Advertisment

ଭୁବନେଶ୍ୱରରେ ହେବ ବ୍ୟାଡମିଣ୍ଟନ ଏକାଡେମୀ

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀ। ଆସନ୍ତା ଡିସେମ୍ବରରୁ ଏକାଡେମୀ ପାଇଁ କାମ ଆରମ୍ଭ ହୋଇ ବର୍ଷକ ମଧ୍ୟରେ ସରିବ। ଏଥିଲାଗି ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ଗୋପୀଚାନ୍ଦ ଏକାଡେମୀର ପ୍ରତିଷ୍ଠାତା ପୂଲେଲା ଗୋପିଚାନ୍ଦ ଓ ଡାଲମିଆ ଗ୍ରୁପ ପକ୍ଷରୁ ପୁନିତ ଡାଲମିଆ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଏକାଡେମୀ ପ୍ରତିଷ୍ଠା ପାଇଁ କଳିଙ୍ଗ ଷ୍ଟାଡିୟମରେ ୧୦ଟି କୋର୍ଟ ନିର୍ମାଣ କରାଯିବ।  ଡାଲମିଆ ଗ୍ରୁପ ସମସ୍ତ ଖର୍ଚ୍ଚ ବହନ […]

author-image
Minati Mishra
ଭୁବନେଶ୍ୱରରେ ହେବ ବ୍ୟାଡମିଣ୍ଟନ ଏକାଡେମୀ

6755897

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀ। ଆସନ୍ତା ଡିସେମ୍ବରରୁ ଏକାଡେମୀ ପାଇଁ କାମ ଆରମ୍ଭ ହୋଇ ବର୍ଷକ ମଧ୍ୟରେ ସରିବ। ଏଥିଲାଗି ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ଗୋପୀଚାନ୍ଦ ଏକାଡେମୀର ପ୍ରତିଷ୍ଠାତା ପୂଲେଲା ଗୋପିଚାନ୍ଦ ଓ ଡାଲମିଆ ଗ୍ରୁପ ପକ୍ଷରୁ ପୁନିତ ଡାଲମିଆ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି।

Advertisment

ଏହି ଏକାଡେମୀ ପ୍ରତିଷ୍ଠା ପାଇଁ କଳିଙ୍ଗ ଷ୍ଟାଡିୟମରେ ୧୦ଟି କୋର୍ଟ ନିର୍ମାଣ କରାଯିବ।  ଡାଲମିଆ ଗ୍ରୁପ ସମସ୍ତ ଖର୍ଚ୍ଚ ବହନ କରିବ ଓ ପରିଚାଳନା ଖର୍ଚ୍ଚ ଗୋପୀଚାନ୍ଦ ଫାଉଣ୍ଡେସନ ବହନ କରିବ।

ରାଜ୍ୟ ସରକାର ଜାଗା ଲିଜରେ ଯୋଗାଇ ଦେବେ । ଅସ୍ଥାୟୀ ଭାବେ ଆସନ୍ତା ଫେବ୍ରୁଆରୀରୁ ଟ୍ରେନିଂ ଆରମ୍ଭ ହେବ।  ୨୦୨୦ ଡିସେମ୍ବର ସୁଦ୍ଧା ସମସ୍ତ କାମ ଶେଷ ହେବ ବୋଲି ଜଣାପଡ଼ିଛି।

Advertisment
Advertisment
Advertisment