Advertisment

ଭାରତ ଛାଡ଼ିବା ପୂବର୍ରୁ ଜୋସ ବଟଲର ହେଲେ ଭାବପ୍ରବଣ, ଲେଖିଲେ ଏଭଳି ସନ୍ଦେଶ..

ନୂଆଦିଲ୍ଲୀ: ସାରା ଭାରତରେ ଏବେ କରୋନା କାୟା ବିସ୍ତାର କରି ରଖିଛି । କରୋନା ଜାଲରେ ଭାରତବାସୀ ଛନ୍ଦି ହୋଇ ରହିଛନ୍ତି । ବହାରି ପାରୁନାହାନ୍ତି କି ବର୍ତ୍ତିପାରୁ ନାହାନ୍ତି । ତେବେ ଏହି କରୋନା ସମୟରେ ଅନେକ ବ୍ୟବସ୍ଥିତ ଢ଼ଙ୍ଗରେ…

author-image
Satyendu Shekher Mishra
ଭାରତ ଛାଡ଼ିବା ପୂବର୍ରୁ ଜୋସ ବଟଲର ହେଲେ ଭାବପ୍ରବଣ, ଲେଖିଲେ ଏଭଳି ସନ୍ଦେଶ..

buttler

ନୂଆଦିଲ୍ଲୀ: ସାରା ଭାରତରେ ଏବେ କରୋନା କାୟା ବିସ୍ତାର କରି ରଖିଛି । କରୋନା ଜାଲରେ ଭାରତବାସୀ ଛନ୍ଦି ହୋଇ ରହିଛନ୍ତି । ବହାରି ପାରୁନାହାନ୍ତି କି ବର୍ତ୍ତିପାରୁ ନାହାନ୍ତି । ତେବେ ଏହି କରୋନା ସମୟରେ ଅନେକ ବ୍ୟବସ୍ଥିତ ଢ଼ଙ୍ଗରେ ବାୟୋ ବବୁଲ ମଧ୍ୟରେ ଆଇପିଏଲ ୨୦୨୧ ଆରମ୍ଭ ହୋଇଥିଲା । ହେଲେ କରୋନାକୁ ଏହି ବାୟୋ ବବୁଲ ରୋକି ପାରି ନଥିଲା । ଆଇପିଏଲ ଖେଳାଳିମାନଙ୍କୁ କରୋନା ନିଜ ଜାଲରେ ଛନ୍ଦି ଦେଇଥିଲା । ଫଳରେ ୨୦୨୧ ଆଇପିଏଲ ଅଧାରୁ ବନ୍ଦ ହୋଇଗଲା ।

Advertisment

ଲିଗ୍ ମ୍ୟାଚ୍ ସବୁ ବାତିଲ ହେବା ପରେ ବିଦେଶୀ ଖେଳାଳିମାନେ ଏବେ ନିଜ ନିଜ ଦେଶକୁ ଫେରୁଛନ୍ତି । ଇଂଲଣ୍ଡର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର୍ ମଧ୍ୟ ତାଙ୍କ ପରିବାର ସହିତ ଭାରତ ଛାଡ଼ି ନିଜ ଦେଶକୁ ଫେରିଛନ୍ତି । ତେବେ ଭାରତ ଛାଡିବା ପୂର୍ବରୁ ରାଜସ୍ଥାନ ରୟାଲ୍ସର ଏହି ଚାମ୍ପିଅନ୍ ଖେଳାଳି ଭାରତ ପାଇଁ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି । ଜୋସ୍ ବଟଲର ପ୍ରତ୍ୟେକ ଭାରତୀୟଙ୍କୁ କରୋନା ଗୂତାଣୁଠାରୁ ସୁରକ୍ଷିତ ରହିବା ପାଇଁ ଏବଂ ନିଜର ଯତ୍ନ ନେବା ପାଇଁ ମଧ୍ୟ କହିଛନ୍ତି ।

