/odishatv-khabar/media/post_attachments/uploadimage/library/16_9/16_9_0/h_1626258758.jpg)
h
ଆଇସଲାଣ୍ଡର ଗେଲ୍ଡିଙ୍ଗା ଘାଟିରେ ମାର୍ଚ୍ଚ ୨୦ରେ ହୋଇଥିବା ଜ୍ୱାଳାମୁଖୀ ପରେ ବର୍ତ୍ତମାନ ଏହି ସ୍ଥାନ ପର୍ଯ୍ୟଟକମାନଙ୍କ ପାଇଁ ନୂଆ ଲକ୍ଷସ୍ଥଳ ହୋଇଯାଇଛି। ଏହି ଜ୍ୱାଳାମୁଖୀରେ ଲଗାତର ବିସ୍ଫୋଟକ ହେବାରେ ଲାଗିଛି। ଏଠାରୁ ଲକ୍ଷାଧିକ ଟନର ଲାଭା ପ୍ରତିଦିନ ବାହାରୁଛି। ଖାଲି ସେତିକି ନୁହେଁ, କିଛିଦିନ ପୂର୍ବରୁ ଏହି ଜ୍ୱାଳାମୁଖୀରୁ ଅନ୍ୟ ଏକ ଫାଟ ସୃଷ୍ଟିହୋଇ ଲାଭା ବାହାରିବା ଦେଖାଦେଇଛି।
/odishatv-khabar/media/post_attachments/wp-content/uploads/2021/04/f-1.jpg)
ଏହି ଭୟାନକ ସ୍ଥାନକୁ ପ୍ରତିଦିନ ହଜାର ହଜାର ଲୋକ ଆସୁଛନ୍ତି। ଏଠାରେ ଖେଳୁଛନ୍ତି। ଗରମ ଲାଭାରେ ରୋଷେଇ ମଧ୍ୟ କରୁଛନ୍ତି। ତେବେ ଆଇସଲାଣ୍ଡ ସରକାର ବୁଝିପାରୁନି ଯେ ଏମାନେ ପର୍ଯ୍ୟଟକ ନା ଏହା ଏମାନଙ୍କ ପାଗଳପଣ। କାରଣ ଏହି ଜ୍ୱାଳାମୁଖୀ କେବେ ବି ରୌଦ୍ର ରୂପ ନେଇପାରେ।
/odishatv-khabar/media/post_attachments/wp-content/uploads/2021/04/i.jpg)
ଆଇସଲାଣ୍ଡର ରୀକଜେମ୍ସ ପ୍ରାୟଦ୍ୱୀପ ଉପରେ ଅବସ୍ଥିତ ଗେଲ୍ଡିଙ୍ଗା ଘାଟିରେ ଉପସ୍ଥିତ ଏହି ଜ୍ୱାଳାମୁଖୀ ରାଜଧାନୀ ରେକଜାଞ୍ଵିକ୍ ରୁ ୩୦ କିମି ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ। ଚାରିପାଖରେ ବରଫ ପଡ଼ିବା ସହିତ ଗଛଲତାରେ ଭରପୂର ଥିବା ସତ୍ତ୍ୱେ ଜ୍ୱାଳାମୁଖୀରୁ ବାହାରୁଥିବା ଲାଭା ଏଠାରେ ଗରମ ସୃଷ୍ଟିକରୁଛି। ଲୋକେ ଏକା ସମୟରେ ପ୍ରକୃତିର ଭିନ୍ନ ଭିନ୍ନ ରୂପ ଦେଖିବା ନେଇ ଏଠାକୁ ଛୁଟୁଥିବା ଦେଖାଯାଏ।
/odishatv-khabar/media/post_attachments/wp-content/uploads/2021/04/a-2.jpg)
କିଛି ବୈଜ୍ଞାନିକମାନେ ଏଠାରେ ଲାଭାର ଯାଞ୍ଚ କରିବା ସମୟରେ ରୋଷେଇ କରି ଖାଇଥିଲେ। ଏହା ପରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଲାଭାରେ କିଛି ନା କିଛି ଗରମ କରି ଖାଉଥିବା ଦେଖିବାକୁ ମିଳେ। ଖାଲି ଏତିକି ନୁହେଁ ଲୋକେ ଏହାର ଆଖପାଖରେ ଭଲିବଲ ଓ ଅନ୍ୟ ଖେଳ ଖେଳୁଥିବା ମଧ୍ୟ ନଜରକୁ ଆସେ। ଲୋକେ ଉଭୟ ଥଣ୍ଡା ଓ ଗରମରୁ ରକ୍ଷାପାଇବା ପାଇଁ ଏଠାରେ ପହଞ୍ଚି ଯାଉଛନ୍ତି। ଜ୍ୱାଳାମୁଖୀରୁ ୩.୫ କିମି ଦୂରକୁ ଲୋକଙ୍କ ଗାଡ଼ିର ଲାଇନ ଲାଗିଯାଉଛି।
