/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error974_1626690150.jpg)
vlcsnap-error974
କଟକ: ମେଡିକାଲ ସାଇନ୍ସର ଚମତ୍କାର। ଏଣିକି ଏକ୍ସ-ରେ ମେସିନ୍ ସାହାଯ୍ୟରେ କେବଳ ହାଡ଼ ନୁହେଁ ଏହା ଚାରିପାଖରେ ଥିବା ମାଂସପେଶୀକୁ ମଧ୍ୟ ସ୍ପଷ୍ଟ ଭାବେ ଦେଖିହେବ। ଏହା କରିଦେଖାଇଛନ୍ତି ନ୍ୟୁଜିଲାଣ୍ଡର ବୈଜ୍ଞାନିକ। ୟୁରୋପିଅାନ ଅର୍ଗାନାଇଜେସନ ଫର ନ୍ୟୁକ୍ଲିୟର ରିସର୍ଚ୍ଚ ଉଦ୍ଭାବନ କରିଥିବା ଏହି ଏକ୍ସ-ରେ ମେସିନରେ ମଣିଷ ଶରୀରର ରଙ୍ଗିନ ଥ୍ରୀ-ଡି ଫଟୋ ଉଠାଇ ହେଉଛି। ଯାହା କି ଅତି ସ୍ପଷ୍ଟ ଓ ସଠିକ। ତେଣୁ ଡାକ୍ତରଙ୍କ ଲାଗି ରୋଗ ନିରୂପଣ ପ୍ରକ୍ରିୟା ଏବେ ସହଜ ହେବ।
ମେଡିପିକ୍ସ ନାଁରେ ନାମିତ କରାଯାଇଥିବା ଏହି ଡିଭାଇସ ପାର୍ଟିକିଲ ଟ୍ରାକିଂ ଟେକ୍ନୋଲୋଜି ଅାଧାରରେ ନିର୍ମାଣ କରାଯାଇଛି। ଏହା ଏକ କ୍ୟାମେରା ଭଳି କାମ କରେ ସଟର ଖୋଲିବା କ୍ଷଣି ଏହା ହାଇ କଂଟ୍ରାଷ୍ଟ ଓ ହାଇ ରିଜୋଲ୍ୟୁସନ୍ ଫଟୋ ଇଠାଇଥାଏ ଏଥିରେ ହାଡ଼, ମାଂସପେଶୀ ଓ ତନ୍ତୁ ସ୍ପଷ୍ଟ ଭାବେ ବାରି ହୋଇଥାଏ। ଫଳରେ ଶରୀରର କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ କ୍ୟାନସର ସୃଷ୍ଟିକାରୀ ଟ୍ୟୁମର ରହିଛି ଡାକ୍ତର ତାକୁ ଚିହ୍ନଟ କରି ଅସ୍ତ୍ରୋପଚାର କରିବା ଅତି ସହଜ ହେବ।
ଓଟାଗୋ ଓ କ୍ୟାଣ୍ଟରବରି ବିଶ୍ୱବିଦ୍ୟାଳୟର ବାପ-ପୁଅ ବୈଜ୍ଞାନିକ ଯୋଡ଼ି ଫିଲ୍ ଓ ଅାନ୍ଥୋନୀ ବଟ୍ଲର୍ଙ୍କ ଦଶନ୍ଧି ବ୍ୟାପୀ ଗବେଷଣା ପରେ ମେଡିପିକ୍ସ ଚୂଡ଼ାନ୍ତ ରୂପ ନେଇଛି। ଏହି ଦୁଇ ବିଶ୍ୱବିଦ୍ୟାଳୟ ସହ ସଂଶ୍ଲିଷ୍ଟ ମାର୍ସ ବାଓଇମେଜିଂ କଂପାନି ମେଡିପିକ୍ସର ବ୍ୟାବସାୟିକ ଉତ୍ପାଦନ ଅାରମ୍ଭ କରିଛି।
(ବ୍ୟୁରୋ ଇନ୍ପୁଟ୍ ସହ କଟକରୁ ପ୍ରଭାତ ବିଶୋୟୀଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)