/odishatv-khabar/media/media_files/2026/01/15/mumbai-election-2026-01-15-12-39-27.jpg)
MUMBAI ELECTION Photograph: (OTV)
ଆଜି ମୁମ୍ବାଇ ମହାନଗର ନିଗମ ସମେତ ୨୯ଟି ପୌର ସଂସ୍ଥା ପାଇଁ ମତଦାନ। ମହାରାଷ୍ଟ୍ରର ୨୯ଟି ନଗର ନିଗମ ପାଇଁ ଆଜି ଚାଲିଛି ଭୋଟ୍ ଗ୍ରହଣ। ୩୨ ଜିଲ୍ଲା କାଉନସିଲ ଓ ୩୩୬ ପଞ୍ଚାୟତ ସମିତିରେ ମଧ୍ୟ ହେଉଛି ଭୋଟ ହେବ ।
ମୁମ୍ବାଇର ବୃହନମୁମ୍ବାଇ କର୍ପୋରେସନ କାହା ହାତକୁ ଯାଉଛି, ତା ଉପରେ ରହିଛି ସମସ୍ତଙ୍କ ନଜର। କେବଳ ମୁମ୍ବାଇ ନୁହେଁ ପୁନେ ଓ ଥାନେ ଉପରେ ବି ସମସ୍ତଙ୍କ ନଜର । ଏହି କର୍ପୋରେସନ ନିର୍ବାଚନ ରାଜ୍ୟର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ।
ଏହି ନିର୍ବାଚନ ଫଳାଫଳରୁ ଲୋକଙ୍କ ମନୋଭାବ ସ୍ପଷ୍ଟ ହୋଇଯିବ । ବୃହନମୁମ୍ବାଇ କର୍ପୋରେନ ଦେଶର ସବୁଠୁ ବଡ଼ ଓ ଧନୀ କର୍ପୋରେସନ । ଏମିତିକି BMCର ବାର୍ଷିକ ବଜେଟ ଦେଶର କେତେକ ଛୋଟ ରାଜ୍ୟ ଠାରୁ ମଧ୍ୟ ଅଧିକ ।
ବିଜେପି ଏଥର BMC ଦଖଲ କରି ନିଜ ଦବଦବା ଦେଖାଇବାକୁ ଉଦ୍ୟମ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେପି ଓ ଶିବସେନା ମେଣ୍ଟ ଯଦି ବିଏମସି ଦଖଲ କରେ ତେବେ ମହାୟୁତିରୁ କିଏ ମେୟର ହେବେ ତାକୁ ନେଇ ମଧ୍ୟ ଏବେଠୁ ଅଙ୍କକଷା ଆରମ୍ଭ ହେଲାଣି।
ସେପଟେ ମହା ବିକାଶ ଅଘାଡି ମଧ୍ୟ ଶାସକ ଦଳକୁ ଟକ୍କର ଦେବାକୁ ପୁରା ପ୍ରସ୍ତୁତ କରିଛି । କାରଣ ଏହି ନିର୍ବାଚନ ମହାରାଷ୍ଟ୍ର ପାଇଁ ଓ ସମସ୍ତ ରାଜନୈତିକ ଦଳ ପାଇଁ ନିର୍ଣ୍ଣାୟକ ହେବ ।
Surya Uttarayan : ଗ୍ରହରାଜାଙ୍କ ଉତ୍ତରାୟଣ ଏହି ୪ଟି ରାଶି ପାଇଁ ବେଶ୍ ଲାଭଦାୟକ, ଧନ ଏବଂ କ୍ୟାରିୟରରେ ଆଣିବ ବଡ଼ ପରିବର୍ତ୍ତନ

Euthanasia Hearing In SC Today: ୧୨ ବର୍ଷ ଧରି କୋମାରେ... ଜୀବନ ମରଣର ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ

Mobile Phone In Shrimandir: ଶ୍ରୀମନ୍ଦିର ଭିତରକୁ ମୋବାଇଲ ଗଲା କେମିତି?

Indian Army Day : ଭାରତୀୟ ସେନାର ସୈନିକମାନେ ନିସ୍ୱାର୍ଥପର ସେବା ଏବଂ ଜାତୀୟ ପ୍ରତିରକ୍ଷାର ପ୍ରତୀକ: ପ୍ରଧାନମନ୍ତ୍ରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)