Advertisment

IPLରେ ବଡ଼ ଖୁଲାସା: UAE ତୁଳନାରେ ଭାରତରେ ବାୟୋ-ବବୁଲ ଦୁର୍ବଳ ଥିଲା..

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ବାୟୋ-ବବୁଲ୍ ଗତ ବର୍ଷ ୟୁଏଇର ବାୟୋ ବବୁଲ ତୁଳନାରେ ଦୁର୍ବଳ ଥିଲା । ଆଇପିଏଲ ୨୦୨୧ ସ୍ଥଗିତ ହେବା ପରେ କିଛି ଖେଳାଳି ଏଭଳି କହିଛନ୍ତି । ଖେଳାଳିଙ୍କୁ କରୋନା ଗ୍ରାସ କରିବା ପରେ…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
IPLରେ ବଡ଼ ଖୁଲାସା: UAE ତୁଳନାରେ ଭାରତରେ ବାୟୋ-ବବୁଲ ଦୁର୍ବଳ ଥିଲା..

ipl

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ବାୟୋ-ବବୁଲ୍ ଗତ ବର୍ଷ ୟୁଏଇର ବାୟୋ ବବୁଲ ତୁଳନାରେ ଦୁର୍ବଳ ଥିଲା । ଆଇପିଏଲ ୨୦୨୧ ସ୍ଥଗିତ ହେବା ପରେ କିଛି ଖେଳାଳି ଏଭଳି କହିଛନ୍ତି । ଖେଳାଳିଙ୍କୁ କରୋନା ଗ୍ରାସ କରିବା ପରେ ଅନ୍ୟ ଖେଳାଳିମାନେ ଭୟଭୀତ ହୋଇ ପଡ଼ିଥିଲେ । ସେହିମାନେ ହିଁ ଏଥର ବାୟୋ-ବବୁଲକୁ ଦର୍ବଳ ବୋଲି ବିବେଚନା କରିଛନ୍ତି ।

Advertisment

ବିଶ୍ୱର ସବୁଠୁ ବଡ଼ ଟି-ଟ୍ୱେଣ୍ଟି ଲିଗ୍‌ରେ ମାତ୍ର ୪ ଜଣ ଖେଳାଳି ଓ ଦୁଇ ଜଣ କୋଚ କରୋନା ସଂକ୍ରମିତ ହୋଇଥିଲେ । ଯେଉଁଥିପାଇଁ ଆଇପିଏଲ ୨୦୨୧କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଗଲା ।

ଆଇପିଏଲରେ ଖେଳାଳିମାନେ କରୋନା ସଂକ୍ରମିତ ହେବା ପରେ, ପିଟିଆଇ-ଭାଷା ପକ୍ଷରୁ ଲିଗ୍‌ରେ ଅଂଶଗ୍ରହଣ କରିଥିବା କିଛି ଖେଳାଳିଙ୍କ ସହ ଆଲୋଚନା କରାଯାଇଥିଲା । ଯେଉଁଥିରେ କିଛି ଖେଳାଳି ଗୋପନୀୟତାର ସର୍ତ୍ତ ରଖି କହିଥିଲେ, ଏଥର ବାୟୋ ବବୁଲ ପୂର୍ବ ଥର ଅପେକ୍ଷା ଦୁର୍ବଳ ଥିଲା । ଖେଳାଳିମାନେ ସିଧାସଳଖ କହିଛନ୍ତି ଯେ, ୟୁଏଇରେ ଆୟୋଜିତ ହୋଇଥିବା ବାୟୋ ବବୁଲ କାଫି ଶକ୍ତିଶାଳୀ ଥିଲା । କାରଣ ୨୦୨୦ ଟୁର୍ଣ୍ଣାମେଣ୍ଟ ବେଳେ  କୌଣସି ଜଣେ ବି ଖେଳାଳି କରୋନା ଆକ୍ରାନ୍ତ ହୋଇନଥିଲେ । ହେଲେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ କିଛି ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

