Advertisment

IPL 2021: ବିଦେଶୀ ଖେଳାଳି ନଆସିଲେ BCCIକୁ ଫରକ ପଡ଼ିବନି

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଆୟୋଜନରେ ବିସିସିଆଇ ପୁରା ଦମ୍ ଲଗାଇଦେଇଛି। କରୋନା ଭାଇରସ୍ କାରଣରୁ ଏହି ଟୁର୍ଣ୍ଣାମେଣ୍ଟକୁ ଭାରତରେ ୨୯ଟି ମ୍ୟାଚ୍ ପରେ ସ୍ଥଗିତ ରଖିବାକୁ ପଡ଼ିଥିଲା। କିନ୍ତୁ ଏବେ ଆସନ୍ତା ସେପ୍ଟେମ୍ବରରୁ ଅବଶିଷ୍ଟ ୩୧ଟି…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
IPL 2021: ବିଦେଶୀ ଖେଳାଳି ନଆସିଲେ BCCIକୁ ଫରକ ପଡ଼ିବନି

cricket

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଆୟୋଜନରେ ବିସିସିଆଇ ପୁରା ଦମ୍ ଲଗାଇଦେଇଛି। କରୋନା ଭାଇରସ୍ କାରଣରୁ ଏହି ଟୁର୍ଣ୍ଣାମେଣ୍ଟକୁ ଭାରତରେ ୨୯ଟି ମ୍ୟାଚ୍ ପରେ ସ୍ଥଗିତ ରଖିବାକୁ ପଡ଼ିଥିଲା। କିନ୍ତୁ ଏବେ ଆସନ୍ତା ସେପ୍ଟେମ୍ବରରୁ ଅବଶିଷ୍ଟ ୩୧ଟି ମ୍ୟାଚ ୟୁଏଇରେ ଆୟୋଜନ ହେବାକୁ ଯାଉଛି । ଅନ୍ୟପଟେ ନୂଆ କାର୍ଯ୍ୟସୂଚୀ ହେତୁ ଅନେକ ବିଦେଶୀ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଜଣାପଡ଼ିଛି । ଏହି ପ୍ରସଙ୍ଗ କିଛି ଦଳ ପାଇଁ ବହୁତ ଚିନ୍ତାର ବିଷୟ । କିନ୍ତୁ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏନେଇ ଏକ ବଡ଼ ବୟାନ ଦେଇଛନ୍ତି । ରାଜୀବ ଶୁକ୍ଲା ଖୋଲାଖୋଲି ଭାବେ କହିଛନ୍ତି ଯେ, କେହି ବିଦେଶୀ ଖେଳାଳି ଆସନ୍ତୁ କି ନାହିଁ, ଟୁର୍ଣ୍ଣାମେଣ୍ଟ ନିଶ୍ଚିତ ଅନୁଷ୍ଠିତ ହେବ।

Advertisment

ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ରାଜୀବ ଶୁକ୍ଲା କହିଛନ୍ତି ଯେ, ବିଦେଶୀ ଖେଳାଳି ଆସନ୍ତୁ କି ନାହିଁ, ଆଇପିଏଲ ୨୦୨୧ ନିଶ୍ଚିତ ଅନୁଷ୍ଠିତ ହେବ। ‘ଆମେ ବିଦେଶୀ ଖେଳାଳିଙ୍କ ପ୍ରସଙ୍ଗରେ ଆଲୋଚନା କରିଥିଲୁ । କିନ୍ତୁ ଆମର ଏକମାତ୍ର ଲକ୍ଷ୍ୟ ହେଉଛି, ଏହି ସିଜିନ ଯେମିତି ହେଲେ ବି ସଂପୂର୍ଣ୍ଣ ହେବ ।ଏହାକୁ ମଝି ଦରିଆରେ ଛାଡିହେବ ନାହିଁ ।ତେଣୁ ଯେଉଁ ଖେଳାଳି ସାମିଲ ହେବେ ଭଲ କଥା, ନଚେତ ଯଦି କିଛି ଖେଳାଳି ଉପଲବ୍ଧ ହୋଇପାରିବେ ନାହିଁ ତେବେ ଏହାଦ୍ୱାରା ଟୁର୍ଣ୍ଣାମେଣ୍ଟ ଆୟୋଜନରେ କୌଣସି ବାଧା ଉପୁଜିବ ନାହିଁ ।

ବିସିସିଆଇ ନିଜର ନୀତି ଅନୁସରଣ କରିବ: ରାଜୀବ ଶୁକ୍ଲା

ରାଜୀବ ଶୁକ୍ଲା ଆହୁରି କହିଛନ୍ତି ଯେ, ବିସିସିଆଇ ଏହାର ନୀତିଅନୁସରଣ କରିବ, ଏଥିରେ ବିଦେଶୀ ଖେଳାଳି ରୁହନ୍ତୁ ବା ନରୁହନ୍ତୁ । ‘କିଛି ବିଦେଶୀ ଖେଳାଳି ଉପଲବ୍ଧ ହେବେ ନାହିଁ କିନ୍ତୁ ଆମେ ଆମର ଟୁର୍ଣ୍ଣାମେଣ୍ଟ ନିଶ୍ଚିତ ସଂପୂର୍ଣ୍ଣ କରିବୁ। ଆଇପିଏଲ୍ ଦଳ ଅନ୍ୟ ଖେଳାଳିଙ୍କୁ ନଜର ପକାଇବେ। ଯେଉଁମାନେ ବି ଉପଲବ୍ଧ ଥିବେ ସେମାନଙ୍କୁ ନେଇ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ।ଏହା ହେଉଛି ଆମର ନୀତି ।

Advertisment

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବରରେ ଅନେକ ନାମିଦାମୀ ଖେଳାଳି ଆଇପିଏଲ ଖେଳିପାରିବେ ନାହିଁ । ସେହି ସମୟରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଦଳ ବ୍ୟସ୍ତ ରହିବେ । ଅବଶିଷ୍ଟ ଆଇପିଏଲ୍ ମ୍ୟାଚ୍ ପାଇଁ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ନିଶ୍ଚିତ ଉପଲବ୍ଧ ଥିବେ ବୋଲି ଜଣାପଡ଼ିଛି ।

ରାଜୀବ ଶୁକ୍ଲା ସାକ୍ଷାତକାରରେ କହିଛନ୍ତି ଯେ, ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସମସ୍ତ ୮ଟି ଯାକ ଆଇପିଏଲ ଟିମ୍ ସମର୍ଥନ କରିଛନ୍ତି । ପ୍ରଥମ ଦିନରୁ ହିଁ ସମସ୍ତ ଦଳ ୟୁଏଇ ସପକ୍ଷରେ ଥିଲେ । ‘ଅବଶିଷ୍ଟ ମ୍ୟାଚ୍ ଇଂଲଣ୍ଡରେ ହେବ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା, କିନ୍ତୁ ସେଠାରେ ଅଧିକ ବର୍ଷା ହୋଇଥାଏ । ଆମ ପାଇଁ ଚ୍ୟାଲେଞ୍ଜ ହେଉଛି ଯେ, ୨୦ ଦିନ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ପଡିବ । କାରଣ ଏହା ପରେ ଟି-୨୦ ବିଶ୍ୱକପ୍ ମଧ୍ୟ ରହିଛି । ତେଣୁ ଆମ ପାଇଁ ସବୁଦୃଷ୍ଟିରୁ ୟୁଏଇ ହିଁ ଉପଯୁକ୍ତ ସ୍ଥାନ ।

IPL 2021 Cricket
Advertisment
Advertisment