Advertisment

ନାସା ରଚିଲା ଇତିହାସ : ପ୍ରଥମ ଥର ଅନ୍ୟଗ୍ରହରେ ଉଡିଲା ହେଲିକପ୍ଟର

ହଷ୍ଟନ: ଆମେରିକା ଅନ୍ତରୀକ୍ଷ ଏଜେନ୍ସୀ(ନାସା) ଇତିହାସ ରଚିଛି। ଏପ୍ରିଲ ୧୯ ସୋମବାର ଅପରାହ୍ଣ ପ୍ରାୟ ୪ଟାରେ ଅନ୍ୟ ଗ୍ରହରରେ ପ୍ରଥମ ଥର ପାଇଁ ହେଲିକପ୍ଟର ଉଡାଇଛି। ଏହାର ନାମ ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର ରହିଛି। ପୂର୍ବରୁ ଏହି ଉଡାଣ ନେଇ ଏପ୍ରିଲ୍ ୧୧କୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇ ଏପ୍ରିଲ ୧୪ ସ୍ଥିର ହୋଇଥିଲା। ଉଡାଣ ସମୟରେ ଏହାର ଟାଇମର ଠିକରେ କାମ କରୁ ନ ଥିବା ନାସା କହିବାରୁ ଉଡାଣକୁ ବନ୍ଦ […]

author-image
Pramod Behera
ନାସା ରଚିଲା ଇତିହାସ : ପ୍ରଥମ ଥର ଅନ୍ୟଗ୍ରହରେ ଉଡିଲା ହେଲିକପ୍ଟର

Untitled-1

ହଷ୍ଟନ: ଆମେରିକା ଅନ୍ତରୀକ୍ଷ ଏଜେନ୍ସୀ(ନାସା) ଇତିହାସ ରଚିଛି। ଏପ୍ରିଲ ୧୯ ସୋମବାର ଅପରାହ୍ଣ ପ୍ରାୟ ୪ଟାରେ ଅନ୍ୟ ଗ୍ରହରରେ ପ୍ରଥମ ଥର ପାଇଁ ହେଲିକପ୍ଟର ଉଡାଇଛି। ଏହାର ନାମ ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର ରହିଛି। ପୂର୍ବରୁ ଏହି ଉଡାଣ ନେଇ ଏପ୍ରିଲ୍ ୧୧କୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇ ଏପ୍ରିଲ ୧୪ ସ୍ଥିର ହୋଇଥିଲା। ଉଡାଣ ସମୟରେ ଏହାର ଟାଇମର ଠିକରେ କାମ କରୁ ନ ଥିବା ନାସା କହିବାରୁ ଉଡାଣକୁ ବନ୍ଦ କରିଦିଆଯାଇଥିଲା।

Advertisment

publive-image

ନାସା କହିଛି ଯେ ଟାଇମରର ଭୁଲ ଯୋଗୁଁ ପ୍ରି-ଫ୍ଲାଇଟ୍ ମୋଡରୁ ଫ୍ଲାଇଟ୍ ମୋଡକୁ ଆସିବା ବ୍ୟବସ୍ଥା ଗଡବଡ ହୋଇଯାଇଥିଲା। ଏବେ ଏହି ହେଲିକପ୍ଟର ସୁରକ୍ଷିତ ଅଛି ଏବଂ ପୃଥିବୀ ସହ ସଂପର୍କରେ ରହିଛି। ଏଥିରେ ଲାଗିଥିବା ୱାଚଡଗ୍ ଟାଇମର ପୃଥିବୀରୁ ଠିକରେ କମାଣ୍ଡ ନେଇପାରୁ ନ ଥିଲା। ଯେଉଁ କାରଣରୁ ଫ୍ଲାଇଟ୍ ସିକ୍ଵେନ୍ସ କମାଣ୍ଡ ଧିମା ପଡିଯାଇଥିଲା। ଏନେ‍ଇ ଏହାକୁ ଏପ୍ରିଲ ୧୯କୁ ପରିବର୍ତ୍ତନ କରାଯାଇଥିଲା।  ଲାଲ ଘେରରେ ଏହି ହେଲିକପ୍ଟର ମଙ୍ଗଳର ପାଖାପାଖି ୩ ମିଟର ଉପରେ ଉଡୁଥିବା ଦେଖାଯାଇଛି। ଏହି ଛବି ମାର୍ସ ପର୍ସିଭରେନ୍ସ ରୋବର ଦୂରରୁ ନେଇଛି।