Advertisment

ୟୁଏଇ ପରି ଭାରତର ବାୟୋ ବବୁଲ ଶକ୍ତିଶାଳୀ ନଥିଲା

ଜଣେ ଖେଳାଳି ସିଧାସଳଖ କହିଛନ୍ତି ଯେ, ଆଇପିଏଲରେ ବିସିସିଆଇ ସମେତ ସବୁ ଦଳ ଏବଂ ସଦସ୍ୟମାନେ ଅନେକ ସତର୍କତା ଅବଲମ୍ବନ କରିଛନ୍ତି ସତ, ହେଲେ ଏଥରର ବାୟୋ ବବୁଲକିନ୍ତୁ ୟୁଏଇତୁଳନାରେ ସେତେଟା ଶକ୍ତିଶାଳୀ ନଥିଲା ଏଠାରେଲୋକମାନେ ସାଧାରଣ ଭାବେ ଆତଯାତ କରୁଥିବା ଦେଖାଯାଇଥିଲା । ଏମିତିକିକିଛି ଲୋକଙ୍କୁ ସୁଇମିଂ ପୁଲ ବ୍ୟବହାର କରୁଥିବା ମଧ୍ୟ ଦେଖାଯାଇଛି ।ଅଭ୍ୟାସ କରିବାର ସ୍ଥାନ ମଧ୍ୟ ଖୁବ୍‌ ଦୂରରେ ଥିଲା ।

ଡରିଯାଇଥିଲେ ବିଦେଶୀ ଖେଳାଳି: ଶ୍ରୀବତ୍ସ ଗୋସ୍ୱାମୀ

ଭାରତୀୟ ଅଣ୍ଡର-୧୯ ଦଳର ସଦସ୍ୟ ଥିବା ଶ୍ରୀବତ୍ସ ଗୋସ୍ୱାମୀ ଆରମ୍ଭରୁ ଆଇପିଏଲର ଏକ ଅଂଶ ରହି ଆସିଛନ୍ତି । ତାଙ୍କ ଜାଣିବାରେ କୌଣସି ବି ଖେଳାଳି କିମ୍ବା ସହଯୋଗୀ କୋଭିଡ ନିୟମ ଉଲଂଘନ କରିନାହାନ୍ତି । ସନରାଇଜର୍ସ ହାଇଦ୍ରାବାଦର ଏହି ଖେଳାଳି ଜଣକ କହିଛନ୍ତି, ‘ବବୁଲ ଭିରେ ଆମର ଭଲ ଯତ୍ନ ନିଆଯାଉଥିଲା । କୌଣସି ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ୍ ଏହାର ନିୟମ ଉଲଂଘନ କରିନାହାଁନ୍ତି । କିନ୍ତୁ ମୁଁ ଏହି କଥାକୁ ଏଡ଼ାଇ ପାରିବିନି ଯେ, ବବୁଲ ଭିତରେ ଭାଇରସ୍‌ ପ୍ରବେଶ କରିବା ପରେ ଖେଳାଳିମାନେ ବିଶେଷ କରି ବିଦେଶୀ ଖେଳାଳିମାନେ ଭୟ କରିଥିଲେ ।କାରଣ ସେମାନେ ଟ୍ୱିଟର ଯୋଗେ ସବୁ ଜାଣିପାରୁଥିଲେ। ଭାରତରେ ବିଭିନ୍ନ ସ୍ଥାନରେ ଅକ୍ସିଜେନ ଅଭାବ ରହିଛି, ମେଡିକାଲରେ ବେଡ ନାହିଁ, ଔଷଧ ନାହିଁ ଇତ୍ୟାଦି । ଭାରତୀୟ ଖେଳାଳି ଭାବେ ଆମେ ସେମାନଙ୍କୁ ଆଶ୍ୱସନା ଦେଉଥିଲୁ ଯେ, ବ୍ୟସ୍ତ ହୁଅନି ସବୁ ଠିକ୍‌ ହୋଇଯିବ ।

Advertisment
Advertisment