/odishatv-khabar/media/post_attachments/uploadimage/library/16_9/16_9_0/ipl-90_1626760589.jpg)
ipl
ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ରେ ଚେନ୍ନାଇ ଟିମ୍ର ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଗତକାଲିର ମ୍ୟାଚରେ ଧୋନୀଙ୍କ ଟିମ୍ ୪ ୱିକେଟରେ ରାଜସ୍ଥାନ ରୟାଲସ୍କୁ ପରାସ୍ତ କରିଛି। ଜୟପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଟିମ୍ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ହରାଇ ୧୫୧ରନ୍ କରିଥିଲା। ଜବାବରେ ଚେନ୍ନାଇ ଟିମ୍ ମାତ୍ର ୨୪ରନରେ ୪ଟି ଓ୍ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।
Advertisment
ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୫୮, ଅମ୍ବାତି ରାଇଡୁ ୫୭ରନ କରି ଦଳକୁ ବିଜୟୀ କରାଇଥିଲେ। କଡ଼ା ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ଏହି ମ୍ୟାଚରେ ଚେନ୍ନାଇକୁ ବିଜୟ ପାଇଁ ୧୮ରନ୍ ଆବଶ୍ୟକ ହେଉଥିଲା।
ଆଜି କୋଲକତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ କୋଲକତାରେ ମୁକାବିଲା ହେବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)