/odishatv-khabar/media/post_attachments/uploadimage/library/16_9/16_9_0/Capture-20_1626261781.jpg)
IPL
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ୟାନ୍ମାନଙ୍କ ପାଇଁ ଆସିଲା ଖୁସି ଖବର । ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ଆୟୋଜନ କରାଯିବ । ଏହା ପୂର୍ବରୁ ଇଂଲଣ୍ଡରେ ଏହାର ଆୟୋଜନ କରାଯିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ୟୁଏଇରେ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଖେଳାଯିବା ନେଇ ସ୍ଥିର ହୋଇ ସାରିଛି । ସ୍ପୋର୍ଟସ୍ ଟୁଡେ ଦାବି କରିଛି ଯେ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୯ କିମ୍ବା ୨୦ରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଖାଲି ସେତିକି ନୁହେଁ ଏହାର ଫାଇନାଲ ମ୍ୟାଚ୍ ୧୦ ଅକ୍ଟୋବରରେ ୟୁଏଇରେ ହିଁ ଖେଳାଯିବ ବୋଲି ସ୍ଥିର ହୋଇସାରିଛି । ସ୍ପୋର୍ଟସ୍ ଟୁଡେ ଏହା ମଧ୍ୟ ଦାବି କରିଛି ଯେ, ବିସିସିଆଇ ଏହି ଦ୍ୱିତୀୟ ସିଜନରେ ୧୦ଟି ଡବଲ୍ ହେଡର୍ ମ୍ୟାଚ୍ ଆୟୋଜନ କରିବ । ଅର୍ଥାତ୍ ଏମିତି ୧୦ ଦିନ ରହିବ ଯେଉଁଦିନ ଗୁଡ଼ିକରେ ଦିନକୁ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବ ।
ବିସିସିଆଇ ଏବଂ ଇସିବି ମଧ୍ୟରେ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଟେଷ୍ଟ ସିରିଜର କାର୍ଯ୍ୟସୂଚୀ ବଦଳାଇବା ନେଇ ଆଲୋଚନା ହେଉଥିବା ଚର୍ଚ୍ଚା ହେଉଥିଲା । ଆଇପିଏଲ୍ ୨୦୨୧ର କାର୍ଯ୍ୟସୂଚି ପ୍ରସ୍ତୁତ କରିବା ପାଇଁ ଏହି ସବୁ ଚେଷ୍ଟା କରାଯାଉଥିଲା । କିନ୍ତୁ ଦୁଇ ବୋର୍ଡ ମଧ୍ୟରେ କୌଣସି ସଫଳ ଆଲୋଚନା ହୋଇପାରିଲା ନାହିଁ । ଏହା ପରେ ବିସିସିଆଇ ପକ୍ଷରୁ ୟୁଏଇରେ, ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଗତ ଥର ୟୁଏଇରେ IPL ଖେଳା ଯାଇଥିଲା
ସୂଚନାଯୋଗ୍ୟ, କରୋନା ଭାଇରସ୍ କାରଣରୁ, ଆଇପିଏଲ୍ ୨୦୨୦ ମଧ୍ୟ ୟୁଏଇରେ ଆୟୋଜନ କରାଯାଇଥିଲା । ସେହି ସମୟରେ ମଧ୍ୟ ଭାରତରେ କରୋନା ସଂକ୍ରମଣ ମାମଲା ଖୁବ୍ ଅଧିକ ରହିଥିଲା । ଏଥର ଆଇପିଏଲ୍ ମ୍ୟାଚ୍ ଭାରତରେ ହିଁ ଆରମ୍ଭ ହୋଇଥିଲା କିନ୍ତୁ କରୋନା ମହାମାରୀର ପ୍ରଭାବ ପଡ଼ିବା ହେତୁ, ଏହାକୁ କେବଳ ୨୯ଟି ମ୍ୟାଚ୍ ପରେ ସ୍ଥଗିତ ରଖିବାକୁ ପଡିଥିଲା । ଅନେକ ଦଳର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଇପିଏଲ ସ୍ଥଗିତ ହେବା ଯୋଗୁଁ ବିସିସିଆଇକୁ ବଡ଼ କ୍ଷତିର ଭୟ କରିଥିଲା । ଏମିତିକି ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଯେ, ଯଦି ଅବଶିଷ୍ଟ ଆଇପିଏଲ୍ ମ୍ୟାଚ୍ ଖେଳାନଯାଏ ତେବେ ବୋର୍ଡକୁ ୨୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିପାରେ । କିନ୍ତୁ ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ, ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଆୟୋଜନ ପାଇଁ ବିସିସିଆଇ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିସାରିଛି। ଖୁବ୍ଶୀଘ୍ର ଏହାର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ କରାଯାଇପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)