/odishatv-khabar/media/media_files/2025/11/03/nuapada-politics-2025-11-03-20-08-31.jpg)
NUAPADA-POLITICS Photograph: (OTV)
ନୂଆପଡା ପ୍ରଚାର ମୈଦାନକୁ ଆଜି ଓହ୍ଲାଇଲେ ନବୀନ ପଟ୍ଟନାୟକ। ରାଜ୍ୟ ସରକାରକୁ କଲେ କଡା ନିଶାନା। ପ୍ରାର୍ଥୀ ଚୋରି ଅଭିଯୋଗ ଆଣି ବିଜେପି ବେଇମାନ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ। ଏହା ସହ ନିର୍ବାଚନୀ ଇସ୍ତାହାର ପାଳନ କରିବାରେ ସରକାର ବିଫଳ ବୋଲି ଅଭିଯୋଗ କରିଛନ୍ତି। ଯାହାକୁ କାଉଣ୍ଟର କରି ବିଜେପି କହିଛି, ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ନବୀନ। ତେଣେ ପ୍ରଚାର ଜମିବାକୁ ଲାଗିଥିବା ବେଳେ ଆଗକୁ ଦେଖିବାକୁ ମିଳିପାରେ ଷ୍ଟାର ୱାର। ଆସନ୍ତା ୭ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଥିବା ବେଳେ କଂଗ୍ରେସ ପାଇଁ କ୍ୟାମ୍ପେନିଂ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ....
ନୂଆପଡ଼ାରେ ନବୀନ। ଗଡ ରକ୍ଷା ପାଇଁ ଧରିଲେ ପ୍ରଚାର ମଙ୍ଗ। ଆରମ୍ଭରୁ ଶାସକ ବିଜେପିକୁ କଡ଼ା ସମାଲୋଚନା। କହିଲେ, ଭୋଟ ପରେ ପ୍ରାର୍ଥୀ ଚୋରି। ମୋ ସହ ଆଉ ଆପଣଙ୍କ ସହ ବେଇମାନି କରିଛି ବିଜେପି। ଆଉ ଉପନିର୍ବାଚନରେ ଏହାର ବଦଲା ନେବାକୁ ନୂଆପଡାବାସୀଙ୍କୁ ଆହ୍ବାନ ଦେଇଛନ୍ତି ବିରୋଧୀ ଦଳ ନେତା । ନୂଆପଡ଼ା କୋମନା ବ୍ଲକରେ ନିର୍ବାଚନୀ ପ୍ରଚାର ସଭା କରି କିଛି ଏଭଳି ଢଙ୍ଗରେ ସରକାରୀ ଦଳକୁ ଆଟାକ୍ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି, ନିର୍ବାଚନୀ ଇସ୍ତାହାର ପାଳନ କରିବାରେ ବିଫଳ ବିଜେପି ସରକାର। ଗେମ CHANGER ନୁହଁ NAME CHANGER ଓ ରଙ୍ଗ ବଦଳି ସରକାର କହି ଟାର୍ଗେଟ କରିଛନ୍ତି। ଏହାସହ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ସପକ୍ଷରେ ଭୋଟ ମାଗିଛନ୍ତି।
ଅନ୍ୟପଟେ ନବୀନଙ୍କୁ କଡା ଜବାବ ଦେଇଛି ସରକାରୀ ଦଳ । ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି କହି କାଉଣ୍ଟର କରିଛି ବିଜେପି। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ମିଛୁଆ ରାଧୁଆ ଦଳ ହେଉଛି ବିଜେଡି। ଅସୁସ୍ଥ ରାଜୁ ଢୋଲକିଆଙ୍କୁ ବିଜେଡି ପଚାରିଲାନି, ଯେଉଁଥିପାଇଁ ଜୟ ଢୋଲକିଆ ନିଜ ଆଡୁ ଆସିଲେ। ନବୀନ ବାବୁ ବେଇମାନି କହିବା ଯାହା ଚାଲୁଣି , ଛୁଞ୍ଚିକୁ କହିବା ତାହା।
ସେପେଟ ନିର୍ବାଚନ ଯେତେ ପାଖପାଖି ହେଉଛି ହାଇ ପ୍ରୋଫାଇଲ ପ୍ରଚାର ସେତିକି ଜମୁଛି। ସବୁ ଦଳର ଫୋକସରେ ରହିଛି କୋମନା ।
ବିଜେପି ପାଇଁ କୋମନା ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି ଫିଲ୍ମରୁ ପଲିଟିକ୍ସକୁ ଆସିଥିବା ଦୁଇ ଷ୍ଟାର ସିଦ୍ଧାନ୍ତ ଓ ଅରିନ୍ଦମ । ସିଦ୍ଧାନ୍ତ ଗନିୟାରୀ ଗାଁରେ ଗୀତ ଗାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିଛନ୍ତି । ତେଣେ କୋମନା ବ୍ଲକର ୨ ନମ୍ବର ଜୋନରେ ପଦଯାତ୍ରା କରି ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ଭୋଟ ଭିକ୍ଷା କରିଛି କଂଗ୍ରେସ । ଏଥିରେ ସାମିଲ ହୋଇଥିଲେ ପିସିସି ସଭାପତି ଭକ୍ତଚରଣ ଦାସ ଏବଂ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସମେତ ଦଳର ବହୁ ନେତା ଓ କର୍ମୀ ।
ପ୍ରଚାରର ଶେଷ ପର୍ଯ୍ୟାୟରେ ଜୋରଦାର ଷ୍ଟାର ୱାର୍ ଦେଖିବାକୁ ମିଳିପାରେ । ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୭ ତାରିଖରେ ନୂଆପଡ଼ା ଆସି ପ୍ରଚାର କରିପାରନ୍ତି। ସେହିଦିନ କଂଗ୍ରେସ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ନବୀନ ବି ପୁଣିଥରେ ନୂଆପଡ଼ା ଆସି ପ୍ରଚାର କରିପାରନ୍ତି।...
Shock for BJD during Naveen’s Nuapada visit: ନୂଆପଡ଼ାରେ ନବୀନଙ୍କ ପ୍ରଚାର ବେଳେ ବିଜେଡିକୁ ଝଟକା, ବିଜେପିରେ କଣ ହେବ ଅମରଙ୍କ ଭୂମିକା ବଢ଼ିଲା ଚର୍ଚ୍ଚା

BJP’s Big Win: ଖାଲି ହେଉଛି ବିଜେଡି, ଶଙ୍ଖ ଛାଡ଼ିଲେ ପୂର୍ବତନ ରାଜ୍ୟସଭା ସାଂସଦ

Indian Womens Team: ବିଜେତା ରାଣୀଙ୍କ ୫୨ କାହାଣୀ, ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)