Advertisment

Political Buzz: ବିଧାୟକ ଅରବିନ୍ଦ ମହାପାତ୍ର ସମର୍ଥକଙ୍କ ମେଳି, ନବୀନଙ୍କ ଉପରେ ଚାପ ପକାଇବେ

ସରପଞ୍ଚ ଓ ସମିତି ସଭ୍ୟମାନେ ଖୁବଶୀଘ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଅରବିନ୍ଦଙ୍କ ନିଲମ୍ବନ ଉପରେ ପୁନଃବିଚାର କରିବାକୁ ଦାବି କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି l

author-image
Tapan Swain
Arabinda Mohapatra

Arabinda Mohapatra Photograph: (OTV)

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ସମର୍ଥକଙ୍କ ମେଳି। କେନ୍ଦ୍ରାପଡ଼ାର ଏକ ହୋଟେଲରେ ମେଳି କଲେ ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ। ଏକ ହୋଟେଲରେ ବନ୍ଧୁମିଳନ ଆଳରେ ଅରବିନ୍ଦଙ୍କ ପ୍ରାୟ ୭୦ରୁ ଅଧିକ ସମର୍ଥକ ଏକଜୁଟ ହୋଇଥିଲେ l

Advertisment

ପାଟକୁରା ନିର୍ବାଚନମଣ୍ଡଳୀ ଡେରାବିଶ ବ୍ଳକର ୨୬ ପଞ୍ଚାୟତ, ମାର୍ଶାଘାଇ ବ୍ଳକର ୭ ଓ ଗରଦପୁର ବ୍ଲକର ୧୮ ପଞ୍ଚାୟତର କେତେକ ସରପଞ୍ଚ ଓ ସମିତିସଭ୍ୟ ଏକଜୁଟ ହୋଇ ଅରବିନ୍ଦଙ୍କ ନିଳମ୍ବନ ନେଇ ଆଲୋଚନା କରିଥିଲେ l 

ତେବେ ସରପଞ୍ଚ ଓ ସମିତି ସଭ୍ୟମାନେ ଖୁବଶୀଘ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଅରବିନ୍ଦଙ୍କ ନିଲମ୍ବନ ଉପରେ ପୁନଃବିଚାର କରିବାକୁ ଦାବି କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି l ବିଜେଡିରୁ ନିଲମ୍ବିତ ଗରଦପୁର ବ୍ଲକ ଚେୟାରମ୍ୟାନ ଅଭୟ ମହାରାଜଙ୍କ ନେତୃତ୍ବରେ ଏମାନେ ଏକାଠି ହୋଇଥିଲେ l

Advertisment

କେନ୍ଦ୍ରାପଡ଼ାରେ ବିଧାୟକ ଅରବିନ୍ଦ ମହାପାତ୍ର ସମର୍ଥକଙ୍କ ମେଳି 
କେନ୍ଦ୍ରାପଡ଼ାର ଏକ ହୋଟେଲରେ ଏକାଠି
୭୪ ସରପଞ୍ଚ ଓ ସମିତିସଭ୍ୟ ଏକାଠି  
ଗରଦପୁର ବ୍ଲକ ଚେୟାରମ୍ୟାନଙ୍କ ନେତୃତ୍ୱରେ ଏକାଠି
 ଅଭୟ ମହାରାଜଙ୍କ ନେତୃତ୍ୱରେ ମେଳି
ଅରବିନ୍ଦଙ୍କ ନିଲମ୍ବନର ପୁନଃବିଚାର କରିବାକୁ ନବୀନଙ୍କୁ ଚିଠି ଲେଖିବେ

BJD Arabinda Mohapatra
Advertisment
Related Articles
Advertisment