Advertisment

ଦିଲ୍ଲୀ-ଅହମ୍ମଦାବାଦରେ ଦୁର୍ବଳ ଥିଲା ବାୟୋ-ବବୁଲ, ସେଥିପାଇଁ ୨୯ଟି ମ୍ୟାଚ୍‌ ପରେ IPL ସ୍ଥଗିତ !

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ରେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ କରୋନା ସଂକ୍ରମିତ ହେବା ପରେ ଆଇପିଏଲକୁ ଅଧାରୁ ସ୍ଥଗିତ ରାଖାଯାଇଛି । ତେବେ ଆଇପିଏଲ ସ୍ଥଗିତ ହେବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଯେ, କଡ଼ା ସୁରକ୍ଷା ବିଶିଷ୍ଟ ବୟୋ…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ଦିଲ୍ଲୀ-ଅହମ୍ମଦାବାଦରେ ଦୁର୍ବଳ ଥିଲା ବାୟୋ-ବବୁଲ, ସେଥିପାଇଁ ୨୯ଟି ମ୍ୟାଚ୍‌ ପରେ IPL ସ୍ଥଗିତ !

mca-pune-m

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ରେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ କରୋନା ସଂକ୍ରମିତ ହେବା ପରେ ଆଇପିଏଲକୁ ଅଧାରୁ ସ୍ଥଗିତ ରାଖାଯାଇଛି । ତେବେ ଆଇପିଏଲ ସ୍ଥଗିତ ହେବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଯେ, କଡ଼ା ସୁରକ୍ଷା ବିଶିଷ୍ଟ ବୟୋ ବବୁଲ ଭିତରେ ଖେଳାଳିମାନେ ରହୁଥିବା ବେଳେ ସଂକ୍ରମିତ ହେଲେ କେମିତି ? ଏଥିପାଇଁ ଅନେକ ଚର୍ଚ୍ଚା ଚାଲିଛି ।

Advertisment

ଏବେ ଏହାରି ଭିତରେ ଏକ ବଡ଼ ଗୁମର କଥା ସାମ୍ନାକୁ ଆସିଛି । କୁହାଯାଉଛି ଦିଲ୍ଲୀ ଓ ଅହମ୍ମଦାବାଦରେ ବୟୋ ବବୁଲ ଦୁର୍ବଳ ରହିଥିଲା । ତେଣୁ ଖେଳାଳି ସଂକ୍ରମିତ ହେଲେ । ଦିଲ୍ଲୀ ଓ ଅହମ୍ମଦାବାଦରେ ଖେଳାଳିଙ୍କ ଅଭ୍ୟାସ ପାଇଁ ସବୁ ପ୍ରକାର ଅନୁକୂଳ ପରିସ୍ଥିତି ନଥିଲା । ତେଣୁ ଏହିଠାରୁ ହିଁ ବାୟୋ ବବୁଲ ନିୟମ ଉଲଙ୍ଘନ ହୋଇଥିବା ଆଶଙ୍କା କରାଯାଉଛି । ଖେଳାଳିମାନେ ଆକ୍ରାନ୍ତ ହେବା ପରେ ମାତ୍ର ୨୯ଟି ଲିଗ୍‌ ମ୍ୟାଚ୍‌ ଖେଳାଯାଇ ଆଇପିଏଲକୁ ସ୍ଥଗିତ ରଖାଗଲା ।

ଏହି ସବୁ ଘଟଣା ସହ ଜଡିତ ଜଣେ ବିସିସିଆଇ ଅଧିକାରୀ ନ୍ୟୁଜ୍ ଏଜେନ୍ସି IANS କୁ କହିଛନ୍ତି, ବୋର୍ଡ ଏବଂ ରାଜ୍ୟ କ୍ରିକେଟ୍‌ ସଂଘମାନେ ଆଶଙ୍କା କରୁଛନ୍ତି ଯେ, ଦିଲ୍ଲୀ ଏବଂ ଅହମ୍ମଦାବାଦରେ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ଆୟୋଜନ ନିଷ୍ପତ୍ତି ଭୁଲ ଥିଲା । ସବୁ ସହରରେ ଚାରୋଟି ଟିମ୍‌ ରହିଥିଲେ । ଏଠାରେ ଖେଳାଳିଙ୍କ ପାଇଁ ଆନ୍ତର୍ଜାତୀୟ ସ୍ତରର ସୁବିଧା ସୁଯୋଗ ନଥିଲା । ଅଭ୍ୟାସ ପାଇଁ ଯେଉଁ ମୈଦାନ ଦିଆଯାଇଥିଲା ସେଠାରେ ଖେଳାଳିଙ୍କ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥିଲା ।

Advertisment

ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀର ରୋଶନାରା କ୍ଲବ ମଇଦାନରେ ଅଭ୍ୟାସ କରିଥିବା ବେଳେ ଅହମ୍ମଦାବାଦରେ ରହିଥିବା ଦଳ ଅନେକ ଅସୁବିଧା ମଧ୍ୟରେ ଗୁଜୁରାଟ କଲେଜ ପରିସରରେ ଥିବା ମଇଦାନରେ ଅଭ୍ୟାସ କରିଥିଲେ । ଏହି ଦୁଇଟି ସହରରେ ଯେଉଁ ସ୍ଥାନରେ ଖେଳାଳିମାନେ ରହୁଥିଲେ ତାହା ଜନଗହଳିପୂର୍ଣ୍ଣ ଥିଲା । ସାଧାରଣ ଲୋକଙ୍କ ଆତଯାତ ଅଧିକ ରହିଥିଲା ।