/odishatv-khabar/media/post_attachments/wp-content/uploads/2021/04/c.jpg)
ଏଭଳି ଭିଡ ଦେଖି ସ୍ଥାନୀୟ ସରକାର କଟକଣା ମଧ୍ୟ ଜାରି କରିଛନ୍ତି। ଜ୍ୱାଳାମୁଖୀ ଠାରୁ ୩.୫ କିମି ଦୂରରେ ଗାଡ଼ି ରଖିବା ନିର୍ଦ୍ଦେଶ ସରକାର ଜାରି କରିଛନ୍ତି। ଲୋକଙ୍କୁ ଏହା ମଧ୍ୟ ନିର୍ଦ୍ଦେଶ ରହିଛି ଯେ ଲୋକେ ଗାଡ଼ି ରଖି ପାଦରେ ଚାଲି ଜ୍ୱାଳାମୁଖୀ ପର୍ଯ୍ୟନ୍ତ ଯାଇପାରିବେ। ଖାଲି ଏକିକି ନୁହେଁ, ସୁରକ୍ଷା ଓ ବିପଦରୁ ଲୋକଙ୍କୁ ରକ୍ଷା କରିବା ନେଇ ଏଠାରେ ପୁଲିସ୍ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି।
/odishatv-khabar/media/post_attachments/wp-content/uploads/2021/04/b.jpg)
ଏହା ଅତ୍ୟନ୍ତ ପରିତାପର ବିଷୟ ଯେ ପ୍ରତିଦିନ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ତାହା ସରକାରର ମୁଣ୍ଡବିନ୍ଧାର କାରଣ ହୋଇଛି। ଆଇସଲାଣ୍ଡ ବୈଜ୍ଞାନିକମାନଙ୍କ କହିବା କଥା ଏହି ଜ୍ୱାଳାମୁଖୀ ଅନେକ ବର୍ଷ ପର୍ଯ୍ୟନ୍ତ ଏହିଭଳି ଲାଭା ଉଦଗିରଣ କରିବ। ଏହା କେବେ ବନ୍ଦ ହେବ ଏହାର କୌଣସି ଅନୁମାନ କରାଯାଇ ପାରୁନି।
/odishatv-khabar/media/post_attachments/wp-content/uploads/2021/04/d.jpg)
ଗେଲ୍ଡିଙ୍ଗା ଘାଟିସ୍ଥିତ ମାଉଣ୍ଟ ଫେଗ୍ରାଡେଲ୍ସଫାଲର ମୁଖ୍ୟ ବିସ୍ଫୋଟ ସ୍ଥଳଠାରୁ ୧ କିମି ଦୂର ଯେଉଁଠି ଅନ୍ୟ ଏକ ନୂଆ ଫାଟ ସୃଷ୍ଟି ହୋଇଛି। ଏହାର ଲମ୍ବ ପାଖାପାଖି ଅଧା କିମି ବାଟ ପର୍ଯ୍ୟନ୍ତ ରହିଛି। ଏବେ ଏହି ଫାଟରୁ ଲାଭା, ପାଉଁଶ ଓ ବିଷାକ୍ତ ଧୂଆଁ ବାହାରୁଛି। ଆଇସଲାଣ୍ଡ ବୈଜ୍ଞାନିକ ଏଥିରୁ କୌଣସି ପ୍ରକାର କ୍ଷତିର ଆଶଂକାକୁ ଏଡ଼ାଇ ଦେଇଛନ୍ତି।
/odishatv-khabar/media/post_attachments/wp-content/uploads/2021/04/Untitled-1-4.jpg)
ଏହି ଜ୍ୱାଳାମୁଖୀ ରେକଜାୱିକ୍ ସହରରୁ ପ୍ରାୟ ୩୫ କିମି ଦୂର। ମାଉଣ୍ଟ ଫେଗ୍ରାଡେଲ୍ସଫାଲ ଜ୍ୱାଳାମୁଖୀ ଫାଟିବା କାରଣରୁ ଏହି ଲାଭାର ଆକୃତି ୧୬୪୦ ଫୁଟ ହୋଇଛି। ଏହି ଜ୍ୱାଳାମୁଖୀ ତିନି ଚାରି ଦିନରେ ୧କୋଟି ବର୍ଗଫୁଟର ଲାଭା ଉଦଗିରଣ କରୁଛି। ଅନେକ ବାର ଲାଭା ୩୦୦ ଫୁଟ ଉଚ୍ଚକୁ ବି ପଳେଇଯାଉଛି।
