/odishatv-khabar/media/post_attachments/uploadimage/library/16_9/16_9_0/blood-moon-1_1626692626.jpg)
blood-moon
ଆଜି ଶତାବ୍ଦୀର ସବୁଠୁ ବିରଳ ଚନ୍ଦ୍ରଗ୍ରହଣ ପଡୁଛି। ଚଳିତ ଶତାବ୍ଦୀର ସବୁଠୁ ବିରଳ ମହାଜାଗତିକ ଘଟଣା। ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍-ମୁନ୍। ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଅବସରରେ ଚନ୍ଦ୍ର ବିରାଟ ଅାକାରରେ ଓ ସଂପୂର୍ଣ୍ଣ ଭାବେ ଲାଲ୍ ଦେଖାଯିବ। ଏକ ଘଣ୍ଟା ୪୩ ମିନିଟ୍ ଧରି ଏହି ପୂର୍ଣ୍ଣଗ୍ରାସ ରହିବ। ରାତି ୧୦ଟା ୪୪ରୁ ଗ୍ରହଣ ଅାରମ୍ଭ ହେବ । ରାତି ଗୋଟାଏରେ ପୂର୍ଣ୍ଣଗ୍ରହଣ ହୋଇ ୨ଟା ୪୩ରେ ଶେଷ ହେବ। ତେବେ ଗ୍ରହଣ ସଂପୂର୍ଣ୍ଣ ଛାଡ଼ିବା ଲାଗି ପାଖାପାଖି ୬ ଘଣ୍ଟା ସମୟ ଲାଗିବ। ଅର୍ଥାତ ଶନିବାର ଭୋର୍ ୪ଟା ୫୮ ମିନିଟ୍ରେ ସର୍ବମୋକ୍ଷ ହେବ।
ନାସା ବୈଜ୍ଞାନିକମାନଙ୍କ ମତ
ନାସା ବୈଜ୍ଞାନିକଙ୍କ ମତରେ ଚନ୍ଦ୍ରଗ୍ରହଣର ଶରୀର ଉପରେ ପ୍ରଭାବ ପଡ଼ିବାର ସେମିତି କିଛି ପ୍ରମାଣ ନାହିଁ । କିନ୍ତୁ ଲୋକମାନଙ୍କ ବିଶ୍ୱାସ ଯୋଗୁ ଏହାର ପ୍ରଭାବ ମଣିଷର ମନ ଉପରେ ପଡ଼ିଥାଏ। ଏହି ମନସ୍ତାତ୍ତ୍ୱିକ ପ୍ରଭାବ ବେଳେ ବେଳେ ମଣିଷ ଶରୀର ଉପରେ ପ୍ରଭାବ ପକାଇଥାଏ।
ଚନ୍ଦ୍ରଗ୍ରହଣ ଓ ଜୁଆର
ଚନ୍ଦ୍ରଗ୍ରହଣ ବେଳେ ସମୁଦ୍ରରେ ଜୁଆର ଆସିଥାଏ।। ମଣିଷ ଶରୀରର ୭୦ ଭାଗ ଜଳ ହୋଇଥିବାରୁ ଏହା ଶରୀର ଉପରେ ମଧ୍ୟ ପ୍ରଭାବ ପକାଏ ବୋଲି କୁହାଯାଏ । ତେବେ ମଣିଷ ଶରୀରରେ ନଈ ବା ସମୁଦ୍ର ପରି ଏତେ ପରିମାଣର ଜଳ ନଥାଏ ଯେ ମଣିଷ ଶରୀର ଅସୁସ୍ଥ ହେବ। ଗର୍ଭବତୀ ମହିଳାମାନଙ୍କୁ ଚନ୍ଦ୍ରଗ୍ରହଣ ସମୟରେ ବାହାରକୁ ଆସିବାକୁ ବାରଣ କରାଯାଇଛି। କିନ୍ତୁ ଏହା ପଛରେ କୌଣସି ବିଜ୍ଞାନ ସମ୍ମତ କାରଣ ନାହିଁ ।
ଖାଲି ଆଖିରେ ଦେଖିବାରେ ଅସୁବିଧା ନାହିଁ
