ ନଜର ପକାଇବା ଅନ୍ତର୍ଜାତୀୟ ଟି-୨୦ରେ 30ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ୱେଷ୍ଟଇଣ୍ଡିଜ । ଯେଉଁଥିରେ ଭାରତ ୧୯ଟି ଓ ୱେଷ୍ଟଇଣ୍ଡିଜ ୧୦ଟି ମ୍ୟାଚରେ ବାଜି ମାରିଛି। କିନ୍ତୁ ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜର ପଲ୍ଲା ରହିଛି ଭାରି।
୪ଟି ମ୍ୟାଚରୁ ୱେଷ୍ଟଇଣ୍ଡିଜ୍ 3ଟି ମ୍ୟାଚ୍ ଜିତିଥିବା ବେଳେ ମାତ୍ର ଗୋଟିଏରେ ବିଜୟୀ ହୋଇଛି ଭାରତ। ୱେଷ୍ଟଇଣ୍ଡିଜର ସବୁଠୁ ବଡ଼ ଶକ୍ତି ହେଉଛି, ୧ ରୁ ୧୧ ନମ୍ବର ପର୍ଯ୍ୟନ୍ତ ସମସ୍ତ ଖେଳାଳି ବଡ଼ ସଟ୍ ମାରିବାରେ ମାହିର। ଇଡେନ ଗାର୍ଡେନର ପିଚ୍ ବ୍ୟାଟରଙ୍କୁ ସୁହାଇବ ବୋଲି କୁହାଯାଉଛି। ତେଣୁ ଭାରତୀୟ ବ୍ୟାଟିଂ ବାହିନୀ ଆଗରେ ପୁଣି ରହିଛି ଚ୍ୟାଲେଞ୍ଜ। ଯେହେତୁ ଉଭୟ ଦଳ ୨-୨ ପଏଣ୍ଟ
କୋଲକାତାରେ କିଏ କରିବ କମାଲ। ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜ ଆଗରେ କଣ ରହିବ ସୂର୍ଯ୍ୟସେନାର ରଣନୀତି । କିଏ ପାଇବ ସେମିଫାଇନାଲ ଟିକେଟ୍, ଆଉ କାହାର ଅଭିଯାନ ହେବ ଶେଷ, ଏବେ ତାଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)