/odishatv-khabar/media/media_files/2026/03/06/rajya-sabha-polls-2026-03-06-21-04-21.jpg)
RAJYA SABHA POLLS Photograph: (OTV)
କାହାର ହେବ ରାଜ୍ୟସଭାର ଚତୁର୍ଥ ସିଟ। କିଏ ମାରିବ ବାଜି। ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ନା ବିଜେଡି-କଂଗ୍ରେସ-ସିପିଏମର କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା । ଚତୁର୍ଥ ଆସନର ଗଣିତକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିବା ବେଳେ ଆଜି ବିବେକାନୁମୋଦିତ ଭୋଟ୍ କଥା ଉଠାଇ ନୂଆ ଚାଲ୍ ଖେଳିଛନ୍ତି ଦିଲ୍ଲୀପ। ଓଟିଭି ସହ କଥା ହେବା ବେଳେ ସେ ୨୦୦୨ ମସିହାର କଥାକୁ ପୁଣି ମନେ ପକାଇଛନ୍ତି।
ଆଉ କହିଛନ୍ତି, ୨୦୦୨ରେ ଯୋଜନା ମୁତାବକ ଲଢ଼ିଥିଲି, ୨ ମାସ ଗ୍ରାଉଣ୍ଡ ୱାର୍କ ହୋଇଥିଲା । କିନ୍ତୁ ଏଥର ମୁଁ ପ୍ରସ୍ତୁତ ନଥିଲି, ହଠାତ୍ ପ୍ରାର୍ଥୀ ହେଲି । ହାତରେ ଏବେ ସମୟ କମ, ତଥାପି ଜିତିବା ପାଇଁ ସବୁ ଚେଷ୍ଟା ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମର୍ଥନ ରହିଛି । ଏଥର ନିର୍ବାଚନରେ ବିବେକାନୁମୋଦିତ ଭୋଟ୍ ମିଳିବ ।
ଦିଲ୍ଲୀପଙ୍କ ଏହି ବିବେକାନୁମୋଦିତ ଭୋଟ୍ ମନ୍ତବ୍ୟ କାହା ଆଡକୁ ଇଙ୍ଗିତ କରୁଛି । ଚତୁର୍ଥ ସିଟରେ ବଦଳିଯିବ କି ଅଙ୍କ ? କ୍ରସ୍ ଭୋଟିଂ ହେବନି ତ ? ବର୍ତ୍ତମାନ ସ୍ଥିତିରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ଲାଗି ୩୦ ଜଣ ବିଧାୟକଙ୍କ ଭୋଟ୍ ଦରକାର । ଯଦି ଚତୁର୍ଥ ଆସନ ସମୀକରଣକୁ ଦେଖିବା ବିଜେପି ନିଜର ୨ ପ୍ରାର୍ଥୀଙ୍କୁ ଭୋଟ ଦେବା ପରେ ବଳକା ରହୁଛି ୨୨ଟି ଭୋଟ୍ ।
ସେହିପରି ବିଜେଡିର ୩୦ ସଦସ୍ୟ ନିଜର ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେବା ପରେ ବଳକା ରହୁଛନ୍ତି ୧୮ ଜଣ । ଏମାନଙ୍କ ସହ କଂଗ୍ରେସ ଓ ସିପିଏମ ବିଧାୟକଙ୍କ ୧୫ଟି ଭୋଟକୁ ମିଶାଇ ୩୩ଟି ଭୋଟ୍ କମନ୍ ପ୍ରାର୍ଥୀଙ୍କୁ ଜିତାଇ ଦେବ । ହେଲେ ଦୁଇ ଦଳରେ ଅନେକ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି । ସେମାନଙ୍କ ମଧ୍ୟରୁ ଅନେକ କ୍ରସ୍ ଭୋଟିଂ କରିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ।
କହି ହେବ ନାହିଁ
