Advertisment

Samba Dashami: ଆଜି ପବିତ୍ର ଶାମ୍ବ ଦଶମୀ: ପରିବାରକୁ ରୋଗମୁକ୍ତ କରିବାକୁ ଘରେ ଘରେ ସୂର୍ଯ୍ୟ ପୂଜା

ଆଜି ପବିତ୍ର ଶାମ୍ବ ଦଶମୀ। ପରିବାରକୁ ରୋଗମୁକ୍ତ କରିବାକୁ ଘରେ ଘରେ ସୂର୍ଯ୍ୟ ପୂଜା। କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ସହ ସୌର ମହାଯଜ୍ଞର ଆୟୋଜନ। ସୂର୍ଯ୍ୟଙ୍କ ଦର୍ଶନ ଲାଗି କୋଣାର୍କ ଓ ଚନ୍ଦ୍ରଭାଗାରେ ଭିଡ଼।

Samba Dashami

Samba Dashami Photograph: (OTV)

Advertisment

ଆଜି ପବିତ୍ର ଶାମ୍ବ ଦଶମୀ। ପ୍ରତ୍ୟୁଷରୁ ଘରେ ଘରେ ସୂର୍ଯ୍ୟପୂଜା। ପରିବାରକୁ ରୋଗମୁକ୍ତ କରିବା ଉଦ୍ଦେଶ୍ୟରେ ମହିଳାମାନେ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ଘ୍ୟ ଦେଇ ପୂଜାର୍ଚ୍ଚନା କରିଛନ୍ତି। ଏପଟେ ପବିତ୍ର ପୌଷ ମାସ ଶୁକ୍ଳ ପକ୍ଷ ଶାମ୍ବ ଦଶମୀରେ କୋଣାର୍କ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼। 

Advertisment

ସୁର୍ଯ୍ୟୋଦୟ ଦର୍ଶନ କରିବା ସହ ସୂର୍ଯ୍ୟ ଉପାସକ ଓ ଶ୍ରଦ୍ଧାଳୁ ମାନେ କୋଣାର୍କ ଆସିଛନ୍ତି। କୋଣାର୍କରେ ଆଜି ସୂର୍ଯ୍ୟ ରଥ ଯାତ୍ରାରେ ସାମିଲ ହୋଇ ଅନନ୍ତ ଅବଧୂତ ମଠରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ରଥ ଟାଣିବେ ଭକ୍ତ। ଏହି ରଥ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହିବ। ୨୭ ନକ୍ଷତ୍ରରେ ପୂଜାର୍ଚନା କରାଯାଇ ମାଘ ସପ୍ତମୀରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ।

ପୌରାଣିକ ମାତାନୁସାରେ ଦ୍ବାପର ଯୁଗରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପରୁ ଜନିତ ବ୍ୟାଧିରୁ ମୁକ୍ତି ପାଇଁ କୋଣାର୍କ ତଥା ତତ୍କାଳୀନ ମୈତ୍ରେୟ ବନରେ ସୂର୍ଯ୍ୟ ଉପାସନା କରି ବ୍ୟାଧି ମୁକ୍ତ ହୋଇଥିଲେ।

Advertisment

ଆଜି ପବିତ୍ର ଶାମ୍ବ ଦଶମୀ
ପରିବାରକୁ ରୋଗମୁକ୍ତ କରିବାକୁ ଘରେ ଘରେ ସୂର୍ଯ୍ୟ ପୂଜା
କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ସହ ସୌର ମହାଯଜ୍ଞର ଆୟୋଜନ
ସୂର୍ଯ୍ୟଙ୍କ ଦର୍ଶନ ଲାଗି କୋଣାର୍କ ଓ ଚନ୍ଦ୍ରଭାଗାରେ ଭିଡ଼

Samba Dashami Festival
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