Advertisment

ଇଂଲଣ୍ଡ ପରେ ଏବେ ନ୍ୟୁଜଲ୍ୟାଣ୍ଡ ଖେଳାଳିମାନେ ମଧ୍ୟ ଆଉ ଖେଳିବେନି IPL 2021, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ: କରୋନା ମହାମମାରୀ କାରଣରୁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ ରଖାଗଲା । ମାତ୍ର ୨୯ଟି ମ୍ୟାଚ୍ ଖେଳାଯାଇ ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏବେ ଅବଶିଷ୍ଟ ୩୧ଟି ମ୍ୟାଚ୍ ସେପ୍ଟେମ୍ବରରେ କରିବା ପାଇଁ ବିସିସିଆଇ ଯୋଜନା…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ଇଂଲଣ୍ଡ ପରେ ଏବେ ନ୍ୟୁଜଲ୍ୟାଣ୍ଡ ଖେଳାଳିମାନେ ମଧ୍ୟ ଆଉ ଖେଳିବେନି IPL 2021, ଜାଣନ୍ତୁ କାରଣ..

Williamsan

ନୂଆଦିଲ୍ଲୀ: କରୋନା ମହାମମାରୀ କାରଣରୁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ ରଖାଗଲା । ମାତ୍ର ୨୯ଟି ମ୍ୟାଚ୍ ଖେଳାଯାଇ ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏବେ ଅବଶିଷ୍ଟ ୩୧ଟି ମ୍ୟାଚ୍ ସେପ୍ଟେମ୍ବରରେ କରିବା ପାଇଁ ବିସିସିଆଇ ଯୋଜନା କରୁଥିବା ଜଣାପଡ଼ିଛି । ହେଲେ ସେପ୍ଟେମ୍ବରରେ ଅବଶିଷ୍ଟ ମ୍ୟାଚଗୁଡ଼ିକ ଆୟୋଜନ କରିବା ବିସିସିଆଇ ପାଇଁ ସହଜ ହେବ ନାହିଁ ବୋଲି କୁହାଯାଉଛି ।

Advertisment

ସେପଟେ ଇଂଲଣ୍ଡ ତଥା ୱେଲ୍ସ କ୍ରିକେଟ୍ ବୋର୍ଡ ଘୋଷଣା କରିଛି ଯେ ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବା ପାଇଁ ଇଂଲଣ୍ଡ କ୍ରିକେଟର ଉପଲବ୍ଧ ରହିବେ ନାହିଁ । ଏହାର ଠିକ୍‌ ଗୋଟିଏ ଦିନ ପରେ ନ୍ୟୁଜିଲ୍ୟାଣ୍ଡ ଖେଳାଳି ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଆଇପିଏଲରେ ତଥା ଅବଶିଷ୍ଟ ୩୧ଟି ମ୍ୟାଚ୍‌ରେ ଖେଳିବେ କି ନାହିଁ ତାକୁ ନେଇ ସନ୍ଦେହ ଉପୁଜିଛି ।

ସୂଚନାନୁଯାୟୀ, ସେପ୍ଟେମ୍ବର ମାସରେ ନ୍ୟୁଜିଲାଣ୍ଡ ପାକିସ୍ତାନ ବିପକ୍ଷରେ ୟୁଏଇରେ ଏକ ସିରିଜ ଖେଳିବ । ଯେଉଁଥିପାଇଁ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ କେନ୍ ୱିଲିୟମ୍‌ସନ୍, ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ସମେତ ଅନେକ ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କୁ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ । ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡକୁ ତିନିଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ୍ ଖେଳିବାକୁ ପଡିବ । ଏହି ସିରିଜ୍ ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମର ଏକ ଅଂଶ, ଯାହାକୁ ବାତିଲ୍ କିମ୍ବା ସ୍ଥଗିତ କରାଯାଇପାରିବ ନାହିଁ । ଏଥିରୁ ସ୍ପଷ୍ଟ ଯେ, ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଯଦି ସେପ୍ଟେମ୍ବରରେ ଖେଳାଯାଏ, ତେବେ  ସେଥିରେ ନ୍ୟୁଜିଲ୍ୟାଣ୍ଡର ଶ୍ରେଷ୍ଠ ଖେଳାଳିମାନେନଜର ଆସିବେ ନାହିଁ ।

Advertisment

IPL ୨୦୨୧ରେ ଦେଖାଯିବେନି ଏହି ଖେଳାଳି

ସନରାଇଜର୍ସ ହାଇଦ୍ରାବାଦର କେନ୍ ୱିଲିୟମସନ, ମୁମ୍ବାଇ ଇଣ୍ଡିଆନ୍ସର ଆଡାମ ମିଲନେ ଏବଂ ଟ୍ରେଣ୍ଟ ବୋଲ୍ଟ, ଚେନ୍ନାଇ ସୁପର କିଙ୍ଗ୍ସର ମିଚେଲ ସେଣ୍ଟନର୍, କୋଲକାତା ନାଇଟ୍ ରାଇଡର୍ସର ଲକି ଫର୍ଗୁସନ୍ ଏବଂ ଟିମ୍ ସିଫର୍ଟ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଫିନ୍ ଏଲେନ୍ ଏବଂ କାଇଲ୍ ଜାମିସନ୍ ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଦେଖାନଯିବାର ଅଧିକ ସମ୍ଭାବନା ରହିଛି ।

ଇଂଲଣ୍ଡ କ୍ରିକେଟରଙ୍କ କ୍ଷେତ୍ରରେ ମଧ୍ୟ ଏହି ସମାନ ପରିସ୍ଥିତି । ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଇଂଲଣ୍ଡ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ ଖେଳିବ । ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡର ଖେଳାଳିଙ୍କ ବ୍ୟତୀତ ବାଂଲାଦେଶ ଏବଂ ଆଫଗାନିସ୍ତାନର ଖେଳାଳିମାନେ ମଧ୍ୟ ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଖେଳୁଥିବା ନଜର ଆସିବାର ସମ୍ଭାବନା ଖୁବ୍‌ କମ୍‌ ରହିଛି । କାରଣ ବାଂଲାଦେଶ ଓ ଇଂଲଣ୍ଡ ମଧ୍ୟରେ ସିରିଜ୍‌ ଖେଳାଯିବାକୁ ଥିବା ବେଳେ ସେପଟେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ସିରିଜ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।

Advertisment
Advertisment