Advertisment

ରଥଯାତ୍ରା 2020: ଆଜି ଘୋଷଯାତ୍ରା- ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚା ଘର ଯିବେ ଜଗତର ନାଥ

ପୁରୀ: ହଟିଆ ଠାକୁର ସେ । ମନୁଆ ଠାକୁର ସେ । ବରଷକେ ଥରେ ଜନ୍ମମାଟିକୁ ଯିବ । ରଥ, ପଥ, ଭକ୍ତ ସମସ୍ତେ ଚାହିଁ ବସିଛନ୍ତି ତା’ର ଆସିବା ପଥକୁ । ହେଲେ ସେ କ’ଣ ପରଖୁ ଥିଲା କି ଭକ୍ତଙ୍କ ଭାବାବେଗକୁ ? ସେଥିପାଇଁ ଏତେ ହଟ ରଚାଇଥିଲା ? ଯାହା ବି ହେଉ, ଭକ୍ତଙ୍କ ଦୁଃଖକୁ ଆବେଗକୁ ଅନୁଭବ କରି ପାରିଛନ୍ତି ମନୁଆ ଠାକୁର । ତେଣୁ ନାଇଁ ନାଇଁ ଭିତରେ ଶେଷ […]

ରଥଯାତ୍ରା 2020: ଆଜି ଘୋଷଯାତ୍ରା- ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚା ଘର ଯିବେ ଜଗତର ନାଥ

puri

Advertisment

ପୁରୀ: ହଟିଆ ଠାକୁର ସେ । ମନୁଆ ଠାକୁର ସେ । ବରଷକେ ଥରେ ଜନ୍ମମାଟିକୁ ଯିବ । ରଥ, ପଥ, ଭକ୍ତ ସମସ୍ତେ ଚାହିଁ ବସିଛନ୍ତି ତା’ର ଆସିବା ପଥକୁ । ହେଲେ ସେ କ’ଣ ପରଖୁ ଥିଲା କି ଭକ୍ତଙ୍କ ଭାବାବେଗକୁ ? ସେଥିପାଇଁ ଏତେ ହଟ ରଚାଇଥିଲା ? ଯାହା ବି ହେଉ, ଭକ୍ତଙ୍କ ଦୁଃଖକୁ ଆବେଗକୁ ଅନୁଭବ କରି ପାରିଛନ୍ତି ମନୁଆ ଠାକୁର । ତେଣୁ ନାଇଁ ନାଇଁ ଭିତରେ ଶେଷ ମୁହୂର୍ତ୍ତରେ ରଥଯାତ୍ରା ହେବ ବୋଲି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ ।
ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଗୁଣ୍ଡିଚା ଘରକୁ ଯିବେ।  ବଡଦାଣ୍ଡରେ ଆଜି ଗଡିବ ତିନିରଥ । ହେଲେ ସବୁଥର ପରି ଏଥର ବଡଦାଣ୍ଡ ଭକ୍ତଙ୍କ ଭିଡରେ ଉଛୁଳି ପଡ଼ିବନି । ଆଜି ଏକାକାର ହୋଇପାରିବେନି ଭକ୍ତ-ଭଗବାନ । ଭଜନ ଓ କୀର୍ତ୍ତନରେ ବଡ଼ଦାଣ୍ଡରେ ଶୁଣିବାକୁ ମିଳିବନି।

Advertisment

ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ସୁସଜ୍ଜିତ ହୋଇ ରହିଛି ତିନି ରଥ। ହେଲେ ଆଉ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ରଥ ରଜ୍ଜୁ ଟାଣି ଜୀବନ କୃତାର୍ଥ କରିବାକୁ ନାହାନ୍ତି ଭକ୍ତ।

ଆଜି ସକାଳ ୭ଟାରେ ମଦନମୋହନ, ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯିବ। ୧୨ ଟାରେ ରଥଟଣା ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି।

Advertisment

ସକାଳ୧୦ଟାରୁ ୧୦ଟା୩୦ ଭିତରେ ମଦନମୋହନ ବିଜେ, ୧୦ଟା ୩୦ରୁ ୧୧ଟାରେ ଚିତା ଲାଗି ଓ ୧୧ଟାରୁ  ୧୧ଟା୩୦ ରେ ବେଶ ଶେଷ ହେବ। ୧୧.୩୦ରୁ ୧୨ଟା ୧୫  ଭିତରେ ଛେରାପହଁରା କରାଯିବ। ପରେ  ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବ। ପରେ ୧୨ଟାରେ ରଥଟଣା ଆରମ୍ଭ କରାଯିବ।

Puri Rath Yatra 2020 Puri Rath Yatra 2020 Update Puri Rath Yatra News In Odia Ratha Jatra 2020 Ratha Yatra 2020 ଘୋଷଯାତ୍ରା ରଥଯାତ୍ରା 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