/odishatv-khabar/media/media_files/2026/03/05/bhakta-das-2026-03-05-15-19-48.jpg)
Bhakta Das Photograph: (OTV)
ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି, ବହୁ ବର୍ଷ ପରେ ଓଡ଼ିଶାରେ ସମଭାବାପନ୍ନ ଦଳମାନେ ଏକାଠି ହେଲେ । ବିଜେଡି-କଂଗ୍ରେସ-ସିପିଏମ୍ ଏକାଠି ହେବା ରାଜନୈତିକ ନିଷ୍ପତ୍ତି ବୋଲି ସେ କହିଛନ୍ତି । ଆଦରଣୀୟ ନବୀନ ବାବୁଙ୍କ ପ୍ରସ୍ତାବକୁ AICC ଗ୍ରହଣ କରିଥିବା ସେ କହିଛନ୍ତି ।
ଆମେ କଥାବାର୍ତ୍ତା ହୋଇ ରାଜ୍ୟ ହିତରେ କମନ କ୍ୟାଣ୍ଡିଡେଟ୍ ଦେଲୁ ବୋଲି ସେ କହିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ନାଁ କମେଇଥିବା ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଆମେ ପ୍ରାର୍ଥୀ କରିଛୁ । ନବୀନ ବାବୁ ସ୍ପଷ୍ଟ ଭାବେ ସମାଜବାଦୀ, ସମଭାବାପନ୍ନ ଦଳଙ୍କ କଥା କହିଛନ୍ତି । ତେଣୁ ଓଡ଼ିଶା ରାଜନୀତିରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ଭକ୍ତ କହିଛନ୍ତି ।
ବିଜୁ ବାବୁଙ୍କ ପରି ନିଷ୍ପତ୍ତି
ତାଙ୍କ ମତରେ, ନବୀନ ବାବୁଙ୍କର ନାହିଁ ନ ଥିବା ଲୋକପ୍ରିୟତା ଓଡ଼ିଶାରେ ରହିଛି । ଭୋଟ୍ ପ୍ରତିଶତରେ ଆଜି ବି ସେ ରାଜ୍ୟରେ ସବୁଠୁ ଅଧିକରେ ଅଛନ୍ତି ବୋଲି ଭକ୍ତ କହିଛନ୍ତି । ନବୀନ ବାବୁଙ୍କ ଏହି ନିଷ୍ପତ୍ତି ବହୁତ ବଡ଼, ପୂର୍ବରୁ ବିଜୁ ବାବୁ ଏପରି କରୁଥିଲେ ବୋଲି କହିବାକୁ ପଛାଇନାହାନ୍ତି ପିସିସି ସଭାପତି ।
ସେତେବେଳେ ବିଜୁ ବାବୁଙ୍କ ନିଷ୍ପତ୍ତିକୁ ଭାରତ ବର୍ଷର ନେତାମାନେ ଗ୍ରହଣ କରୁଥିଲେ । ସେ ନବୀନଙ୍କର ଢେର୍ ପ୍ରଶଂସା କରିଛନ୍ତି । ତେବେ ପଞ୍ଚାୟତ ନିର୍ବାଚନ ଉପରେ ମତ ଦେଇ ସେ କହିଛନ୍ତି, ପଞ୍ଚାୟତ ଓ ଅନ୍ୟ ନିର୍ବାଚନ ନେଇ ପରବର୍ତ୍ତୀ ଅବସ୍ଥାରେ ନିଷ୍ପତ୍ତି ନିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)