/odishatv-khabar/media/post_attachments/wp-content/uploads/2021/04/j.jpg)
ଆଇସଲାଣ୍ଡ ଯୁନିଭର୍ସିଟିର ଭୂପଦାର୍ଥବିଜ୍ଞାନୀ ପ୍ରଫେସର ମେଗ୍ନସ ତୁମୀ ଗଡମୁଣ୍ଡସ୍ସନଙ୍କ କହିବା କଥା ଜ୍ୱାଲାମୁଖୀ ବର୍ତ୍ତମାନ ଏହିଭଳି ଫାଟିବ। ଏପରି ହୋଇପାରେ ଯେ ଏହା ଗୋଟେ ଦିନରେ ବନ୍ଦହୋଇଯାଇପାରେ ନଚେତ ଗୋଟେ ମାସ ପର୍ଯ୍ୟନ୍ତ ଏମିତି ଅନବରତ ଚାଲିପାରେ। ତେବେ ୨୦୧୦ ପରେ ଆଇସଲାଣ୍ଡରେ ଏଭଳି ହେବା ଏହା ପ୍ରଥମ ଘଟଣା।
/odishatv-khabar/media/post_attachments/wp-content/uploads/2021/04/k.jpg)
ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏତେଦିନ ଧରି ଶାନ୍ତ ଥିବା ଜ୍ୱାଳାମୁଖୀ ଏପରି ହଠାତ୍ ଫାଟିବାର କାରଣ କ’ଣ। ଆଇସଲାଣ୍ଡରେ ଏପରି ଘଟଣା ପ୍ରାୟ ହୋଇଥାଏ। ପ୍ରତି ୪/୫ ବର୍ଷରେ ଜ୍ୱାଳାମୁଖୀ ବଡ଼ ବିସ୍ଫୋଟ ତ କରିଥାଏ। କାରଣ ଏହି ଦେଶ ଭୂକମ୍ପନୀୟ ଗତିବିଧି ନେଇ ବେଶ ଜଣାଶୁଣା। ଏଠାରେ ୨୦୧୪ରେ ସବୁଠାରୁ ବଡ଼ ଭୂକମ୍ପ ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଆଇସଲାଣ୍ଡରେ ପ୍ରତି ବର୍ଷ ୧୦୦୦ରୁ ୩୦୦୦ ଭୂକମ୍ପ ଆସିଛି। କିନ୍ତୁ ୨୦୧୯ରୁ ଭୂକମ୍ପର ଗତିବିଧି ଅଚାନକ ବଢିଯାଇଥିଲା। ଏହାର କାରଣ ଜାଣିବା ନେଇ ବୈଜ୍ଞାନିକମାନେ ଆଜି ମଧ୍ୟ ତଦନ୍ତ ଚଳେଇଛନ୍ତି। କେବଳ ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହରେ ଆଇସଲାଣ୍ଡରେ ୧୮ହଜାର ଭୂକମ୍ପ ହୋଇଛି। ଏଥିମଧ୍ୟରୁ କେବଳ ୪୦୦ ଟି ଭୂକମ୍ପ ସେହି ଅଞ୍ଚଳରେ ଆସିଛି ଯେଉଁଠି ମାଉଣ୍ଟ ଫେଗ୍ରାଡେଲ୍ସଫାଲରେ ବିସ୍ଫୋଟ ହୋଇଥିଲା।
/odishatv-khabar/media/post_attachments/wp-content/uploads/2021/04/m.jpg)
ଆଇସଲାଣ୍ଡ ପାଣିପାଗ ବିଭାଗର କହିବା କଥା, ଜ୍ୱାଳାମୁଖୀ ଅଞ୍ଚଳରେ କମ ଭୂମିକମ୍ପ ହୋଇଛି, ଯେତେବେକେ କି ନିକଟରେ ଏଠାରେ ୧୦୦୦ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଫେବୃଆରୀ ୨୪ରେ ଏହି ସ୍ଥାନରେ ୫.୭ ତୀବ୍ରତାର ଭୂକମ୍ପ ଆସିଥିଲା। ଏହାର ଠିକ୍ ଅଧଘଣ୍ଟା ପରେ ୫ ତୀବ୍ରତାର ଭୂକମ୍ପ ଆସିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)