/odishatv-khabar/media/post_attachments/uploadimage/library/16_9/16_9_0/oval_1625918731.jpg)
oval
ଓଭାଲ : ଆଜିଠାରୁ ଆରମ୍ଭ ହେଉଛି କ୍ରିକେଟ ବିଶ୍ୱ ମହାକୁମ୍ଭ। ପ୍ରଥମ ମ୍ୟାଚରେ ମୁକାବଲା କରୁଛନ୍ତି ସାଉଥ୍ ଆଫ୍ରିକା ଓ ଇଂଲଣ୍ଡ। ଓଭାଲରେ ଖେଳା ଯାଉଥିବା ଏହି ମ୍ୟାଚରେ ୧୦ ଦଳ ଭାଗ ନେଉଛନ୍ତି ପ୍ରମୁଖ ଦାବିଦାର ହେଉଛନ୍ତି ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ସାଉଥ ଆଫ୍ରିକା।
୪ ବର୍ଷ ପରେ ପୁଣି ଥରେ ଫେରିଛି କ୍ରିକେଟ ଫିଭର। ଏଥର ଇଂଲଣ୍ଡରେ ବିଶ୍ୱମହାକୁମ୍ଭ ଫାଇଟ୍ କରିବେ ଟପ୍ ଟେନ୍ ଟିମ୍। ୪୨ ଦିନରେ ୪୮ ମ୍ୟାଚ୍। ଇଂଲଣ୍ଡ ଓ ୱେଲ୍ସର ୧୧ଟି ପଡିଆରେ ହେବ ଏହି କ୍ରିକେଟ ଓ୍ୱାର। ପ୍ରତ୍ୟେକ ଟିମ୍ ନିଜ ନିଜର ବେଷ୍ଟ ୧୫କୁ ନେଇ ଇଂଲଣ୍ଡରେ ପହଞ୍ଚି ସାରିଛନ୍ତି। ତେବେ ପ୍ରଥମ ଥର ଓ୍ୱାର୍ଲଡ କପ୍ରେ ସ୍ଥାନ ପାଇଛି ଆଫଗାନିସ୍ତାନ।
ଚଳିତ ବିଶ୍ୱକପ୍ ଭିନ୍ନ ଫର୍ମାଟରେ ଖେଳାଯାଉଛି। ଲିଗ ପର୍ଯ୍ୟାୟରେ ୧୦ଟି ଦଳ ସମସ୍ତେ ସମସ୍ତଙ୍କ ବିରୋଧରେ ଖେଳିବେ। ଏହି ପର୍ଯ୍ୟାୟର ଟପ୍ ଫୋର୍ ଟିମ୍ ହେବେ ସେମି ଫାଇନାଲିଷ୍ଟ୍। ୪ଟି ମଧ୍ୟରୁ ୨ ଦଳ ମଧ୍ୟରେ ଜୁଲାଇ ୧୪ ତାରିଖରେ ଲଡର୍ସରେ ଖେଳାଯିବ ଗ୍ରାଣ୍ଡ ଫିନାଲେ। ଭିନ୍ନ ଫର୍ମାଟ ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜ ଭାବେ ନେଇଛନ୍ତି ସମସ୍ତ ଦଳ। ଏହି ଫର୍ମାଟରେ ଶକ୍ତିଶାଳୀଙ୍କୁ ସମୟ ଅଧିକ ମିଳୁଥିବା ବେଳେ ଅପେକ୍ଷାକୃତ ଦୁର୍ବଳ ଦଳଙ୍କୁ ମିଳିବ ସୁଯୋଗ।
ସୂଚନାଥାଉ କି, ୧୯୭୫ରେ ଇଂଲଣ୍ଡ ଆରମ୍ଭ ହୋଇଥିବା ବିଶ୍ୱ ମହାକୁମ୍ଭ ଏବେ ପୁଣି ଥରେ ୪୪ ବର୍ଷ ଫେରିଛି ଇଂଲଣ୍ଡ ମାଟିକୁ। ତେବେ ୧୨ ତମ ବିଶ୍ୱକପ ସଂସ୍କରଣର ତାଜ୍ କାହାକୁ ମିଳିବ ତାକୁ ରହିଛି ଅପେକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)