/odishatv-khabar/media/post_attachments/uploadimage/library/16_9/16_9_0/bb-1_1626951125.jpg)
bb
ଭୁବନେଶ୍ୱର: ଏସିଆନ୍ ରଗବୀ ସେଭେନ୍ସ ଟ୍ରଫି ପାଇଁ ଘୋଷିତ ଭାରତୀୟ ମହିଳା ଦଳରେ ସ୍ଥାନ ପାଇଲେ ୪ ଜଣ ଓଡ଼ିଆ ଖେଳାଳି। ମହିଳା ଦଳରେ ଓଡ଼ିଶାରୁ ଶୁଭଲକ୍ଷ୍ମୀ ବାରିକ୍, ସୁମିତ୍ରା ନାୟକ, ହୁପି ମାଝି ଏବଂ ମୀରାରାଣୀ ହେମ୍ବ୍ରମ ସ୍ଥାନ ପାଇଛନ୍ତି। ଆସନ୍ତା ୧୦ ଓ ୧୧ତାରିଖରେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏହି ଟୁର୍ଣ୍ଣାମେଣ୍ଟ ହେବ।
Advertisment
ଏଥିପାଇଁ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ରଗବୀ ଫେଡରେସନ୍ ପକ୍ଷରୁ ଭାରତୀୟ ପୁରୁଷ ଓ ମହିଳା ଦଳ ଘୋଷଣା କରାଯାଇଥିଲା। ମହିଳା ଦଳର ନେତୃତ୍ୱ ନେଉଛନ୍ତି ବାହିବ ଭାରୁଛା। ସେହିପରି ଭାରତୀୟ ପୁରୁଷ ଦଳର ନେତୃତ୍ୱ ନେଉଛନ୍ତି ବିକାଶ ଖାତ୍ରୀ। ହେଲେ ପୁରୁଷ ଦଳରେ ଓଡ଼ିଶାର କାହାକୁ ସୁଯୋଗ ମିଳିନାହିଁ। ଏହି କାର୍ଯ୍ୟକ୍ରମରେ ଅଭିନେତା ତଥା ରଗବୀ ଖେଳାଳି ରାହୁଲ ବୋଷ, କ୍ରୀଡ଼ା ଓ ଯୁବ ବ୍ୟାପର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)