publive-image

ପ୍ରକାଶ ଥାଉକୁ ମାର୍ସ ପର୍ସିଭରେନ୍ସ ରୋବରର ନିମ୍ନରେ କଭର କରାଯାଇ ପଠାଯାଇଥିବା ‍ଇଞ୍ଜିନ୍ୟୁଟି ହେଲିକପ୍ଟର ଏପ୍ରିଲ୍ ୫ରେ ମଙ୍ଗଳରେ ଅବତରଣ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା, ଏହି ହେଲିକପ୍ଟର ମଙ୍ଗଳର ବାୟୁମଣ୍ଡଳରେ ରୋଟରକ୍ରାଫ୍ଟ ଟେକ୍ନୋଲୋଜୀର ଉପଯୋଗ କରିପାରିବ କି ନାହିଁ। ତେବେ ଏପ୍ରିଲ୍ ୧୯ର ଉଡାଣ ଏକ ପ୍ରୟୋଗିକ ଥିଲା। ଏଥିରୁ ଜାଣିବାକୁ ଥିଲା ଯେ ଆମେ ଅନ୍ୟ ଗ୍ରହରେ ହେଲିପପ୍ଟର ଉଡାଇପାରିବା ନା ନାହିଁ।

Advertisment

publive-image

ଇଞ୍ଜିନ୍ୟୁଟି ହେଲିକପ୍ଟରକୁ ରୋଭର ମାଟିରୁ ଚାରି ଇଞ୍ଜ ଉପରେ ଛାଡି ଆଗକୁ ବଢିଥିଲା ୧.୮ କିଲୋର ଏହି ହେଲିକପ୍ଟରକୁ ପାର୍ସିଭରେନ୍ସ ରୋଭର ତଳେ ଚକ ଉପରେ ଏକ କଭର ଭିତରେ ସୁରକ୍ଷିତ ରଖିଥିଲା। ମାର୍ଚ୍ଚ ୨୧ରେ ଏହି କଭର ଖୋଲାଯାଇଥିଲା। ନାସା ଟ୍ଵିଟ କରି ଲେଖିଥିଲା ଯେ ଖୁବ ଶୀଘ୍ର ଏହି ରୋଭରର ପେଟରୁ ଏକ ପକ୍ଷୀ ଉଡିବ। ଏହା ନୂଆ ରାସ୍ତା ଖୋଲିବ।

publive-image

ଏହି ହେଲିକପ୍ଟରରେ ସୌର ଉର୍ଜାରେ ଚାର୍ଜ ହେବା ଭଳି ବ୍ୟାଟେରୀ ଲାଗିଛି। ଏହାର ପଙ୍ଖାର ଉପରେ ସୋଲାର ପ୍ୟାନେଲ୍ ଲାଗିଛି। ଏହା ଯେତେ ଗରମ ହେବ ବ୍ୟାଟେରୀକୁ ସେତେ ଶକ୍ତି ମିଳିବ। ଏହା ସହିତ ହେଲିକପ୍ଟରରରେ ଏକ ଉତାପ ବଜାୟ ରହିବ ଯାହା ମଙ୍ଗଳରେ ପରିବର୍ତ୍ତନଶୀଳ ତାପମାତ୍ରାକୁ ସହିବାରେ ସକ୍ଷମ ହେବ। ବର୍ତ୍ତମାନ ମଙ୍ଗଳରେ ଦିନବେଳେ ୭.୨୨ଡିଗ୍ରୀ ସେଲସିୟସ ତାପମାତ୍ରା ରହୁଥିବା ବେଳେ ରାତିରେ ଏଥିରେ ପରିବର୍ତ୍ତନ ହୋଇ ମାଇନସ୍ ୯୦ ଡିଗ୍ରୀ ସେଲସିୟସକୁ ଖସିଆସେ।

Advertisment
Advertisment