ସେହିଭଳି ୨ ନିଲମ୍ବିତ ବିଜେଡି ବିଧାୟକଙ୍କ ଭୋଟ୍ ମଧ୍ୟ ଦିଲ୍ଲୀପଙ୍କ ସପକ୍ଷରେ ଯାଇପାରେ । ତେଣୁ ବାକି ୬ଟି ଭୋଟ ପାଇବା ଦିଲ୍ଲୀପଙ୍କ ପାଇଁ କଷ୍ଟକର ହେବ ନାହିଁ । ସେପଟେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କଂଗ୍ରେସ-ବିଜେଡି ପ୍ରାର୍ଥୀ ଜିତିବାର ସମ୍ଭାବନା ଅଧିକ । ଅର୍ଥ କେତେଦୂର ପ୍ରଭାବିତ କରିବ କହି ହେବ ନାହିଁ। ଏଣେ ବିଜେପି କହିଛି, ଦିଲ୍ଲୀପଙ୍କ ବିଜୟ ନିଶ୍ଚିତ ।
ଏସବୁ ଭିତରେ ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତଚରଣ ଦାସ ଏକାଠି ବୈଠକ କରିବାକୁ ନେଇ ଚର୍ଚ୍ଚା ଥମୁନି । ତେବେ ବିଜେଡି ଓ କଂଗ୍ରେସ ମଧ୍ୟରେ ହୋଇଥିବା ଏ ଡିଲ ସର୍ଟ ଟର୍ମ ନାଁ ଲଙ୍ଗ ଟର୍ମ ? ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର କହିଛନ୍ତି ଲିମିଟେଡ ସମୟ ପାଇଁ କଂଗ୍ରେସ ସହ ଆମର ବୁଝାବଣା ହୋଇଛି। ଡିଲ କେବଳ ରାଜ୍ୟସଭା ନିର୍ବାଚନ ପାଇଁ। କଂଗ୍ରେସ ଏକାକୀ ପ୍ରାର୍ଥୀ ଦେଇ ରାଜ୍ୟସଭା ପଠାଇ ପାରିବନି। ତେଣୁ ସେମାନେ ଆମ ପ୍ରାର୍ଥୀକୁ ସମର୍ଥନ କଲେ ।
ସମବାୟ ମନ୍ତ୍ରୀ କହିଛନ୍ତି ବିଜେଡି ନିଜ ସ୍ଥିତି ବଞ୍ଚେଇବାକୁ କଂଗ୍ରେସ ସହ ହାତ ମିଳେଇଛି । ଦୁଇ ଦଳ ଯାକ ଯେତେ ଏକାଠି ହେଲେ ବି ଦୁଇ ଜଣଙ୍କ ଆଦର୍ଶ ଓ ବିଚାରଧାରା କେବେ ବି ଏକ ହୋଇ ପାରିବ ନାହିଁ ।
ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି ଯାଞ୍ଚ ବେଳେ ତେଲେଙ୍ଗାନାର କାନ୍ତେ ସାୟାନାଙ୍କ ନାମାଙ୍କନ ନାକଚ ହୋଇଛି । ଏବେ ରଣାଙ୍ଗନରେ ୫ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି।....
At CISF Ceremony: ସିଆଇଏସ୍ଏଫ ସମାରୋହରେ ଓଡ଼ିଆ ପାଇକଙ୍କ ବୀରତ୍ବ ଗାଥାକୁ ଉପଭୋଗ କଲେ ଅମିତ ଶାହ, ମନେ ପକାଇଲେ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ

Amit Shah Attacks Previous Naveen Govt: ପୂର୍ବ ନବୀନ ସରକାରକୁ ଟାର୍ଗେଟ କଲେ ଅମିତ ଶାହ, ରାଜ୍ୟର ବିକାଶକୁ କରିଦେଇଥିଲେ ଠପ୍

Middle East Conflict Turns Deadly: କେବେ ବନ୍ଦ ହେବ ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ? ୭ଦିନରେ ଗଲାଣି ୨୧ ଶହରୁ ଅଧିକ ଜୀବନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)