Advertisment

ବିଶ୍ୱର ପ୍ରଥମ ସୌର ଅଭିଯାନ

ସରିଥିଲା ପ୍ରସ୍ତୁତି। ଅାରମ୍ଭ ହୋଇସାରିଥିଲା କାଉଣ୍ଟଡାଉନ୍। ସାରା ବିଶ୍ୱର ନଜର ଥିଲା ଫ୍ଲୋରିଡ଼ା ସ୍ଥିତ କେପ୍ କାନାଭେରାଲ୍ ଏୟାରଫୋର୍ସ ଷ୍ଟେସନ୍ ଉପରେ।  କିନ୍ତୁ ଶେଷ ମୁହୂର୍ତ୍ତରେ ଅଟକିଲା ‘ପାର୍କର୍ ସୋଲାର୍ ପ୍ରୋବ୍‌’ର ଉତ୍‌କ୍ଷେପଣ। ଅନ୍ତରୀକ୍ଷ ଯାନର ଗ୍ୟାସୀୟ ହିଲିୟମ୍ ପ୍ରେସର୍ ଅାଲାର୍ମରେ ସମସ୍ୟା ଯୋଗୁଁ ଉତ୍‌କ୍ଷେପଣକୁ ରବିବାର ଯାଏଁ ସ୍ଥଗିତ ରଖିଛି ନାସା। ଭାରତୀୟ ସମୟ ଅନୁସାରେ ଅାସନ୍ତାକାଲି ଦିନ ଗୋଟାଏରେ ଏହାର ଉତ୍‌କ୍ଷେପଣ ପାଇଁ ପୁଣି ଚେଷ୍ଟା କରାଯିବ। ଶକ୍ତିଶାଳୀ ଡେଲ୍‌ଟା ଫୋର୍ ହେଭି ରକେଟ୍‌ରେ […]

author-image
Otv Khabar Bureau
ବିଶ୍ୱର ପ୍ରଥମ ସୌର ଅଭିଯାନ

solar1

ସରିଥିଲା ପ୍ରସ୍ତୁତି। ଅାରମ୍ଭ ହୋଇସାରିଥିଲା କାଉଣ୍ଟଡାଉନ୍। ସାରା ବିଶ୍ୱର ନଜର ଥିଲା ଫ୍ଲୋରିଡ଼ା ସ୍ଥିତ କେପ୍ କାନାଭେରାଲ୍ ଏୟାରଫୋର୍ସ ଷ୍ଟେସନ୍ ଉପରେ।  କିନ୍ତୁ ଶେଷ ମୁହୂର୍ତ୍ତରେ ଅଟକିଲା ‘ପାର୍କର୍ ସୋଲାର୍ ପ୍ରୋବ୍‌’ର ଉତ୍‌କ୍ଷେପଣ। ଅନ୍ତରୀକ୍ଷ ଯାନର ଗ୍ୟାସୀୟ ହିଲିୟମ୍ ପ୍ରେସର୍ ଅାଲାର୍ମରେ ସମସ୍ୟା ଯୋଗୁଁ ଉତ୍‌କ୍ଷେପଣକୁ ରବିବାର ଯାଏଁ ସ୍ଥଗିତ ରଖିଛି ନାସା। ଭାରତୀୟ ସମୟ ଅନୁସାରେ ଅାସନ୍ତାକାଲି ଦିନ ଗୋଟାଏରେ ଏହାର ଉତ୍‌କ୍ଷେପଣ ପାଇଁ ପୁଣି ଚେଷ୍ଟା କରାଯିବ। ଶକ୍ତିଶାଳୀ ଡେଲ୍‌ଟା ଫୋର୍ ହେଭି ରକେଟ୍‌ରେ ଏହାର ଉତ୍‌କ୍ଷେପଣ ହେବ।

Advertisment

publive-imageଏହି ଐତିହାସିକ ସୌର ଅଭିଯାନର ବିଶେଷତ୍ୱ କଣ :

ନାସା ଦ୍ୱାରା ପଠାଯିବାକୁ ଥିବା ଅନ୍ତରୀକ୍ଷ ଯାନ ‘ପାର୍କର୍ ସୋଲାର୍ ପ୍ରୋବ୍’ ସୂର୍ଯ୍ୟର ପ୍ରାୟ ୬୦ ଲକ୍ଷ କିଲୋମିଟର ନିକଟକୁ ଯିବ। ଇତିହାସରେ କୌଣସି ମନୁଷ୍ୟକୃତ ଅଭିଯାନ ସୂର୍ଯ୍ୟର ଏତେ ନିକଟକୁ ପହଞ୍ଚିପାରିନାହିଁ। ଉତ୍‌କ୍ଷେପଣର ପ୍ରାୟ ୬ ସପ୍ତାହ ପରେ ପାର୍କର୍ ଶୁକ୍ର ଗ୍ରହ ଅତିକ୍ରମ କରିବ ଏବଂ  ୨ ହଜାର ୨୪ ମସିହାରେ ସୂର୍ଯ୍ୟର ସବୁଠୁ ନିକଟରେ ପହଞ୍ଚିବ।

ଯୋଜନା ମୁତାବକ, ଏହା ସେଠାରେ ସାତ ବର୍ଷ ମଧ୍ୟରେ ୨୪ ଥର ସୂର୍ଯ୍ୟ ଚାରିପଟେ ପରିକ୍ରମା କରିବ ଏବଂ ସୂର୍ଯ୍ୟର ବାହ୍ୟସ୍ତର ବା କୋରୋନା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ। ସୂର୍ୟ୍ୟ ଚାରିପଟେ ଘଣ୍ଟାପ୍ରତି ପ୍ରାୟ ୭ଲକ୍ଷ କିଲୋମିଟର ବେଗରେ ବୁଲିବା ସମୟରେ ପାର୍କରର ବାହ୍ୟ ତାପମାତ୍ରା ୧୩ ଶହ ଡିଗ୍ରୀ ସେଲସିୟସ୍ ରହିବ।ଏଥିପାଇଁ ଛୋଟ କାର୍ ଅାକାରର ଏହି ଅନ୍ତରୀକ୍ଷ ଯାନକୁ ସାଢ଼େ ୪ ଇଞ୍ଚ ମୋଟେଇର ଏକ କାର୍ବନ କମ୍ପୋଜିଟ୍ ଚଦରରେ ଘୋଡ଼ାଯାଇଛି।

Advertisment

publive-imageତେବେ କଣ ରହିଛି ଏହି ଅଭିଯାନର ଉଦ୍ଦେଶ୍ୟ

ଗବେଷକଙ୍କ ଅନୁଯାୟୀ, ସୂର୍ଯ୍ୟର ପୃଷ୍ଠଭାଗରୁ କୋରୋନାର ତାପମାତ୍ରା ପ୍ରାୟ ୩ଶହ ଗୁଣ ଅଧିକ। କିନ୍ତୁ ଏଭଳି କାହିଁକି, ତାହାର ରହସ୍ୟ ଭେଦ କରିବ ପାର୍କର୍। ଏଥିସହ କୋରୋନାରେ ସୌର ପବନର ଗତି ହଠାତ୍ କିଭଳି ପ୍ରାୟ ସେକେଣ୍ଡ ପ୍ରତି ୫୦୦ କିଲୋମିଟରକୁ ବୃଦ୍ଧିପାଏ, ସେନେଇ ମଧ୍ୟ ଏହି ଅଭିଯାନରେ ତଥ୍ୟ ସଂଗ୍ରହ ହେବ।

Advertisment
Advertisment