Advertisment

ରଥଯାତ୍ରା 2020: ଆରମ୍ଭ ହେଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ

ପୁରୀ:  ଗହଳଚହଳ ନାହିଁ ବଡଦାଣ୍ଡରେ। ଭକ୍ତଙ୍କର ହରିବୋଲ ହୁଳହୁଳି ଶୁଭୁନି। ବଡଦେଉଳରେ ବି ସେବାୟତଙ୍କ ଭିଡ ନାହିଁ। ତଥାପି ତା ଭିତରେ ଚାଲିଛି ରଥଯାତ୍ରା ନୀତିକାନ୍ତି।  ଆରମ୍ଭ ହୋଇଯାଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ନୀତି। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି।  ସୁଭଦ୍ରାଙ୍କ ରଥରେ ବିଜେ କରିସାରିଲେଣି ଶ୍ରୀ ସୁଦର୍ଶନ। ତା’ ପଛକୁ ବାହାରିବେ ବଡଭାଇ ବଳଭଦ୍ର ଓ ପରେ ସୁଭଦ୍ରା। ଶେଷରେ ଟାହିଆ ହଲେଇ ଆସିବେ କାଳିଆ ଠାକୁର । ଆଜି ସକାଳ ୭ଟାରେ ମଦନମୋହନ, […]

ରଥଯାତ୍ରା 2020: ଆରମ୍ଭ ହେଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ

sudarshana

Advertisment

ପୁରୀ:  ଗହଳଚହଳ ନାହିଁ ବଡଦାଣ୍ଡରେ। ଭକ୍ତଙ୍କର ହରିବୋଲ ହୁଳହୁଳି ଶୁଭୁନି। ବଡଦେଉଳରେ ବି ସେବାୟତଙ୍କ ଭିଡ ନାହିଁ। ତଥାପି ତା ଭିତରେ ଚାଲିଛି ରଥଯାତ୍ରା ନୀତିକାନ୍ତି।  ଆରମ୍ଭ ହୋଇଯାଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ନୀତି।

Advertisment

ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି।  ସୁଭଦ୍ରାଙ୍କ ରଥରେ ବିଜେ କରିସାରିଲେଣି ଶ୍ରୀ ସୁଦର୍ଶନ। ତା’ ପଛକୁ ବାହାରିବେ ବଡଭାଇ ବଳଭଦ୍ର ଓ ପରେ ସୁଭଦ୍ରା। ଶେଷରେ ଟାହିଆ ହଲେଇ ଆସିବେ କାଳିଆ ଠାକୁର ।

ଆଜି ସକାଳ ୭ଟାରେ ମଦନମୋହନ, ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯିବ। ୧୨ଟାରେ ରଥଟଣା ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି।

Advertisment

ବଡଦାଣ୍ଡରେ ଆଜି ନିର୍ଦ୍ଧାରିତ ସମୟ ଅନୁଯାୟୀ ମଙ୍ଗଳଆଳତି, ତଡପଲାଗି, ଦ୍ୱାରପାଳ ପୂଜା ହୋଇଥିଲା । ଏହାପରେ ୬ଟା ୪୦ରେ ରଥ ପ୍ରତିଷ୍ଠା କରାଯିବ ଏବଂ ୬ଟା ୪୫ରେ ମଙ୍ଗଳାର୍ପଣ ହୋଇଥିଲା।  ଠାକୁରଙ୍କର ଏହି ଅପୂର୍ବ ପହଣ୍ଡି ଦୃଶ୍ୟ ଭକ୍ତ ଏଥର ଚର୍ମଚକ୍ଷୁରେ ଦେଖି ପାରିବେନି । ଘରେ ଟିଭି ପରଦାରେ ପ୍ରିୟ ଠାକୁରଙ୍କୁ ଦେଖିବେ ।

ଏହା ପରେ ସକାଳ୧୦ଟାରୁ ୧୦ଟା୩୦ ଭିତରେ ମଦନମୋହନ ବିଜେ, ୧୦ଟା ୩୦ରୁ ୧୧ଟାରେ ଚିତା ଲାଗି ଓ ୧୧ଟାରୁ  ୧୧ଟା୩୦ ରେ ବେଶ ଶେଷ ହେବ। ୧୧.୩୦ରୁ ୧୨ଟା ୧୫  ଭିତରେ ଛେରାପହଁରା କରାଯିବ। ପରେ  ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବ। ପରେ ୧୨ଟାରେ ରଥଟଣା ଆରମ୍ଭ କରାଯିବ।

Advertisment
Puri Rath Yatra 2020 Puri Rath Yatra 2020 Update Puri Rath Yatra News In Odia Ratha Jatra 2020 Ratha Yatra 2020 ଘୋଷଯାତ୍ରା ରଥଯାତ୍ରା 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