/odishatv-khabar/media/post_attachments/uploadimage/library/16_9/16_9_0/2222_1623424110.jpg)
Harleen Deol 2
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର କ୍ରିକେଟର ହାର୍ଲିନ ଦେଓଲ ଏବେ ଚର୍ଚ୍ଚାରେ । ଏହାର କାରଣ ହେଉଛି, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ବିରାଟ କୋହଲିଙ୍କ ସହ ଇଂଲଣ୍ଡ ଗସ୍ତରେ ଯାଇଥିବା ଅନୁଷ୍କା କିଛି ଦିନ ପୂର୍ବରୁ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋରେ ହାର୍ଲିନ ଦେଓଲ କମେଣ୍ଟ ଦେଇଥିଲେ ଯେ, ବିରାଟ କୋହଲି ଆଣ୍ଠୁ ମାଡ଼ି ଅନୁଷ୍କାଙ୍କ ଏହି ଫଟୋ କ୍ଲିକ୍ କରିଛନ୍ତି ।
/odishatv-khabar/media/post_attachments/wp-content/uploads/2021/06/5-7.jpg)
ଏହି ମହିଳା କ୍ରିକେଟର ହାର୍ଲିନ ଦେଓଲ ମଧ୍ୟ ମହିଳା ଏବଂ ପୁରୁଷ କ୍ରିକେଟ୍ ଦଳ ସହିତ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ହାର୍ଲିନ ଇଂଲଣ୍ଡ ବିପକ୍ଷରେ ଭାରତର ମହିଳା ଟି -୨୦ ଦଳରରେ ସାମିଲ ଅଛନ୍ତି । ହାର୍ଲିନଙ୍କ ଏହି କମେଣ୍ଟ ପରେ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ସର୍ଚ୍ଚ କରାଯାଇଛି । ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ଉପରେ ଫ୍ୟାନମାନେ ପ୍ରବଳ କମେଣ୍ଟ ଦେଉଛନ୍ତି । ଫ୍ୟାନମାନେ କହିଛନ୍ତି ଯେ ସେ ଜଣେ ହିରୋଇନଙ୍କଠାରୁ କମ୍ ନୁହଁନ୍ତି ।
/odishatv-khabar/media/post_attachments/wp-content/uploads/2021/06/6-4.jpg)
୨୨ ବର୍ଷୀୟ ହାର୍ଲିନ୍ ଦେଓଲ ଏବେ ସୁଦ୍ଧା ଭାରତ ପାଇଁ ଗୋଟିଏ ଦିନିକିଆ ଏବଂ ୯ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ଦିନିକିଆରେ ୨ ରନ୍ ଏବଂ ଟି-୨୦ ରେ ୧୧୦ ରନ୍ କରିଛନ୍ତି । ଅନ୍ୟପଟେ ଟି-୨୦ କ୍ରିକେଟରେ ସେ ୬ଟି ୱିକେଟ୍ ମଧ୍ୟ ହାସଲ କରିଛନ୍ତି । ନିଜର ଏହି ଛୋଟ କ୍ରିକେଟ କ୍ୟାରିୟର ମଧ୍ୟରେ ହାର୍ଲିନ୍ ଭାରତୀୟ ମହିଳା କ୍ରିକେଟ୍ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛନ୍ତି ।
/odishatv-khabar/media/post_attachments/wp-content/uploads/2021/06/7-2.jpg)
ହାର୍ଲିନ୍ ଦେଓଲଙ୍କ କ୍ରିକେଟ୍ ଯାତ୍ରା ଏତେ ସହଜ ନଥିଲା । ଏହି ଖେଳାଳି କ୍ରିକେଟରେ କ୍ୟାରିୟର କରିବାକୁ ମାତ୍ର ୧୩ ବର୍ଷ ବୟସରେ ନିଜ ପରିବାର ଏବଂ ଘର ଛାଡିଥିଲେ । କ୍ରିକେଟ୍ ଦୁନିଆରେ ନାମ ବନାଇବା ପାଇଁ ହାର୍ଲିନ୍ ଚଣ୍ଡିଗଡ଼ ଛାଡି ହିମାଚଳ ପ୍ରଦେଶରେ ପହଞ୍ଚିଥିଲେ ।
/odishatv-khabar/media/post_attachments/wp-content/uploads/2021/06/Harleen-Deol-2.jpg)
୨୦୧୯ରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ୍ ଦଳରେ ମନୋନୀତ ହେବା ପରେ ହାର୍ଲିନ୍ କହିଥିଲେ ଯେ, ମୁଁ ଏଠାରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିଛି । ଜାତୀୟ ଦଳ ପାଇଁ ଖେଳିବା ତାଙ୍କର ଲକ୍ଷ୍ୟ ରହିଥିଲା ।
/odishatv-khabar/media/post_attachments/wp-content/uploads/2021/06/Harleen-Deol-3.jpg)
୧୩ ବର୍ଷ ବୟସରେ ପିତା-ମାତାଙ୍କୁ ଛାଡ଼ି ହାର୍ଲିନ ଦେଓଲଙ୍କ ପାଇଁ ଏକ ନୂଆ ସହରରେ ବସବାସ କରିବା ସହଜ ନଥିଲା । କିନ୍ତୁ ହାର୍ଲିନ ଏହି ଆହ୍ୱାନକୁ ଗ୍ରହଣ କରି ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନର ଅଣ୍ଡର-୧୯ ଆବାସିକ ଏକାଡେମୀରେ ନାମ ଲେଖାଇଥିଲେ ।
/odishatv-khabar/media/post_attachments/wp-content/uploads/2021/06/Harleen-Deol-4.jpg)
ଯେତେବେଳେ ଭାରତୀୟ କ୍ରିକେଟ୍ ଦଳରେ ପ୍ରଥମ ଥର ପାଇଁ ହାର୍ଲିନ୍ ଦେଓଲ ମନୋନୀତ ହୋଇଥିଲେ । ସେ କହିଥିଲେ ଯେ, ମୋର ଜେଜେମା (ଗୁରୁଦେବ କୌର) ଚାହୁଁଥିଲେ ମୁଁ ଭାରତ ପାଇଁ ଖେଳେ । ହାର୍ଲିନ୍ କହିଛନ୍ତି ଯେ, ସେ ତାଙ୍କ ମା’ ଚରଣଜିତ୍ ଦେଓଲଙ୍କୁ ମଧ୍ୟ ଶ୍ରେୟ ଦେଉଛନ୍ତି, ଯିଏ ତାଙ୍କୁ ପ୍ରତ୍ୟେକ ନିଷ୍ପତ୍ତିରେ ସମର୍ଥନ କରିଥିଲେ ।
/odishatv-khabar/media/post_attachments/wp-content/uploads/2021/06/Harleen-Deol.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)