ଅହମ୍ମଦାବାଦରେ ଗୁଜୁରାଟ କଲେଜ ପରିସରରେ ଅଭ୍ୟାସ କରିବାକୁ ପଡିଲା

ବିସିସିଆଇ ଅଧିକାରୀ କହିଛନ୍ତି ଯେ, ମୋଟେରାରେ ନୂତନ ଭାବେ ନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନେକ ସମସ୍ୟା ରହିଥିଲା । ଏହାର ଆଖପାଖ ମଇଦାନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇନାହିଁ । ଅଭ୍ୟାସ ସମୟରେ, ଖେଳାଳିମାନେ ଏଠାରେ ବଡ଼ ସଟ୍ ଖେଳି ପାରିନଥିଲେ । ଏହି କାରଣରୁ ଦଳମାନଙ୍କୁ ଗୁଜୁରାଟ କଲେଜ ପରିସରରେ ଥିବା ମଇଦାନକୁ ଅଭ୍ୟାସ ପାଇଁ ଯିବାକୁ ପଡ଼ିଥିଲା । ଯେଉଁଠି ଅଧିକ ବିପଦ ଥାଇପାରେ ବୋଲି ଆଶଙ୍କା କରାଯାଉଥିଲା । କାରଣ ସେଠାରେ ପୂର୍ବରୁ ମାଳି, ସିକ୍ୟୁରିଟି ଗାର୍ଡ ଏବଂ ଅନ୍ୟ ଷ୍ଟାଫ୍‌ ନିୟୋଜିତ ଥିଲେ । ଏହି ମଇଦାନରେ କୋଲକାତା ନାଇଟ୍ ରାଇଡର୍ସ ବ୍ୟତୀତ ଅନ୍ୟ ଦୁଇଟି ଦଳ ମଧ୍ୟ ଅଭ୍ୟାସ କରିଥିଲେ । ପରେ କୋଲକତାର ଚାରି ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

କରୋନା ପ୍ରୋଟୋକଲ ଦୃଷ୍ଟିରୁ ଦିଲ୍ଲୀରେ ପରିସ୍ଥିତି ଠିକ୍‌ ନଥିଲା

ଅହମ୍ମଦାବାଦ ପରି ଦିଲ୍ଲୀର ରୋଶନାରା କ୍ଲବ ମଧ୍ୟ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରହିଥିଲା । ଯାହାକି ମହାମାରୀ ସମୟରେ ଅଭ୍ୟାସ ପାଇଁ ଉଚିତ୍‌ ସ୍ଥାନ ନଥିଲା । ଏଠାରେ ମଧ୍ୟ ପୂର୍ବରୁ ସ୍ଥାନୀୟ କର୍ମଚାରୀ ନିୟୋଜିତ ଥିଲେ । ଯାହାଦ୍ୱାରା ଖେଳାଳିମାନେ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥିଲା । ଦିଲ୍ଲୀରେ ଯେଉଁ ହୋଟେଲରେ ଖେଳାଳିମାନେ ରହୁଥିଲେ ତାହା ନିକଟରେ ଜାମିଆ ମିଲିୟା ଇସ୍ଲାମିଆ ୟୁନିଭର୍ସିଟିର ଖେଳ ପଡ଼ିଆ ରହିଥିଲା । ସେଠାକାର ପରିସ୍ଥିତି ଖେଳାଳିଙ୍କ ପାଇଁ ଯଥେଷ୍ଟ ସୁରକ୍ଷିତ ଥିଲା ଏବଂ ଡ୍ରେସିଂ ରୁମ୍ ମଧ୍ୟ ଭଲ ଥିଲା । କିନ୍ତୁ ପିଚ୍‌କୁ ନେଇ ଖେଳାଳିମାନେ ସାମାନ୍ୟ ଚିନ୍ତିତ ଥିଲେ ନିଶ୍ଚିତ । ବୋଧହୁଏ ଏହି କାରଣରୁ ଦଳଗୁଡିକ ରୋଶନାରା କ୍ଲବରେ ଅଭ୍ୟାସ କରିଥିଲେ ।

ଆଇପିଏଲ୍ ୨୦୨୧ ରେ ଦିଲ୍ଲୀ ଏବଂ ଅହମ୍ମଦାବାଦରେ ୨୦ଟି ମ୍ୟାଚ୍ ଖେଳାଯିବାର ଥିଲା

ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ ଏବଂ ଅହମ୍ମଦାବାଦରେ ୨୦ଟି ମ୍ୟାଚ୍ ଖେଳାଯିବାର ଯୋଜନା ରହିଥିଲା । ଏଥିମଧ୍ୟରୁ ୧୨ଟି ମ୍ୟାଚ୍ ଅହମ୍ମଦାବାଦରେ ଏବଂ ୮ଟି ଦିଲ୍ଲୀରେ ହେବାର ଥିଲା । ଲିଗ୍ ସ୍ଥଗିତ ହେବା ପର୍ଯ୍ୟନ୍ତ ଦିଲ୍ଲୀରେ ୪ ଓ ଅହମ୍ମଦାବାଦରେ ୫ଟି ମ୍ୟାଚ୍‌ ଖେଳ ସରିଥିଲା ।

Advertisment
Advertisment