/odishatv-khabar/media/post_attachments/uploadimage/library/16_9/16_9_0/asia-cup-2018-s_1626762250.jpg)
asia-cup-2018-
ଏସିଆ କପ୍ରେ ରୋହିତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଶୁକ୍ରବାର ଟିମ୍ ଇଣ୍ଡିଆ ଏସିଆ କପ୍ର ସୁପର୍ ୪ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ୭ ୱିକେଟ୍ରେ ପରାସ୍ତ କରିଛି। ଗ୍ରୁପ୍ ମୁକାବିଲାରେ ହଂକଂ ଓ ପାକିସ୍ତାନକୁ ହରାଇବା ପରେ ଦଳ ସୁପର୍ ୪ରେ ବଂଲାଦେଶକୁ ହରାଇ ଟୁର୍ଣ୍ଣାମେଣ୍ଟ୍ରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି।
ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭର୍ରେ ମାତ୍ର ୧୭୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା।
[caption id="attachment_27852" align="aligncenter" width="835"]
photo-indiatvnews.com[/caption]
୧୭୪ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ମାତ୍ର ୩୬.୨ ବଲ୍ ଖେଳି ୩ ୱିକେଟ୍ ହରାଇ ଖୁବ୍ ସହଜରେ ବିଜୟ ଲକ୍ଷ୍ୟ ହାସଲ୍ କରିନେଇଥିଲା।
ଭାରତ ପକ୍ଷରୁ ଶିଖର ଧାୱନ୍ ୪୦ ରନ୍ ଓ ଅମ୍ବାତି ରାଇଡୁ ୧୩ ଓ ଧୋନୀ ୩୩ ରନ୍ କରିଥିବା ବେଳେ ରୋହିତ ଶର୍ମା ସର୍ବାଧିକ ୮୩ ରନ୍ କରି ଅପରାଜିତ ଥିଲେ। ସେହିଭଳି ବୋଲିଂରେ ଉତ୍ତମ ପ୍ରଦର୍ଶନ କରି ୪ଟି ୱିକେଟ୍ ନେଇଥିବା ରବିନ୍ଦ୍ର ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)