ଜୋସ୍ ବଟଲର୍ ସୋସିଆଲ ମିଡିଆରେ ରାଜସ୍ଥାନ ରୟାଲ୍ସର ପୁରା ଟିମ୍‌, ପତ୍ନୀ ଏବଂ ଝିଅଙ୍କ ସହ ଏକ ଫଟୋ ସେୟାର କରି ଭାରତ ପାଇଁ ଏକ ଇମୋସ୍ନାଲ ସନ୍ଦେଶ ଲେଖିଛନ୍ତି । ସେ ଲେଖିଛନ୍ତି, ଭାରତ ଏକ ସ୍ୱତନ୍ତ୍ର ଦେଶ,ଯିଏ ଏବେ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତିରେ ଗତି କରୁଛି ସବୁଥର ପରି, ଏଥରମଧ୍ୟ ମୋତେ ଏବଂ ମୋ ପରିବାରକୁ ସ୍ୱାଗତ କରିଥିବାରୁ ଧନ୍ୟବାଦ ଦୟାକରି ସୁରକ୍ଷିତ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ ।’

Advertisment

ଜୋସ୍ ବଟଲରଙ୍କ ଭଲ ପ୍ରଦର୍ଶନ

ଜୋସ୍ ବଟଲର୍ ଆଇପିଏଲ୍ ୨୦୨୧ରେ ଯେତେବେଳେ ଜବରଦସ୍ତ ଫମର୍କୁ ଫରିଥିଲେ ସେତେବେଳେ ହିଁ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହୋଇଗଲା । ଏହି ଡାହାଣହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଚଳିତ ସିଜିନରେ ୭ଟି ମ୍ୟାଚ୍ ଖେଳିଥିବା ବେଳେ ୩୬.୨୮ ହାରରେ ୨୫୪ ରନ ସଂଗ୍ରହ କରିସାରିଥିଲେ । ବଟଲରଙ୍କ ବ୍ୟାଟରୁ ମୋଟ ୨୭ ଚୌକା ଓ ୧୩ ଛକା ଏହି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିଛି । ବଟଲରଙ୍କର ଷ୍ଟ୍ରାଇକ୍ ରେଟ୍ ମଧ୍ୟ ୧୫୩ ରହିଛି । ସବୁଠାରୁ ବଡ଼ କଥା ହେଉଛି ଜୋସ୍ ବଟଲର ମଇ’ ୨ରେ ସନରାଇଜର୍ସ ହାଇଦ୍ରାବାଦ ବିରୋଧରେ ୧୨୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ଏବଂ ରାଜସ୍ଥାନ ରୟାଲ୍ସକୁ ବିଜୟ ଭେଟି ଦେଇଥିଲେ । ଏହି ସିଜିନରେ ସବୁଠାରୁ ବଡ଼ ଇନିଂସ ଖେଳିଥିବା ଏକ ମାତ୍ର ଖେଳାଳି ହେଉଛନ୍ତି ବଟଲର । ଏହାସହ ଆଇପିଏଲରେ ଏହା ତାଙ୍କର ପ୍ରଥମ ଶତକ ମଧ୍ୟ ଥିଲା ।

ଜୋସ୍ ବଟଲର ଭାରତ ଛାଡ଼ିବା ପୂର୍ବରୁ ଯୁବ ଓପନର୍ ଯଶସ୍ୱୀ ଜୈସ୍ୱାଲଙ୍କୁ ତାଙ୍କ ବ୍ୟାଟ୍ ଉପହାର ଦେଇଥିଲେ । ଯେଉଁଥିରେ ବଟଲରଙ୍କ ଅଟୋଗ୍ରାଫ୍ ମଧ୍ୟ ଥିଲା । ଏହା ସହିତ ୱିକେଟ୍ କିପର ଅନୁଜ ରାୱତଙ୍କୁ ବଟଲର ତାଙ୍କ ଗ୍ଲୋଭସ୍ ଉପହାର ଭାବେ ଦେଇଥିଲେ । ଆଶା କରାଯାଉଛି ଯେ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଶୀଘ୍ର ଆରମ୍ଭ ହେବ ଏବଂ ପୁଣି ଥରେ ବଟଲରଙ୍କ ଫ୍ୟାନମାନେ  ତାଙ୍କ ବ୍ୟାଟିଂର ଯାଦୁ ଦେଖିପାରିବେ ।

Advertisment
Advertisment