Advertisment

Five-Phase Panchayat Polls in Jan–Feb Next Year: ଆର ବର୍ଷ ଜାନୁଆରୀ-ଫେବ୍ରୁଆରୀରେ ପଞ୍ଚାୟତ ଭୋଟ୍, ୫ଟି ଫେଜରେ ନିର୍ବାଚନର ମାସେ ପରେ ହେବ ପୌର ଇଲେକ୍ସନ

ଆସନ୍ତାବର୍ଷ ଜାନୁଆରୀ କି ଫେବ୍ରୁଆରୀରେ ୫ଟି ଫେଜରେ ହେବ ପଞ୍ଚାୟତ ନିର୍ବାଚନ। ତା’ର ମାସେ ପରେ ପୌର ନିର୍ବାଚନ। କଟକରେ ଏ ସଂପର୍କିତ ପ୍ରାକ୍ ପ୍ରସ୍ତୁତି ବୈଠକ ପରେ ଆଜି ଏ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ୍।

author-image
Tapan Swain
PANCHAYAT-ELECTION

PANCHAYAT-ELECTION Photograph: (OTV)

ଆସନ୍ତା ଜାନୁଆରୀ ଫେବ୍ରୁଆରୀରେ ପଞ୍ଚାୟତ ନିର୍ବାଚନ । ପ୍ରସ୍ତୁତି ଆରମ୍ଭ କଲାଣି ରାଜ୍ୟ ନିର୍ବାଚନ କମିଶନ । ଏଇ ମାର୍ଚ୍ଚ ସୁଦ୍ଧା ଭୋଟର ସର୍ଭେ । ପାଞ୍ଚଟି ଫେଜରେ ହେବ ପଞ୍ଚାୟତ ନିର୍ବାଚନ । ତାର ମାସେ ପରେ ପୌର ନିର୍ବାଚନ । 
ଏନେଇ ଆରଡିସି କାର୍ଯ୍ୟାଳୟ ଗସ୍ତ କରି ଅଧିକାରୀଙ୍କ ସହ ପ୍ରାକ୍ ପ୍ରସ୍ତୁତି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଆଜି କଟକ ଆରଡିସି କାର୍ଯ୍ୟାଳୟରେ ସମସ୍ତ ଜିଲ୍ଲାପାଳ, ଉପ ଜିଲ୍ଲପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ପୌରାଞ୍ଚଳ ଗୁଡିକର ଅଧିକାରୀଙ୍କ ସହ ବୈଠକ କରିଛନ୍ତି କମିଶନ। ୧୩ରେ ସମ୍ବଲପୁରରେ ବୈଠକ ସରିଥିବା ବେଳେ ୨୦ ତାରିଖରେ ବ୍ରହ୍ମପୁର ଆରଡିସିରେ ହେବ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ।

Advertisment

ବୈଠକରେ ଭୋଟର ତାଲିକା ପ୍ରସ୍ତୁତି, ଆବଶ୍ୟକୀୟ ଇଲେକ୍ସନ ମେଟେରିଆଲ ଏବଂ ବୁଥ୍ ପୁନର୍ଗଠନ ନେଇ ହୋଇଛି ଆଲୋଚନା। ପୂର୍ବ ନିର୍ବାଚନରେ ସଂରକ୍ଷଣ ତଥ୍ୟ ୩୧ ତାରିଖ ସୁଦ୍ଧା ଦେବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ସୁଦ୍ଧା ଘରକୁ ଘର ବୁଲି ଭୋଟର ସର୍ଭେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି କମିଶନ। ତାରିଖ ଘୋଷଣା ହେବାର ୩ ମାସ ପୂର୍ବରୁ ଚୂଡାନ୍ତ ହେବ ଭୋଟର ତାଲିକା।...

ଗ୍ରାଉଣ୍ଡରେ ବଳ କଷାକଷି ପାଇଁ ପଲିଟିକାଲ୍ ପାର୍ଟି ମଧ୍ୟରେ ପ୍ରସ୍ତୁତି

ହାତରେ ଆଉ ବର୍ଷେ ଥିବା ବେଳେ ପଞ୍ଚାୟତ ଏବଂ ପୌର ଦଖଲ ପାଇଁ ତିନି ଦଳ ବିଜେପି, ବିଜେଡି, କଂଗ୍ରେସ ବି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବଡ କଥା ହେଲା ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିଥିବା ବେଳେ, ପଞ୍ଚାୟତ ଆଉ ପୌର କିନ୍ତୁ ବିଜେଡି ଦଖଲରେ ରହିଛି। ହେଲେ ନିର୍ବାଚନ ପରାଜୟ ପରେ ବିଜେଡିର ପଞ୍ଚାୟତ ପ୍ରତିନିଧିଙ୍କ ବିଜେପି ମୁହାଁ ଏକପ୍ରକାର ଟ୍ରେଣ୍ଡରେ ପରିଣତ ହୋଇଗଲାଣି।

Advertisment

ରାଜ୍ୟରେ ୩୧ ଜିଲ୍ଲା ପରିଷଦ ବିଜେଡି କବ୍ଜାରେ ଥିବା ବେଳେ ଶୁକ୍ରବାର ବିଜେଡିର ଗଡ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ପୌରାଧ୍ୟକ୍ଷ ବିଜେପିରେ ସାମିଲ ହୋଇଛନ୍ତି। ତେଣୁ ଏମିତି ସ୍ଥିତିରେ ବିଜେଡି ପାଇଁ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଗଡ ବଞ୍ଚାଇବା କାଠିକର ପାଠ ହୋଇପାରେ।

ଅନ୍ୟପଟେ ନୂଆପଡା ରେକର୍ଡ ବିଜୟ ପରେ ଶାସକ ବିଜେପି ଫୁଲ୍ ଯୋଶରେ ଥିଲେ ବି ମୋହନ ଏବଂ ମନମୋହନଙ୍କ ଯୋଡି ପାଇଁ ପଞ୍ଚାୟତ ନିର୍ବାଚନ ଏସିଡ୍ ଟେଷ୍ଟ ହେବ ବୋଲି କୁହାଯାଉଛି। ଯେଉଁଥିରେ ଗ୍ରାଉଣ୍ଡରେ ସରକାରଙ୍କ ଗ୍ରହଣୀୟତା ପରଖାଯିବ। କଂଗ୍ରେସର ସଭାପତି ଭକ୍ତ ଦାସଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ଫାଇନାଲ ପରୀକ୍ଷା ହୋଇପାରେ।...  
 

ଅନ୍ୟପଟେ ରାଜ୍ୟରେ ହେବାକୁ ଥିବା SIR ପାଇଁ ଆଉ ୭ ହଜାର ବୁଥ୍ ବୃଦ୍ଧି କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ବୁଥ୍ ସଂଖ୍ୟା ୩୭ ହଜାରରୁ ପ୍ରାୟ ୪୩ ହଜାରକୁ ବୃଦ୍ଧି କରାଯାଇଛି। ତେବେ ପଞ୍ଚାୟତ ନିର୍ବାଚନରେ ଏସବୁ ବୁଥରେ ଭୋଟ୍ ହେଲେ ଉଭୟ ନିର୍ବାଚନ କମିଶନ ଏବଂ ରାଜନୈତିକ ଦଳ ପାଇଁ ଟାସ୍କ ବଢିପାରେ।... 



Election Panchayat
Advertisment
Related Articles
Advertisment