ଚନ୍ଦ୍ରଗ୍ରହଣ ଖାଲି ଆଖିରେ ଦେଖିବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ସୂର୍ଯ୍ୟପରାଗ ସମୟରେ ଖାଲି ଆଖିରେ ଦେଖିବା ବିପଦଜନକ କାରଣ ଏହାର ପ୍ରଭାବ ରେଟିନା ଉପରେ ପଡ଼ିଥାଏ।
ଆୟୁର୍ବେଦ ମତରେ ଚନ୍ଦ୍ରଗ୍ରହଣ ଓ ଖାଦ୍ୟପେୟର ନିୟମ
ଜ୍ୟୋର୍ତିବିଦ୍ଙ୍କ ମତ ଅନୁଯାୟୀ ଏହି ସମୟରେ ରୋଷେଇ ଏବଂ ଭୋଜନ କରିବା ଅନୁଚିତ୍ । ଏହି ସମୟରେ ଭୋଜନ କରିବା ଦ୍ୱାରା ମନୁଷ୍ୟ ଶରୀରକୁ ଅନେକ ରୋଗ ଗ୍ରାସ କରିଥାଏ ବୋଲି କୁହାଯାଏ। ଏହି କାରଣରୁ ଚନ୍ଦ୍ରଗ୍ରହଣ ସମୟରେ ଭୋଜନ କରିବାକୁ ମନା କରାଯାଇଛି । ଏହା ସହ ଚନ୍ଦ୍ରଗ୍ରହଣ ସମୟରେ ଘରେ ରହିଥିବା ଖାଦ୍ୟ ମଧ୍ୟ ଭୋଜନ ଯୋଗ୍ୟ ହୋଇ ରହିନଥାଏ । ତେଣୁ ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ନିୟମ ରହିଛି।
ଚନ୍ଦ୍ରଗ୍ରହଣ ବେଳେ ପଞ୍ଚକର୍ମ ଚିକିତ୍ସାର ୫ଟି ମୁଖ୍ୟ ନିୟମ
୧- ଆମିଷ ଜାତୀୟ ଖାଦ୍ୟ ଆଦୌ ଖାଇବା ଅନୁଚିତ।
୨- ଚନ୍ଦ୍ରଗ୍ରହଣର ଦୁଇ ଘଣ୍ଟା ପୂର୍ବରୁ ଖାଇବା ଅନୁଚିତ୍। ଗର୍ଭବତୀ ମହିଳା, ଶିଶୁ ଓ ବୃଦ୍ଧ ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବା ଆବଶ୍ୟକ। ଗର୍ଭବତୀ ମହିଳା ଡ୍ରାଏ ଫ୍ରୁଟ୍ ଓ କିସ୍ମିସ୍ ଖାଇପାରିବେ।
୩- ଚନ୍ଦ୍ରଗ୍ରହଣ ପରେ ମଧ୍ୟ ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବେ। ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥିବାରୁ ହଳଦୀ ପଡ଼ିଥିବା ଖାଦ୍ୟ ଖାଇଲେ ଭଲ।
୪- ରନ୍ଧା ଖାଦ୍ୟ ଖାଆନ୍ତୁ ନାହିଁ କାରଣ ଏହା ଉପରେ ବିକିରଣର ପ୍ରଭାବ ପଡ଼ିଥାଏ।
୫- ଗ୍ରହଣ ସମୟରେ ଖାଲି ପାଣି ପିଇବାକୁ ବାରଣ କରାଯାଇଛି। ତେବେ ପଇଡ଼ ପାଣି ପିଇପାରିବେ। ପଇଡ଼ ପାଣି ଅଭାବରେ ସିଝାପାଣିରେ ତୁଳସୀ ଅର୍କ ବା ରସ ମିଶାଇ ପିଇଲେ ଉତ୍ତମ। ତୁଳସୀର ଆଣ୍ଟି ଭାଇରାଲ ଗୁଣ ଯୋଗୁ ତୁଳସୀ ରସ ପିଇବାରେ ଅସୁବିଧା ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)